ଦେଶ ବିଦେଶ
ସଂସଦରେ ବୈଦେଶିକ ମନ୍ତ୍ରୀଙ୍କ କଡା ଜବାବ, ସେନାକୁ ସମ୍ମାନ ଦିଅ
ନୂଆଦିଲ୍ଲୀ : ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧୋଇଦେଲେ ବୈଦେଶିକ ମନ୍ତ୍ରୀ ଡା. ଏସ ଜୟଶଙ୍କର । ସେନାକୁ ସମ୍ମାନ କିଭଳି କରାଯାଏ ରାହୁଲଙ୍କୁ ଦେଲେ ନୀତିଶିକ୍ଷା । ଆଜି(ସୋମବାର) ଲୋକସଭାରେ କଂଗ୍ରେସ ଉପରେ ଗର୍ଜିଛନ୍ତି ବୈଦେଶିକ ମନ୍ତ୍ରୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡା ଜବାବ ଦେଇ ସେନାକୁ କିଭଳି ସମ୍ମାନ ଦିଆଯାଏ ତାର ପାଠ ପଢାଇଛନ୍ତି ।
ରାହୁଲ ଗାନ୍ଧୀଙ୍କ ବୟାନ ‘ପିଟାଇ’ ଶବ୍ଦକୁ ନେଇ ବୈଦେଶିକ ମନ୍ତ୍ରୀ କହିଛନ୍ତି ଭାରତୀୟ ସେନାକୁ ନେଇ ଏଭଳି ଶବ୍ଦ ଉଚ୍ଚାରଣ କି ପ୍ରୟୋଗ ଉଚିତ ନୁହେଁ । ରାଜନୈତିକ ଆଲୋଚନା ତର୍କ ବିତର୍କକୁ ନେଇ କୌଣସି ସମସ୍ୟା ନାହିଁ । କିନ୍ତୁ ଆମର ସେନାକୁ କୌଣସି ଅପମାନ ଦେବାର ଅଧିକାର ନାହିଁ । ସେନାର ସୌର୍ଯ୍ୟ ବୀରତ୍ବକୁ ନେଇ କୌଣସି ନାଗରିକଙ୍କ କିଛି ବି ସନ୍ଦେହ ହେବା ଅନୁଚିତ ।