ବ୍ୟବସାୟ

ଗେମଆପ ଜରିଆରେ ରାତରାତି କୋଟିପତି ହେବା ମହଙ୍ଗା ପଡ଼ିଲା; ସବ-ଇନ୍ସପେକ୍ଟର ହରାଇଲେ ଚାକିରି – Utkal Mail


ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରେ ପୁଲିସ ସବ-ଇନ୍ସପେକ୍ଟର ରାତାରାତି କୋଟିପତି ହୋଇଯାଇଥିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ଇନ୍ସପେକ୍ଟର ଜଣକ ଅନଲାଇନ ଗେମ ଡ୍ରିମ ‌ଇ‌ଲେଭେନ ମାଧ୍ୟମରେ ୧.୫କୋଟି ଟଙ୍କାର ପୁରସ୍କାର ରାଶି ଜିତିଥିବା ଖବର ମିଳିଥିଲା।

ତେବେ ଏହି ରାଶି ଜିତିବା ସୋମନାଥ ଝୋଣ୍ଡେଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି ବୋଲି ପିନପରି-ଚିଞ୍ଚବଡ଼ ପୁଲିସ କମିଶନରେଟ ସୂଚନା ଦେଇଛି। ଏହି ଘଟଣାର ଆଗାମୀ ଯାଞ୍ଚ ପାଇଁ ଡିସିପି ନେତୃତ୍ବ ନେଇଛନ୍ତି।

ବଙ୍ଗଳାଦେଶ ଓ ଇଂଲଣ୍ଡ ମଧ୍ୟରେ ଖେଳ ଚାଲିଥିବା ବେଳେ ସବ-ଇନ୍ସପେକ୍ଟର ଫେଣ୍ଟାସି କ୍ରିକେଟ ଆପରେ ଏକ ଟିମ ଗଠନ କରି ଖେଳ ଖେଳୁଥିଲେ। ଏଭଳି ସମୟରେ ସବ-ଇନ୍ସପେକ୍ଟର ଭାଗ୍ୟ ଖୋଲି ଯାଇଥିଲା । ସେ ଗଠନ କରିଥିବା ଦଳ ପ୍ରଥମସ୍ଥାନ ଅଧିକାର କରିଥିଲା।

ଏହାପରେ ସୋମନାଥ ଦେଢ଼କୋଟି ଟଙ୍କ‌ାର ପୁରସ୍କାର ରାଶି ଜିତି ଯାଇଥିଲେ। ଏହି ଘଟଣା ପରେ ଯାଞ୍ଚ ହୋଇଥିଲା। ଯାଞ୍ଚରୁ ଜଣାପଡ଼ିଲା କି ସବ-ଇନ୍ସପେକ୍ଟର ଡିୟୁଟିରେ ଅବହେଳା କରି ଏହି ଖେଳ ଖେଳିଥିଲେ। ଫଳରେ ସେ ମହାରାଷ୍ଟ୍ର ପୁଲିସର ସିଭିଲ ସର୍ଭିସ କଣ୍ଡକ୍ଟର ନିୟମର ବି ଉଲଂଘନ୍ନ କରିଥିଲେ।

କାରଣ ପୁଲିସ କର୍ମଚାରୀ ଜଣକ ଏଭଳି କିଛି ଗେମ ଆପ ସହିତ ଜଡ଼ିତ ଥିବା ପୁଲିସରେ ଜଣାଇ ନଥିଲେ। ଏଥିସହିତ ଖାକି ପୋଷାକରେ ବସି ସାକ୍ଷାତକାର ଦେଇଥିଲେ। ଏହା ପ୍ର‌ତ୍ୟେକ୍ଷ ଭାବେ ନହେଲେ ବି ପରୋକ୍ଷରେ ଉକ୍ତ ଆପର ପ୍ରଚାର ହୋଇଥିଲା। ତେଣୁ ଯାଞ୍ଚ ପରେ ଦୋଷୀ ସାବ୍ୟସ୍ତ ହେବାରୁ ଚାକିରିରୁ ସବ-ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରି ଦିଆଯାଇଛି।

 




Related Articles

Leave a Reply

Your email address will not be published. Required fields are marked *

Back to top button