ଜୀବନଶୈଳୀ

କେମିତି ତିଆରି କରିବେ ପଣସ କଠା କୋରମା ?

ପଣସ ଏହଭଳି ଏକ ଫଳ ଯାହାକୁ ପାଚିଲେ ଖାଇ ହେବ ଓ କଞ୍ଚା ବି ଖାଇହେବ ପୁଣି ଏହାର ମଂଜିବି ଖାଇହେବ ତେବେ ଏହି ପଣସରେ ବହୁତ ପ୍ରକାର ଖାଦ୍ୟ ତିଆରି ହେବ ସେଥି ମଧ୍ୟ ରୁ ପଣସ କଠା କୋରମା ବିଷୟରେ ଆଜି ଆପଙ୍କ କହିବୁ |ଆବଶ୍ୟକ ସାମଗ୍ରୀ: ସିଝା ହୋଇଥିବା ପଣସକଠା, ୧ ଚାମଚ କଶ୍ମୀରୀ ମିର୍ଚ୍ଚ ପାଉଡର, ୧ ଚାମଚ ଜିରା ପାଉଡର, ଅଧାଚାମଚ ଧନିଆ ପାଉଡର, ଛୋଟ ଆକାରରେ କଟା ହୋଇଥିବା ପିଆଜ , ୧ ଚାମଚ ଅଦା ରସୁଣ ପେଷ୍ଟ, ୨ ଚାମଚ ତେଲ କିମ୍ବା ଘିଅ, ଅଧା ଚାମଚ ଗୋଲାପଜଳ, ଅଧା ଚାମଚ ହଳଦୀ ପାଉଡର,୨ ଚାମଚ ଦହି, ,୧୦ ଗ୍ରାମ୍‌ ବାଦାମ, ୩ କାଜୁ, ଖଣ୍ଡେ ଡାଲଚିନି, ୨ଟି ଅଳେଇଚ,୨ଟି ତେଜପତ୍ର ଓ ଆବଶ୍ୟକ ମୁତାବକ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଡ଼େଇରେ ତେଲ ପକାଇ କିଛି ସମୟ ପାଇଁ ଗରମହେବାକୁ ଛାଡ଼ି ଦିଅନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାଇ ଦିଅନ୍ତୁ। ପରେ ତେଜପତ୍ର ଓ ପିଆଜ ପକାଇ ଭଲଭାବେ ଭାଜି ଦିଅନ୍ତୁ। ଯେତେବେଳ ପିଆଜ ରଙ୍ଗ ଲାଇଟ୍‌ ବ୍ରାଉନ୍‌ କଲର ହୋଇଯିବ ସେଥିରେ ଅଦା ରସୁଣ ପେଷ୍ଟ ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଦରକାର ପଡିଲେ ଟିକେ ପାଣି ମିସାଇବେ । ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ମସଲାକୁ ଭଲଭାବେ କଷନ୍ତୁ। ଏବେ ଏଥିରେ କଶ୍ମୀରୀ ମିର୍ଚ୍ଚ ପାଉଡର ,ହଳଦୀ ପାଉଡର,ଧନିଆ ପାଉଡର,ଜିରା ପାଉଡର,ଗରମ ମସଲା ପକାଇ ୨ମିନିଟ୍‌ ପର୍ଯ୍ୟନ୍ତ ଭଲଭାବେ କଷନ୍ତୁ। ଏହି ମିଶ୍ରଣରେ ଟମାଟେ ପେଷ୍ଟ ପକାଇ ସବୁ ମସଲାକୁ ମିଶିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ଏବେ ଏଥିରେ କାଜୁ ପେଷ୍ଟ ସହ ବଟର ପକାଇ ଟିକେ କଷନ୍ତୁ। ଏହା ପରେ ସେଥିରେ କସ୍ତୁରୀ ମେଥି ,ଲୁଣ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଆଗରୁ ସିଝା ହୋଇଥିବା ପଣସକୁ ପକାନ୍ତୁ। ଦେଢ଼ କପ୍‌ ପାଣି ଦେଇ ତାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ଘୋଡ଼ାଇ ଛାଡ଼ି ଦିଅନ୍ତୁ। ଏବେ ଆପଣଙ୍କ ପଣସକଠା କୁର୍‌ମା ପ୍ରସ୍ତୁତ ହୋଇଗଲା। ଏହାକୁ ଆପଣ ରୁଟି କିମ୍ବା ଭାତ ସହ ଖାଇପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button