ଜୀବନଶୈଳୀ

ସନ୍ଧ୍ୟାରେ ବନାଇ ଖାଆନ୍ତୁ ‘ବ୍ରେଡ଼ ପନିର ରୋଲ’

ସନ୍ଧ୍ୟା ସମୟରେ କିଛି ଚଟପଟି ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ । ତେବେ ଘରେ ପିଲାମାନେ ଥିଲେ ସନ୍ଧ୍ୟା ସମୟରେ ଖାଦ୍ୟ ବନାଇବା ପାଇଁ ମାମାନେ ଚିନ୍ତାରେ ପଡିଯାଆନ୍ତି  । ତେବେ ଆସନ୍ତୁ ଜାଣିବା ‘ବ୍ରେଡ଼ ପନିର ରୋଲ’ରେପିସି ବିଷୟରେ । ଯାହା କେବଳ ଖାଇବାକୁ ସ୍ଵାଦିଷ୍ଟ ଲାଗିବ ତାହା ନୁହେଁ । ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ଲାଭଦାୟକ ।

ସାମଗ୍ରୀ

୬ଟି ବ୍ରେଡ଼ ସ୍ଲାଇସ

ବ୍ରେଡ଼ ସେକିବା ପାଇଁ ବଟର

୩ ଚାମଚ ପୋଦିନା କିମ୍ବା ଧନିଆ ଚଟଣି
ଏକ କପ ପନୀର (କଦଦୁକସ ହୋଇଥିବା)
ଅଧା ଟେବୁଲ ଚାମଚ ଅଦା ରସୁଣ ପେଷ୍ଟ
ଅଧା ଚାମଚ ଲାଲ ଲଙ୍କା ପାଉଡର
୧/୪ ଚାମଚ ଟମାଟୋ ସସ୍
୧/୪ ଚାମଚ ଆମଚୁର ପାଉଡର

୨ଟେବୁଲ ଚାମଚ କଟା ଧନିଆ ପତ୍ର, ପିଆଜ , ଗାଜର
ଲୁଣ ସ୍ଵାଦାନୁସାରେ

 ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ କପ ପନୀରକୁ ଭଲ ଭାବେ ଗ୍ରିଡ କରି ଅଦା ରସୁଣ ପେଷ୍ଟ, ଲାଲ ଲଙ୍କା ପାଉଡର ଓ ଆମଚୁର ପାଉଡର  ପକାଇ ଭାଜି ଦିଅନ୍ତୁ ଓ ସେଥିରେ ସ୍ଵାଦାନୁସାରେ ଲୁଣ ପକାନ୍ତୁ । ଏହାପରେ ବ୍ରେଡ଼ର ଚାରି ପଟକୁ କାଟି ବେଲଣାରେ ପତଳା କରି ବେଲି ଦିଅନ୍ତୁ।ଏବେ ଏହି ବେଲିଥିବା ବ୍ରେଡ଼ ଉପରେ ଅଳ୍ପ ଚଟଣି ଲଗାଇ ପନୀର ମିଶ୍ରଣ ଓ କଟା ହୋଇଥିବା ଧନିଆ ପତ୍ର, ପିଆଜ , ଗାଜର   ରଖି ରୋଲ କରିଦିଅନ୍ତୁ ।ଏହାପରେ ଏହାର ଚାରିପାଟକୁ ପାଣି ଲଗାଇ ଚିପକାଇ ଦିଅନ୍ତୁ । ଏବେ ଏକ ପ୍ୟାନ ବସାଇ ତେଲ କିମ୍ବା ବଟର ଲଗାଇ ଧିମା ଆଞ୍ଚରେ ଏହି ବ୍ରେଡ଼ ରୋଲକୁ ସୁନେଲି ରଙ୍ଗ ହେବା ଯାଏ ଭାଜନ୍ତୁ ।ହୋଇଗଲା ପରେ ଟମାଟୋ ସସ ଓ ପୋଦିନା ଚଟଣୀ ସହ ଏହାକୁ ସର୍ଭ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button