ଜୀବନଶୈଳୀ

ଭୁଲରେ ମଧ୍ୟ କାହାଠାରୁ ମାଗନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍, ଦରିଦ୍ରତା ସହିତ ଘରେ ଦେଖା ଦେବ ଅନେକ ସମସ୍ୟା

ବର୍ତ୍ତମାନର ସମୟରେ କାହାରି ଠାରୁ କିଛି ସାମଗ୍ରୀ ମାଗି ଆଣିବା ଏବଂ ବ୍ୟବହାର କରିବା ଲୋକମାନଙ୍କର ଏକ ପ୍ରକାର ଅଭ୍ୟାସ ହୋଇ ସାରିଲାଣି। ସାଙ୍ଗ ଠାରୁ ଆରମ୍ଭ କରି ସମ୍ପର୍କୀୟଙ୍କ ଠାରୁ ମାଗିବା ଏପରିକି ଲୋକେ ପୁରୁଣା ଜିନିଷକୁ ଭଡ଼ାରେ ଆଣି ମଧ୍ୟ ଵ୍ୟଵହାର କରୁଛନ୍ତି। କିନ୍ତୁ, ବାସ୍ତୁ ଶାସ୍ତ୍ର ଅନୁଯାଇ କିଛି ବସ୍ତୁର ନେଣଦେଣକୁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରାଯାଇଅଛି।

୧. ଋଣ:- ମଙ୍ଗଳବାର କିମ୍ବା ଗୁରୁବାର ଦିନ କଦାପି ଋଣ ଆଣନ୍ତୁ ନାହିଁ। ଏହି ଦୁଇ ଦିନରେ ଋଣ ଆଣିଲେ କଦାପି ଭରଣା କରି ହୁଏନାହିଁ ବୋଲି କୁହାଯାଏ।

Dress

୨. ଡ୍ରେସ:- ଅନ୍ୟର ଡ୍ରେସ କିମ୍ବା ପିନ୍ଧା ବସ୍ତ୍ର ଆପଣ ବ୍ୟବହାର କରନ୍ତୁନାହିଁ। ଏଭଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଶାରୀରିକ ସମସ୍ୟା ଭୋଗିବାକୁ ହୋଇଥାଏ।

Watch

୩. ଘଣ୍ଟା:- ହିନ୍ଦୁ ଶାସ୍ତ୍ର ଅନୁଯାଇ କଦାପି କାହାକୁ ଘଣ୍ଟା ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଖରାପ ସମୟ ଟାଣି ହୋଇ ଆସେ ବୋଲି କୁହାଯାଏ।

Bangles

୪. ସିନ୍ଦୁର ଏବଂ ଶଙ୍ଖା:- ସାଧବା ମହିଳାମାନେ କଦାପି ନିଜର ଶୃଙ୍ଗାର ଜିନିଷ ଅନ୍ୟ କାହାକୁ ଦେବା ଉଚିତ ନୁହେଁ। କେବଳ ସେତିକି ନୁହେଁ ବରଂ ଏହା ଉଧାର ଆଣିବା ଦ୍ୱାରା ମଧ୍ୟ ଘରେ ଅଶାନ୍ତି ଲାଗି ରହିଥାଏ।

Rumal

୫. ରୁମାଲ:- ଆପଣ ଅନ୍ୟକାହାର ରୁମାଲ ବ୍ୟବହାର କରିବା କିମ୍ବା କାହାକୁ ଦେବା ଅନୁଚିତ ଅଟେ। ଏହା ହେବା ଦ୍ୱାରା ଆପଣଙ୍କ ପାଖରେ ସବୁବେଳେ ଆର୍ଥିକ ସଙ୍କଟ ଲାଗି ରହିବ।

Pen

୬. ପେନ୍:- କାହାଠାରୁ ପେନ୍ ନେଇ ବ୍ୟବହାର କରିବା ଅନୁଚିତ ଅଟେ। ଲେଖନୀରେ ଋଣ ଆଣିବା ଦ୍ୱାରା ଆପଣଙ୍କ ଉନ୍ନତି ଅଟକି ଯାଇଥାଏ।

Ring

୭. ମୁଦି:- କଦାପି ଆପଣ ଆଉ କାହାକୁ ନିଜର ମୁଦି ବ୍ୟବହାର କରିବା ପାଇଁ ଦିଅନ୍ତୁନାହିଁ। ଏହା କରିବା ଦ୍ୱାରା ଆପଣଙ୍କୁ କେବେ ଅଣ୍ଟିବନାହିଁ।

Comb

୮. ପାନିଆ:- ଅନ୍ୟମାନଙ୍କ ପାନିଆ ବ୍ୟବହାର କରିବା ଅନୁଚିତ ଅଟେ। ଏହା କରିବା ଦ୍ୱାରା ଆପଣଙ୍କ ଦେହ ଖରାପ ହେବା ସହିତ ଆର୍ଥିକ ଅନାଟନ ଲାଗି ରହିବ।

Shoe

୯. ଜୋତା:- ହିନ୍ଦୁ ଶାସ୍ତ୍ର ଅନୁଯାଇ ଅନ୍ୟର ଜୋତା କିମ୍ବା ଚପଲ ବ୍ୟବହାର କରିବା ଅନୁଚିତ ଅଟେ। ଏହା କରିବା ଦ୍ୱାରା ଜୀବନର ଚଲାପଥରେ ସଙ୍କଟ ମାଡ଼ିବସିଥାଏ। ଏହା ବ୍ୟତୀତ ଆପଣଙ୍କ ଭାଗ୍ୟ ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି।

Salt

୧୦. ଲୁଣ:- ଅନ୍ୟକାହାକୁ ଲୁଣ ଧାର ଦେବା ଉଚିତ ନୁହେଁ ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button