ଓଡିଶା

ପୂର୍ବ ଶତ୍ରୁତାର ଭୟଙ୍କର ରୂପ; ପଡ଼ୋଶୀର ଖଣ୍ଡା ଚୋଟରେ ଟଳିଲେ ଯୁବକ

ରାତି ଅଧରେ ବୁଲିଲା ଖଣ୍ଡା। ପଡ଼ୋଶୀଙ୍କ ଖଣ୍ଡା ଚୋଟରେ ଚାଲିଗଲା ଜଣେ ଯୁବକ ଜୀବନ। ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମାଲଗୋଦାମ ପଡ଼ାରେ। ମୃତକ ହେଲେ ନିରଜ ହରପାଳ। ଅନ୍ୟ ୨ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ନିରଜ ଓ ତାଙ୍କର ଦୁଇ ସାଙ୍ଗଙ୍କ ସହିତ ପାନ ଦୋକାନକୁ ଯାଇଥିଲେ।

ସେଠାରେ ଥିବା ଦୀପକ କୁମ୍ଭାର ପୂର୍ବ ଶତ୍ରୁତାକୁ ନେଇ ହଠାତ ନିରଜଙ୍କୁ ଗାଳିଗୁଲଜ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଦିପକ ନିଜ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ଖଣ୍ଡା ସହ ଅସ୍ତ୍ରଶସ୍ତ୍ର ନେଇ ସେଠାରେ ପହଞ୍ଚିଥିଲେ।

ନିରଜଙ୍କୁ ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ନିରଜଙ୍କ ପାଖରେ ଥିବା ୨ ସାଙ୍ଗ ଏହାକୁ ଅଟକାଇଥିଲେ। ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପୁଲିସ ପହଞ୍ଚିବାପରେ ଉତ୍ତେଜନା ଥମିଥିଲା। ପରିବାର ଲୋକେ ନିରଜ ଓ ଦୁଇ ସାଙ୍ଗକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ନିରଜଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ପୁଲିସ ଏହି ଘଟଣାରେ ଦିପକଙ୍କ ପରିବାରର ୪ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button