ଦେଶ ବିଦେଶ

ଦେହରେ ଟାଟୁ ଥିଲେ ମିଳିବନି ୯ ପ୍ରକାରର ସରକାରୀ ଚାକିରି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯୁବପୀଢ଼ିଙ୍କୁ ଟାଟୁ ନିଶା ଘାରିଥିବା ଦେଖାଯାଉଛି । ତେବେ ଏଥିନେଇ ଆପଣମାନେ ସଚେତନ ହେବା ଜରୁରୀ । ଭାରତରେ ଏଭଳି କିଛି ସରକାରୀ ଚାକିରିରେ ଟାଟୁକୁ ବ୍ୟାନ କରାଯାଇଛି ।

ତେଣୁ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀମାନେ ଟାଟୁ ନିୟମକୁ ଧ୍ୟାନରେ ରଖିବା ଉଚିତ । କାରଣ ଯଦି ଆପଣ ଭବିଷ୍ୟତରେ ସରକାରୀ ଚାକିରି ପାଇବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଶରୀରରେ ଟାଟୁ କାରଣରୁ ଆପଣଙ୍କ ଚାକିରି ହରାଇପାରନ୍ତି । ଭାରତୀୟ ପ୍ରଶାସନିକ ସେବା (ଆଇଏଏସ), ଭାରତୀୟ ପୋଲିସ ସେବା (ଆଇପିଏସ), ଭାରତୀୟ ରାଜସ୍ୱ ସେବା (ଆଇଆରଏସ), ଭାରତୀୟ ବିଦେଶ ସେବା (ଆଇଏଫଏସ), ଇଣ୍ଡିଆନ ଆର୍ମି, ଇଣ୍ଡିଆନ ନେଭି, ଇଣ୍ଡିଆନ ଏୟାର ଫୋର୍ସ, ଇଣ୍ଡିଆନ କଷ୍ଟ ଗାର୍ଡ, ପୋଲିସ ଆଦି ସମସ୍ତ ଚାକିରିରେ ଟାଟୁକୁ ବ୍ୟାନ କରାଯାଇଛି । ଏହି ସମସ୍ତ ଚାକିରିଗୁଡ଼ିକରେ ଟାଟୁର ଆକାର ନେଇ କୌଣସି ସର୍ତ୍ତ ନାହିଁ । ଶରୀରରେ କେବଳ ଗୋଟିଏ ଟାଟୁ ମିଳିଲେ ଆପଣଙ୍କୁ ଚାକିରିରୁ ବ୍ୟାନ କରିଦିଆଯିବ । ଶାରୀରିକ ପରୀକ୍ଷା ସମୟରେ ଏନେଇ ଯାଞ୍ଚ କରାଯାଇଥାଏ ।

ତେବେ ଏଠାରେ ପ୍ରଶ୍ନ ଉଠେ, ସରକାରୀ ଚାକିରି କ୍ଷେତ୍ରରେ ଟାଟୁର କ’ଣ କୁପ୍ରଭାବ ରହିଛି? ଏଥିପାଇଁ ମୁଖ୍ୟତଃ ୩ଟି କାରଣ ରହିଛି । ପ୍ରଥମତଃ, ଟାଟୁ କାରଣରୁ ଅନେକ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ଏଚଆଇଭି, ଚର୍ମରୋଗ, ହେପାଟାଇଟିସ ଏ ଓ ବି’ର ଆଶଙ୍କା ବଢ଼ିଥାଏ । ଦ୍ୱିତୀୟତଃ, ଶରୀରରେ ଟାଟୁ କଲେ ଜଣେ ବ୍ୟକ୍ତି ଅନୁଶାସନରେ ରହିବ ନାହିଁ ବୋଲି ଏକ ଧାରଣା ସୃଷ୍ଟି ହୋଇଥାଏ । ଟାଟୁ ଧାରୀଙ୍କ ପାଇଁ ତାଙ୍କର କାମ ଅପେକ୍ଷା ତାଙ୍କର ସଉକ ବେଶି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତୃତୀୟତଃ, ସୁରକ୍ଷା ବଳରେ ଟାଟୁ ବାଲାଙ୍କୁ ଚାକିରି ଦିଆଯାଇ ନଥାଏ । କାରଣ ଧରାପଡ଼ିଲେ ଟାଟୁ କାରଣରୁ ତାଙ୍କୁ ସହଜରେ ଚିହ୍ନଟ କରାଯାଇଥାଏ । ତେଣୁ ଟାଟୁ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button