ପଡୋଶୀଙ୍କର ଆଜି ବହୁତ ଟିଭି ବଞ୍ଚିଗଲା; ଭାରତ-ପାକ୍ ମ୍ୟାଚ୍ ବାତିଲ ହେବାରୁ ଏଭଳି ଲେଖିଲେ ଇରଫାନ – Utkal Mail
ପାଲେକେଲ: ସେପ୍ଟେମ୍ବର ୨ରେ ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ରେ ଖେଳାଯାଇଥିବା ମ୍ୟାଚ୍ ଅଧାରୁ ବାତିଲ୍ ହୋଇଥିଲା। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା ବେଳେ ସମସ୍ତ ୱିକେଟ୍ ବିନିମୟରେ ୨୬୬ ରନ୍ ସଂଗ୍ରହ କରିଥିଲା।ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଉଭୟ ମ୍ୟାଚକୁ ବାତିଲ କରାଯିବା ସହ ପଏଣ୍ଟ ଭାଗ କରାଯାଇଥିଲା । ପ୍ରଶଂସକମାନେ ଖରାପ ପାଣିପାଗକୁ ନେଇ ମନ ଦୁଃଖ କରୁଥିବା ବେଳେ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ପାକିସ୍ତାନର କ୍ରିକେଟ ପ୍ରଶଂସକଙ୍କୁ ଟ୍ରୋଲ କରିଥିବା ଦେଖାଯାଇଛି।
ଏକ୍ସ(ଟ୍ବିଟର)ରେ ପୋଷ୍ଟ କରି ଇରଫାନ୍ ପାକିସ୍ତାନର କ୍ରିକେଟ ପ୍ରଶଂସକଙ୍କୁ ଟ୍ରୋଲ କରିଛନ୍ତି। ସବୁଥର ଭାରତଠାରୁ ମ୍ୟାଚ୍ ହାରିବା ପରେ ପାକିସ୍ତାନରେ ଥିବା କ୍ରିକେଟ ପ୍ରଶଂସକମାନେ ରାଗରେ ନିଜ ଘରର ଟିଭି ଭାଙ୍ଗିଦେଇଥିବାର ଖବର ସାମ୍ନାକୁ ଆସେ। ଏବର୍ଷ ମ୍ୟାଚ୍ ବାତିଲ୍ ହେବାରୁ ପାକିସ୍ତାନର ଅନେକ ଟିଭି ବଞ୍ଚିଯାଇଥିବା ଲେଖିଛନ୍ତି ଇରଫାନ।
Bahot saare Padosiyon ke TV bach gaye aaj;)
— Irfan Pathan (@IrfanPathan) September 2, 2023
ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି, ପଡୋଶୀଙ୍କର ଆଜି ବହୁତ ଟିଭି ବଞ୍ଚିଗଲା। ତେବେ ସେପ୍ଟେମ୍ବର ୨ରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ପାକିସ୍ତାନର ପେସରମାନେ ଭାରତୀୟ ବ୍ୟାଟରମାନଙ୍କୁ ବାନ୍ଧିରଖିବାରେ ସଫଳ ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଭାରତ ଆରମ୍ଭରୁ ଲଗାତାର ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ରେକର୍ଡ ଭାଗିଦାରୀ ବଳରେ ଭାରତ ଏକ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଥିଲା ।