ରାଶିଫଳ

Astrology Tips: ପର୍ସରେ ଟଙ୍କା ସହ ରଖୁଛନ୍ତି କି ଏହି ଜିନିଷ? ସାବଧାନ

Astrology Tips: ଅଧିକାଂଶ ଲୋକେ ପର୍ସରେ ନିଜ ପରିବାରର ନଚେତ ଦେବାଦେବୀଙ୍କର ଫଟୋ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହା ଉଚିତ୍ ନୁହେଁ।

ଅନେକ ଲୋକ ଏପରି ଅଛନ୍ତି ଯିଏ ନିଜ ପର୍ସରେ ଟଙ୍କା ସହ ପୁରୁଣା ବିଲ୍‌, ଅଦରକାରୀ କାଗଜ ଆଦି ରଖିଥାନ୍ତି। ବାସ୍ତୁଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଧନ ସ୍ଥାନରେ କିଛି ପ୍ରକାରର ଅଲଗା ତଥା ଅସନା ଜିନିଷ ରଖିବା ଉଚିତ୍ ନୁହେଁ।

ଧନ ରଖୁଥିବା ସ୍ଥାନକୁ ଏପରି ଅସନା ହେଲେ ଧନ ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି। ତେଣୁ ଯେଉଁ ସ୍ଥାନରେ ଧନ ରଖିବେ ସେ ସ୍ଥାନରେ ଅପରିସ୍କାର କରନ୍ତୁ ନାହିଁ। ନୋଟ ଏବଂ କଏନକୁ ପର୍ସରେ ଅଲଗା ଅଲଗା ରଖନ୍ତୁ। ନୋଟ୍‌ ଏବଂ କଏନକୁ କେବେ ବି ଏକାଠି ରଖନ୍ତୁ ନାହିଁ।

ଅଧିକାଂଶ ଲୋକେ ପର୍ସରେ ନିଜ ପରିବାରର ନଚେତ ଦେବାଦେବୀଙ୍କର ଫଟୋ ରଖିଥାନ୍ତି। ବାସ୍ତୁ ଅନୁସାରେ ଏହା ଉଚିତ୍ ନୁହେଁ। ପର୍ସକୁ ସବୁବେଳେ ସଫା ସୁତୁରା ରଖନ୍ତୁ ସେଥିରେ କାଗଜପତ୍ର, ଫଟୋ ଆଦି ରଖନ୍ତୁ ନାହିଁ।

ପର୍ସକୁ ବ୍ୟାଗ କିମ୍ବା ଆଲମିରାରେ ରଖନ୍ତୁ, କେବେ ବି ଏହାକୁ ଅସନା ହାତରେ ଧରନ୍ତୁ ନାହିଁ। ଟଙ୍କା ଧରିବା ପୂର୍ବରୁ ହାତ ସର୍ବଦା ପରିସ୍କାର ରଖନ୍ତୁ। କାହା ନଜରରେ ପଡ଼ିଲା ପରି ପର୍ସକୁ ବାହାରେ ରଖନ୍ତୁ ନାହିଁ। ଫଟୋ, ପୁରୁଣା ନୋଟ୍‌ କେବେ ବି ପର୍ସରେ ରଖନ୍ତୁ ନାହିଁ।

ଏହା ନେଗେଟିଭ ଶକ୍ତି ଉତ୍ପନ କରୁଥିବାରୁ ଧନ ଆସିବାକୁ ଦେଇନଥାଏ। ଯାହା ଫଳରେ ଏହା ଆର୍ଥିକ ହାନିର କାରଣ ହୋଇଥାଏ। ଚିଣ୍ଡା କିମ୍ବା ଚିରା ପର୍ସରେ ଆଦୌ ରଖନ୍ତୁନି ଟଙ୍କା। ବଢ଼ିଯିବ ଆର୍ଥିକ ସମସ୍ୟା।

Related Articles

Leave a Reply

Your email address will not be published. Required fields are marked *

Back to top button