ସ୍ୱାସ୍ଥ୍ୟ

ୟୁରିକ୍ ଏସିଡ୍‌କୁ ସ୍ୱାଭାବିକ କରିବ ଏହି ପତ୍ର, ଜାଣନ୍ତୁ କେମିତି ଖାଇବେ

ୟୁରିକ ଏସିଡ ଶରୀରରେ ବଢିବା ମାତ୍ରେ ଛୋଟ ଛୋଟ ଗଣ୍ଠି ମାନଙ୍କରେ ବଥା ଆରମ୍ଭ ହୁଏ l ଅବହେଳା କଲେ ଏହା ହାଡ଼କୁ ପ୍ରଭାବିତ କରେ ଓ ଚିକିତ୍ସା ମୁସ୍କିଲ ହେବା ଆରମ୍ଭ କରେ l ଏହାକୁ ଚିକିତ୍ସା ନକଲେ ଏହା ଗଣ୍ଠି ବା ଜଏଣ୍ଟ କୁ ନଷ୍ଟ କରିଦିଏ, କିଡନୀରେ ପଥର ଓ କ୍ରୋନିକ କିଡନୀ ରୋଗ ସୃଷ୍ଟି ମଧ୍ୟ କରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରେ ଓ ହାଡ଼କୁ ନଷ୍ଟ କଲେ ପୁଣି ରୀକୋଭରୀ କରିବା କଷ୍ଟ ହୋଇଯାଏl

ଏଲୋପାଥିରେ ଏହି ରୋଗ ପାଇଁ ଥିବା ଔଷଧ କିଡନୀ ଓ ଅନ୍ୟାନ୍ୟ ଅଙ୍ଗ ପାଇଁ ବହୁତ କ୍ଷତି କାରକ ହୋଇଥାଏ l ଏଥିରେ ଆଣ୍ଠୁ, ଏଡି ଓ ଗୋଡ଼ ଆଙ୍ଗୁଳି ଆଦି ବଥା ହେବାର ବଡ଼ କାରଣ ୟୁରିକ ଏସିଡ ବଢିବା ପାଇଁ ହୋଇଥାଏ l ଏହି ରୋଗକୁ ଗଠିଆ ବା ଗାଉଟ (Gout) ମଧ୍ୟ କହନ୍ତି l ଯଦି ଆପଣଙ୍କ କ୍ଷେତ୍ରରେ ଏପରି କିଛି ସମସ୍ୟା ଦେଖାଯାଉଛି ଆଉ ଆପଣ ଏନେଇ ଚିନ୍ତିତ ତେବେ ବିନା ଖର୍ଚ୍ଚରେ ଆପଣ ୟୁରିକ୍ ଏସିଡ୍‌କୁ ସ୍ୱାଭାବିକ କରିପାରିବେ ଏବଂ କୋଲେଷ୍ଟ୍ରଲ୍ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ।

ପିଜୁଳି ଏକ ଏପରି ଏକ ଫଳ ଯାହାକୁ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପସନ୍ଦ କରାଯାଏ, ପିଜୁଳି କେବଳ ପାଟିକୁ ଭଲ ଲାଗି ନଥାଏ, ଏହା ଶରୀର ପାଇଁ ମଧ୍ୟ ବହୁତ୍ ଉପକାରୀ । ଏଥିରେ ପୌଷ୍ଟିକ ତତ୍ତ୍ୱର ମାତ୍ରା ଭରପୂର ମାତ୍ରାରେ ରହିଥାଏ। ଏଥିରେ ଭିଟାମିନ୍ ‘ଏ’, ‘ସି’ , ପୋଟାସିୟମ୍‌, ଫାଇବର୍‌, କାର୍ବୋହାଇଡ୍ରେଡ୍ ଭରପୂର ମାତ୍ରରେ ଭରି ରହିଛି ।

ଉପକାରୀ ପିଜୁଳି ପତ୍ର:- ପିଜୁଳିରୁ ଭଲ ପରିମାଣର ଭିଟାମିନ୍ C ମିଳିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ବ୍ୟତୀତ ଏଥିରୁ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ମିଳେ। ପିଜୁଳିର ଖାଲି ଫଳ ନୁହେଁ ଏହାର କଞ୍ଚା ସବୁଜ ପତ୍ର ମଧ୍ୟ ବହୁତ ଉପକାରୀ। ଏହାକୁ ଚୋବାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ଏହାର ପତ୍ରକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ବଢୁଥିବା ୟୁରିକ୍ ଏସିଡ୍ ମଧ୍ୟ କମିଥାଏ। ଏହା ବ୍ୟତୀତ କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରୁହେ।

ଏହି ରୋଗଗୁଡିକ ପାଇଁ ରାମବାଣ:- ଆୟୁର୍ବେଦିକ ଚିକିତ୍ସା ଅନୁଯାୟୀ ପିଜୁଳି ପତ୍ର ଅନେକ ଔଷଧୀୟ ଗୁଣରେ ଭରପୂର। ଯେଉଁମାନେ କୋଲେଷ୍ଟ୍ରଲ କିମ୍ବା ଓଜନ ବୃଦ୍ଧି ସମସ୍ୟାରେ ପୀଡିତ ସେମାନଙ୍କ ପାଇଁ ଏହା ରାମବାଣ କରି କାମ କରେ। ଏହି ପତ୍ରରେ ଏପରି ଉପାଦାନ ଥାଏ ଯାହା ୟୁରିକ୍ ଏସିଡ୍ ହ୍ରାସ କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଅନେକ ଫାଇଦା ମିଳେ।

ପତ୍ରରେ ରହିଛି କ’ଣ:- ପିଜୁଳିର ସବୁଜ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମିଳିଥାଏ। ଏହା ସହିତ ପଲିଫେନୋଲ୍, କାରୋଟେନାଇଡ୍, ଫ୍ଲାଭୋନୋଇଡ୍ ଏବଂ ଟେନିନ୍ ନାମକ ରାସାୟନିକ ପଦାର୍ଥ ଏହି ପତ୍ରରେ ମିଳିଥାଏ, ଯାହା ବିଭିନ୍ନ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ବୋଲି ପ୍ରମାଣିତ।

କିପରି ଖାଇବେ:- ସକାଳେ ପିଜୁଳି ଗଛ ପାଖକୁ ଯାଇ ସତେଜ ଏବଂ ନରମ ପତ୍ର ତୋଳନ୍ତୁ। ଏହାକୁ ଖାଲି ପେଟରେ ଚୋବେଇ ଚୋବେଇ ଖାଆନ୍ତୁ। ଏହା ବ୍ୟତୀତ ଏହାର ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ମଧ୍ୟ ପିଇପାରିବେ। ଏହା କରିବା ଦ୍ୱାରା ବଢୁଥିବା ୟୁରିକ ଏସିଡ୍ ସ୍ୱାଭାବିକ ହୋଇଯାଏ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Related Articles

Leave a Reply

Your email address will not be published. Required fields are marked *

Back to top button