ଦେଶ ବିଦେଶ

‘ମୁଁ ଟ୍ବିଟର ମୁଖ୍ୟ ପଦ ଛାଡ଼ିଦେବା ଉଚିତ କି..?’ ୟୁଜରଙ୍କ ଠାରୁ ମତାମତ ଲୋଡ଼ିଲେ ମସ୍କ

ନ୍ୟୁୟର୍କ: ଆମେରିକାର ଟେକ୍ ବ୍ୟବସାୟୀ ଏଲନ୍ ମସ୍କ ପୁଣି ଟ୍ୱିଟରରେ ଏକ ସର୍ଭେ କରିଛନ୍ତି । ସେ ଟ୍ୱିଟର ମୁଖ୍ୟ ରହିବେ ନା ନାହିଁ ୟୁଜରଙ୍କୁ ପଚାରିଛନ୍ତି ମସ୍କ ।

ମସ୍କ କିଛି ସପ୍ତାହ ତଳେ ୪୪ ବିଲିୟନ ଡଲାର ମୂଲ୍ୟର ଡିଲରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିଥିଲେ। ସେବେଠାରୁ ଟ୍ୱିଟରରେ ବହୁ ପରିବର୍ତ୍ତନ ହୋଇଛି ।

କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରାଯିବା ସହିତ ଟ୍ୱିଟରର ନୀତି ଏବଂ ବ୍ୟବସାୟରେ ପରିବର୍ତ୍ତନ ଜାରି ରହିଛି |

ଟ୍ୱିଟର ମୁଖ୍ୟ ଛଡ଼ା ମସ୍କ ଟେସଲା ଓ ସ୍ପେସ୍ ଏକ୍ସର ମଧ୍ୟ ମାଲିକ | ମସ୍କ ଟ୍ୱିଟର କିଣିବା ପରେ ଟେସଲାର ସେୟାର ମୂଲ୍ୟ ହ୍ରାସ ପାଇଥିଲା।

 

ମସ୍କ ତାଙ୍କ ଟ୍ୱିଟରେ ଲେଖିଛନ୍ତି – ‘ମୁଁ ଟ୍ୱିଟରର ମୁଖ୍ୟ ପଦରୁ ଇସ୍ତଫା ଦେବା ଉଚିତ କି? ମୁଁ ଏହି ସର୍ଭେର ଫଳାଫଳ ଗ୍ରହଣ କରିବି ।”

ଏଲନ୍ ମସ୍କଙ୍କ ଏହି ଟୁଇଟ୍ ସର୍ଭେରେ ବର୍ତ୍ତମାନ ସୁଦ୍ଧା ଏକ କୋଟି ଲୋକ ନିଜ ମତାମତ ଦେଇଛନ୍ତି।

ଏହାପୂର୍ବରୁ ଟ୍ୱିଟରରେ ଅନ୍ୟ ସୋସିଆଲ ମିଡିଆ ସାଇଟଗୁଡିକର ପ୍ରମୋସନ୍ ଉପରେ କଟକଣା ଲଗାଯାଇଛ। ଏଥିରେ ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ମସ୍ତୋଡନ୍ ଭଳି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଅନ୍ତର୍ଭୁକ୍ତ |

Related Articles

Leave a Reply

Your email address will not be published. Required fields are marked *

Back to top button