ସ୍ୱାସ୍ଥ୍ୟ

ଯଦି ଗାଡ଼ିରେ ବସିବା ଦ୍ଵାରା ଆପଣଙ୍କୁ ବାନ୍ତି ଲାଗୁଛି, ତାହେଲେ କରନ୍ତୁ ନାହିଁ ଏହିସବୁ କାମ

ଅଧିକାଂଶ ଲୋକେ ଭ୍ରମଣ କରିବାକୁ ଭଲ ପାଇଥାନ୍ତି। ବିଭିନ୍ନ ଜାଗାକୁ ଯାଇ ନୂଆ ନୂଆ କଥା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ।ତେବେ କୌଣସି ସ୍ଥାନକୁ ଭ୍ରମଣରେ ଯିବା ପାଇଁ ଆମେ ଗାଡ଼ିରେ ଯାତ୍ରା କରିଥାଉ। ଗାଡିରେ ଯାଇ ଆମେ ଭ୍ରମଣ ସ୍ଥାନରେ ପହଞ୍ଚି ବୁଲାବୁଲି କରିଥାଉ। କିନ୍ତୁ ଗାଡ଼ିରେ ଯିବା ସମୟରେ କିଛି ଲୋକଙ୍କର ବାନ୍ତି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏହି ସମସ୍ୟାରୁ ବଞ୍ଚିତ ହେବା ପାଇଁ ସେମାନେ ନିଜ ପାଖରେ ଅନେକ ଔଷଧ ନେଇଥାନ୍ତି, କିନ୍ତୁ କିଛି ସୁଫଳ ମିଳେ ନାହିଁ।ଏଥିପାଇଁ କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବା ଉଚିତ।ଆଜି ଆମେ ଆପଣଙ୍କୁ କିଛି ଖାଦ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଗାଡ଼ିରେ ଯାତ୍ରା କରିବା ପୂର୍ବରୁ ସେବନ କରିବା ଉଚିତ ନୁହେଁ।

– ଗାଡିରେ କୌଣସି ସ୍ଥାନକୁ ଭ୍ରମଣରେ ଯିବା ସମୟରେ ଅଧିକ ଲୁଣ ଜାତୀୟ ପଦାର୍ଥର ସେବନ କରନ୍ତୁ ନାହିଁ। ଏହିସବୁ ଜିନିଷ ଖାଇବା ଦ୍ୱାରା ଗାଡ଼ିରେ ଯିବା ସମୟରେ ବାନ୍ତି ହୋଇଥାଏ।

– କୌଣସି ସ୍ଥାନକୁ ଭ୍ରମଣରେ ଯିବା ସମୟରେ ଗାଡ଼ିରେ ଚିପ୍ସ କିମ୍ବା ଛଣା ଖାଦ୍ୟ ଆଦି ଖାଆନ୍ତୁ ନାହିଁ। ଏହିସବୁ ଖାଦ୍ୟ ଆପଣଙ୍କୁ ଭଲ ଲାଗୁଥିଲେ ମଧ୍ୟ ଏଗୁଡ଼ିକ ଖାଇବା ଦ୍ୱାରା ଦେହରୁ ଜଳୀୟ ଅଂଶ କମିବା ସହିତ ପେଟରେ ଗ୍ୟାସ ହୋଇଥାଏ ଏବଂ ବାନ୍ତି ହେବାର ସମ୍ଭାବନା ଅଧିକ ରହିଥାଏ। ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ।

– କୌଣସି ସ୍ଥାନକୁ ଯାତ୍ରା ସମୟରେ ଗାଡ଼ିରେ ବସି ଚାହା କିମ୍ବା କଫି ପିଇବା ଉଚିତ ନୁହେଁ। ଏଥିଯୋଗୁଁ ବାନ୍ତି ହେବାର ସମ୍ଭାବନା ରହିଥାଏ। କାରଣ ଚାହା ଓ କଫିରେ ଅଧିକ ମାତ୍ରାରେ କ୍ୟାଫିନ ରହିଥାଏ। ଏହା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ।

– ଗାଡିରେ ଯିବା ସମୟରେ କୌଣସି ପ୍ରକାରର ଥଣ୍ଡା ପାନୀୟ ପିଇବା ପିଇବା ଉଚିତ ନୁହେଁ।କାରଣ ଏଥିରେ ଥିବା ସୋଢା ପେଟରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button