ବିଜ୍ଞାନ

ହ୍ବାଟସଆପ ମେସେଜରେ ସ୍କ୍ରିନ୍‌ଶଟ ମନା

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ବାଟସଆପ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଉ ଏକ ନୂତନ ବୈଶିଷ୍ଟ୍ୟକୁ ଅନ୍ତର୍ଭୁକ୍ତ କରାଯାଇଛି। ଏବେ ଆଉ ମେସେଜ ଗୁଡିକର ସ୍କ୍ରିନ୍‌ଶଟ ନିଆଯାଇପାରିବ ନାହିଁ। ଏହି ବୈଶିଷ୍ଟ୍ୟ ପରେ, ବର୍ତ୍ତମାନ ବ୍ୟବହାରକାରୀଙ୍କ ଚାଟ ଅଧିକ ସୁରକ୍ଷିତ ହୋଇପାରିବ।

ବ୍ୟବହାରକାରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ଗତ ବର୍ଷ ଅଗଷ୍ଟରେ ହ୍ବାଟସଆପ ପକ୍ଷରୁ ଭ୍ୟୁ ଓ୍ବାନସ ମେସେଜ ବୈଶିଷ୍ଟ୍ୟ ସାମିଲ କରିଥିଲା। ଏକ ବର୍ଷ ପରେ, ଅର୍ଥାତ୍‌ ଅଗଷ୍ଟ ୨୦୨୨ରେ, ମେଟାର ସିଇଓ ମାର୍କ ଜୁକରବର୍ଗ ଭ୍ୟୁ ଓ୍ବାନସ ମେସେଜରେ ସ୍କ୍ରିନଶଟ ନେବା ବନ୍ଦ କରିବାକୁ ଘୋଷଣା କରିଥିଲେ।

ମାର୍କ ଜୁକରବର୍ଗ ଅନେକ ସୁରକ୍ଷା ବୈଶିଷ୍ଟ୍ୟ ପ୍ରକାଶ କରିବା ସହିତ କହିଥିଲେ ଯେ ସେ ବର୍ତ୍ତମାନ ହ୍ବାଟସଆପ ସୁରକ୍ଷାକୁ ମଜବୁତ କରିବାକୁ ଯାଉଛୁ।

ହ୍ବାଟସଆପର ଏହି ସ୍କ୍ରିନଶଟ ବ୍ଲକିଂ ବୈଶିଷ୍ଟ୍ୟ ଗୁଗୁଲ-ପେ ଏବଂ ଫୋନ-ପେ ପରି କାମ କରେ, ଯାହା ଉପଭୋକ୍ତାମାନଙ୍କୁ ନିଜ ପ୍ଲାଟଫର୍ମରେ ସ୍କ୍ରିନଶଟ ନେବାକୁ ଅନୁମତି ଦେଇ ନଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button