ପାଟି ଦୁର୍ଗନ୍ଧ (Bad Breath) କେମିତି କରିବେ ଦୂର ? ଦେଖନ୍ତୁ ଦନ୍ତ ଚିକିତ୍ସକ Soumya Chakrabartty ଙ୍କ ଖାସ୍ ଟିପ୍ସ

ପାଟି ଦୁର୍ଗନ୍ଧ ହେବାକୁ ନେଇ ଅନେକ ଲୋକ ଚିନ୍ତାରେ ରୁହନ୍ତି । ଅଧିକ ସମୟ ଯାଏଁ ଭୋକରେ ରହିବା ଦ୍ଵାରା ପାଟି ଶୁଖିଲା ହୋଇ ଯାଇଥାଏ ଓ ଠିକ ଭାବେ ବ୍ରସ ନକଲେ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ଦୁର୍ଗନ୍ଧ ବାହାରିଥାଏ । ଏହା ଯୋଗୁଁ ଅନେକ ଲୋକ କାହା ସାମ୍ନାରେ କଥା କହିବା ବେଳେ ସଙ୍କୋଚ କରିଥାନ୍ତି ଏବଂ ସମସ୍ତଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି । ତେବେ ପାତିରୁ ଦୁର୍ଗନ୍ଧ କିପରି ଦୂର କରିବେ ଆସନ୍ତୁ ଏନେଇ ଜାଣିବା ଦନ୍ତ ଚିକିତ୍ସକ ଡାକ୍ତର ସୌମ୍ୟା ଚକ୍ରବର୍ତ୍ତୀଙ୍କ ଠାରୁ ।
ପାଟି ଦୁର୍ଗନ୍ଧ ହେବାର ଅନେକ ଗୁଡିଏ କାରଣ ରହିଛି । ଆମ ପାଟି ଭିତରେ ଅନେକ ପ୍ରକାରର ବାକ୍ଟେରିଆ ରହିଛନ୍ତି । ସେଥିମଧ୍ୟରୁ କିଛି ବ୍ୟାକ୍ଟେରିଆ ଅଛନ୍ତି ଯେଉଁମାନେ ଦୁର୍ଗନ୍ଧ କରେଇଥାନ୍ତି ବା ଆମ ପଟି ଦୁର୍ଗନ୍ଧର କାରଣ ହୋଇଥାନ୍ତି । ସେହି ବ୍ୟାକ୍ଟେରିଆ ମାନେ ଆମ ପାଟି ଭିତରେ ସଲଫର କମ୍ପାଉଣ୍ଡ ରିଲିଜ କରିବା ହେତୁ ଆମ ପାଟି ଦୁର୍ଗନ୍ଧ କରିଥାଏ । କିଛି କଞ୍ଚା ପନିପରିବା ଯଥା:- ପିଆଜ, ରସୁଣ ଓ ଗାଜର ଆଦି ଯୋଗୁଁ ପାଟି ଦୁର୍ଗନ୍ଧ ହୋଇଥାଏ ।
ସେହିପରି ମଦ୍ୟପାନ କରିବା, ପାନ ଗୁଟଖା ଆଦି ଚୋବାଇବା ଦ୍ଵାରା ମଧ୍ୟ ପାଟି ଦୁର୍ଗନ୍ଧ ହୋଇଥାଏ । ରାତି ସମୟରେ ଆମିଷ ଖାଦ୍ଯ ଖାଇବା ଦ୍ଵାରା ବଦହଜମ ଭଳି ସମସ୍ଯା କରାଇଥାଏ । ଏହା ଯୋଗୁଁ ମଧ୍ୟ ଆମ ପାଟି ଦୁର୍ଗନ୍ଧ ହୋଇଥାଏ । ପାଟି ଗନ୍ଧ ହେବାର ଆଉ ଏକ କାରଣ ହେଉଛି ଡାଏ ମାଉଥ ବା ପାଟିରେ ସଲାଇଭା ଅର୍ଥାତ ଲାଳ କମ୍ ହେବା ହେତୁ ପାଟି ଶୁଖିଲା ହୋଇଯାଇ ଦୁର୍ଗନ୍ଧ ହୋଇଥାଏ ।
କିଛି ମେଡ଼ିସିନ ରହିଛି ଯାହା ଲମ୍ବା ସମୟ ଧରି ସେବନ କରିବା ଦ୍ଵାରା ମଧ୍ୟ ଆମ ପାଟି ଦୁର୍ଗନ୍ଧର କାରଣ ହୋଇଥାଏ । କାରଣ ଆଣ୍ଟି- ହାଇପରଟେନସିଭ ମେଡିସନ ଓ ଆଣ୍ଟି- ଡିପ୍ରେସାଣ୍ଟ ଆଦି ମେଡ଼ିସିନ ଆମ ପାଟିକୁ ଶୁଖିଲା କରିଥାଏ ।ସେହିଭଳି ସାଇନରସାଇଟିସ, ଡାଇବେଟିସ, କିଡନୀ ଓ ଲିଭର ରୋଗ ଆଦି ଆମ ପାଟି ଶୁଖିଲା ହେବାର କାରଣ ହେବା ସହ ପାଟି ଦୁର୍ଗନ୍ଧର କାରଣ ହୋଇଥାଏ ।
ସେଥିପାଇଁ ଡାକ୍ତର ପ୍ରଥେମ ଆପଣଙ୍କ ପାଟି ଶୁଖିଲା ହେବାର କାରଣ ଯାଞ୍ଚ ବା ଟେଷ୍ଟ କରିଥାନ୍ତି ।ଯେମିତିକି ଟେଷ୍ଟରେ ଯଦି ଆପଣଙ୍କ ପିଏଚ ଲେବୁଲ କମ୍ ରହୁଛି ତେବେ ଏସିଡିଟି ପାଇଁ ପାଟି ଦୁର୍ଗନ୍ଧ ହେଉଛି ବୋଲି ଜଣା ପଡିଥାଏ ।
ଏଥିପାଇଁ ଆବଶ୍ୟକ ଅନୁସାରେ ଏକ ମାସ କିମ୍ବା ଦୁଇ ମାସ ପର୍ଯ୍ୟନ୍ତ ଗ୍ୟାଷ୍ଟ୍ରିକ ମେଡ଼ିସିନ ଖାଇବା ପାଇଁ ଡାକ୍ତର ଲେଖିଥାନ୍ତି । ଏହାସହ ପାଟି ଦୁର୍ଗନ୍ଧ ହେଉଥିଲେ କଞ୍ଚା ପନିପରିବା ନଖାଇ ସେଗୁଡିକୁ ସିଝାଇ କିମ୍ବା ତରକାରୀରେ ଖାଇବା ଉଚିତ ।
ଯେଉଁ କାରଣ ପାଇଁ ପାଟି ଦୁର୍ଗନ୍ଧ ହେଉଥାଏ ପ୍ରଥମେ ସେହି ରୋଗର ଚିକିତ୍ସା କରିବା ଦ୍ଵାରା ପାଟି ଦୁର୍ଗନ୍ଧ ହେବା ସମସ୍ଯା ଧୀରେ ଧୀରେ ଦୂର ହୋଇଥାଏ । ଏହାସହ ପାଟିକୁ ସଫା ରଖିବା ମଧ୍ୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।