ଦେଶ ବିଦେଶ

ମିସ୍‌ ଓ୍ବାର୍ଲ୍ଡ ହେଲେ ଜମ୍ମୁର ସରଗମ, ୨୧ ବର୍ଷ ପରେ ଭାରତକୁ ଟାଇଟଲ

ହାଇଦ୍ରାବାଦ : ଆଉ ଏକ ଟାଇଟଲ ହାତେଇଲା ଭାରତ । ଆମେରିକାର ଲସ ଭେଗାସ୍‌ରେ ଆୟୋଜିତ ମିସେସ୍‌ ୱାର୍ଲ୍ଡ ୨୦୨୨ ପ୍ରତିଯୋଗୀତାରେ ସରଗମ କୌଶଲ ବିଜୟୀ ହୋଇଛନ୍ତି । ମିସେସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ମୁକୁଟ ପିନ୍ଧିଛନ୍ତି ସରଗମ । ୨୧ ବର୍ଷ ପରେ ଭାରତକୁ ପୁଣି ମିଳିଛି ମିସେସ୍‌ ୱାର୍ଲ୍ଡ ମୁକୁଟ । ଏହି ସ୍ମରଣୀୟ ମୂହୁର୍ତ୍ତକୁ ସେ ତାଙ୍କ ସୋସିଆଲ ମିଡ଼ିଆରେ ସେୟାର କରି ଭାବ ବିହ୍ବଳ ହୋଇପଡ଼ିଛନ୍ତି ।

ସରଗମ କୌଶଲ ଜମ୍ମୁର ବାସିନ୍ଦା ଅଟନ୍ତି । ୩୧ ବର୍ଷୀୟ ସରଗମ ବୃତ୍ତିରେ ଜଣେ କଲେଜ ଅଧ୍ୟାପକ । ସେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ କମାଣ୍ଡର ଆଦିତ୍ୟ ମନୋହର ଶର୍ମାଙ୍କୁ ବିବାହ କରିଛନ୍ତି । ଯେତେବେଳେ ମିସେସ୍ ୱାର୍ଲ୍ଡ ୨୦୨୨ ଟାଇଟଲ ଭାରତ ହାତକୁ ଆସିବା ନେଇ ଘୋଷଣା ହେଲା, ମଞ୍ଚରେ ସରଗମ ଭାବବିହ୍ବଳ ହୋଇପଡ଼ିଥିଲେ । ସରଗମ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହି ମୂହୁର୍ତ୍ତର ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ମୁକୁଟ ପିନ୍ଧୁଥିବାର ଦେଖିବାକୁ ମିଳୁଛି ।

ସରଗମଙ୍କ ଏହି ସଫଳତା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିଭିନ୍ନ ସେଲିବ୍ରେଟିମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବତନ ମିସେସ୍‌ ୱାର୍ଲ୍ଡ ଆଦିତି ଗୋଭିତ୍ରିକର ଏନେଇ କହିଛନ୍ତି, ’ମୁଁ ଏହି ଯାତ୍ରାର ଏକ ଅଂଶ ହୋଇ ଖୁସି ଅନୁଭବ କରୁଛି । ୨୧ ବର୍ଷ ପରେ ମୁକୁଟ ପୁଣି ଭାରତକୁ ଫେରିଛି । ଏଥିପାଇଁ ସରଗମଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।’ ୨୦୦୧ରେ ଆଦିତି ଗୋଭିତ୍ରିକର ଏହି ମୁକୁଟ ପିନ୍ଧି ଦେଶ ପାଇଁ ଗୌରବ ଆଣିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button