ଶିକ୍ଷା

ଛାତ୍ରଛାତ୍ରୀ କୌଣସି ବିଷୟରେ ଖରାପ କଲେ ଶିକ୍ଷକଙ୍କ ସହ ବିଇଓ , ଡିଇଓ ବି ଉତ୍ତରଦାୟୀ ରହିବେ

ଭୁବନେଶ୍ୱର – ସ୍କୁଲରେ ଯେଉଁ ବିଷୟରେ ଛାତ୍ର ଛାତ୍ରୀ ଖରାପ କରୁଥିବେ, ସେହି ବିଷୟ ପଢ଼ାଉଥିବା ଶିକ୍ଷକ, ବିଇଓ ଏବଂ ଡିଇଓ ଉତ୍ତରଦାୟୀ ରହିବେ । ଡିଇଓ ଓ ବିଇଓଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏପରି ଭାବେ ଦାୟିତ୍ୱ ଫିକ୍ସ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ବିଇଓ ମାସରେ ୧୨ ଦିନ ସ୍କୁଲ ଗୁଡିକ ପରିଦର୍ଶନ କରିବେ । ଦୀର୍ଘ ଦିନ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ନେବାର ବି ବ୍ୟବସ୍ଥା ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଆସ୍ୱସ୍ଥି ଏସ୍. କହିଛନ୍ତି ଯେ, ବିଇଓମାନେ ମାନେ ଗୋଟେ ବଡ଼ ଲିଙ୍କ୍ । ସେମାନେ ବ୍ଲକ ଦାୟିତ୍ୱରେ ଅଛନ୍ତି । ସେମାନେ ସ୍କୁଲ ପରିଦର୍ଶନ କଲେ ଜାଣି ପାରିବେ ଯେ ବୟସ ଅନୁସାରେ କେଉଁ ଛାତ୍ରଛାତ୍ରୀଙ୍କ କଣ ଫଳାଫଳ ରହିଛି । ଏହି ତଥ୍ୟ ବିଇଓଙ୍କ ପାଖରେ ରହିଲେ ମନିଟରିଂ ବି ଭଲ ଭାବେ ହୋଇପାରିବ । ସେ ସବୁର ଟ୍ରେନିଂ ଓ ସମୀକ୍ଷା ହେଉଛି । ଫିଲ୍ଡ କାମ ଉପରେ ସେମାନଙ୍କ ଜ୍ଞାନ ରହିବା ଦରକାର ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button