ଦେଶ ବିଦେଶ

ଦୁନିଆର ସବୁଠାରୁ ମହଙ୍ଗା ଘର ହେଉଛି ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସ୍

ଆସନ୍ତୁ ଜାଣିବା ଦୁନିଆର ସବୁଠୁ ମହଙ୍ଗା ଘର ଗୁଡିକ ବିଷୟରେ…

ଦୁନିଆର ସବୁଠାରୁ ମହଙ୍ଗା ଘର ହେଉଛି ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସ୍ । ଏହା ବ୍ରିଟିଶ ରୟାଲ ପରିବାରର ସମ୍ପତ୍ତି ଅଟେ। ଏଥିରେ ପ୍ରାୟ ୭୭୫ଟି ରୁମ ରହିଛି, ଯେଉଁଥିରେ ୫୨ଟି ରାଜକୀୟ ଏବଂ ଅତିଥି ଶୟନ କକ୍ଷ, ୯୨ଟି କାର୍ଯ୍ୟାଳୟ, ୭୮ଟି ବାଥରୁମ ଏବଂ ୧୯ଟି ଷ୍ଟେଟ୍ ରୁମ୍ ଅଛି। ଏହାର ମୂଲ୍ୟ ପ୍ରାୟ ୬.୭ ବିଲିୟନ ଡଲାରରୁ ଅଧିକ।

ଫ୍ରାନ୍ସର ଭିଲ୍ଲା ଲିଓପୋଲଡା ମଧ୍ୟ ଦୁନିଆର ଦାମୀ ଘର ତାଲିକାରେ ରହିଛି। ଏହାର ମୂଲ୍ୟ ପ୍ରାୟ ୭୫୦ ମିଲିୟନ ଡଲାରରୁ ଅଧିକ ବୋଲି କୁହାଯାଉଛି। ଏଥି ସହିତ, ଫ୍ରାନ୍ସ ସ୍ଥିତ ଭିଲ୍ଲା ଲେସ୍ କେଡ୍ରେସର ମୂଲ୍ୟ ୪୩୦ ମିଲିୟନ ଡଲାରରୁ ଅଧିକ ।

କାଲିଫର୍ନିଆର ବେଭେରୀ ହିଲ୍ସରେ ଅବସ୍ଥିତ ମଧ୍ୟ ବହୁ ଦାମୀ ଘର ତାଲିକାରେ ଆସୁଛି ଏବଂ ଏହାର ମୂଲ୍ୟ ୧୯୫ ମିଲିୟନ ଡଲାରରୁ ଅଧିକ ଅର୍ଥାତ୍ ୧୬ ବିଲିୟନ ଟଙ୍କା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button