ତୁଳସୀ ମାଳି ଧାରଣ କଲେ ପ୍ରସନ୍ନ ହୋଇଥାନ୍ତି ଭଗବାନ ବିଷ୍ଣୁ, ଜାଣନ୍ତୁ କ’ଣ ରହିଛି ଏହାର ପଛର ଫାଇଦା

ଘରେ ତୁଳସୀ ଗଛ ରହିବା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଅନେକ ଶାରୀରିକ ଏବଂ ମାନସିକ ସମସ୍ୟାରୁ ରକ୍ଷା ପାଇଥାନ୍ତି । ଶାସ୍ତ୍ରରେ ତୁଳସୀ ପତ୍ରକୁ ମାଁର ଆଖ୍ୟା ଦିଆଯାଇଛି । ଅଧିକାଂଶ ସମୟରେ ଆପଣମାନେ ଲକ୍ଷ୍ୟ କରିଥିବେ କିଛି ଲୋକ ବାଦାମୀ ରଙ୍ଗର ମାଳି ଗଳାରେ ପିନ୍ଧିଥାନ୍ତି, ଯାହାକୁ ତୁଳସୀ ମାଳି କୁହାଯାଇଥାଏ । ତୁଳସୀ ମାଳକୁ ନେଇ ଶାସ୍ତ୍ରରେ ଅନେକ ମହତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ମହତ୍ତ୍ୱ ।
ଭଗବାନ ବିଷ୍ଣୁ ଏବଂ ତୁଳସୀଙ୍କ ମଧ୍ୟରେ ଖାସ୍ ସମ୍ବନ୍ଧ ରହିଛି । କୁହାଯାଇଥାଏ ଯେଉଁ ଘରେ ତୁଳସୀ ରହିଥାଏ ସେହି ଘରେ ଭଗବାନ ବିଷ୍ଣୁଙ୍କର କୃପା ଲାଗିରହିଥାଏ । ସେହିଭଳି ତୁଳସୀ ମାଳି ଧାରଣ କରିଥିବା ବ୍ୟକ୍ତିଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ରହିଥାଏ ।
ତୁଳସୀ ୨ ପ୍ରକାରର
-ପୁରାଣରେ ତୁଳସୀ ୨ ପ୍ରକାର ଉଲ୍ଲେଖ କରାଯାଇଛି । ଗୋଟିଏ ଶ୍ୟାମା ତୁଳସୀ ଅନ୍ୟଟି ରାମା ତୁଳସୀ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଶ୍ୟାମ ତୁଳସୀ ମାଳ ମାନସିକ ସୁଖ ପ୍ରଦାନ କରିଥାଏ । ଏହା ସର୍ବଦା ମନରେ ସକାରାତ୍ମକ ବିଚାର ଆଣିଥାଏ । ଏଥିସହ ଏହାକୁ ଧାରଣ କରିବା ଦ୍ୱାରା ପରିବାରରେ ସର୍ବଦା ସୁଖ,ଶାନ୍ତି ଏବଂ ଆନନ୍ଦ ଦେଖାଯାଇଥାଏ ।
-ସେହିଭଳି ରାମା ତୁଳସୀ ମାଳ ନିଜ ଭିତରେ ଈଶ୍ୱର ଏବଂ ବିଶ୍ୱାସ ଜନ୍ମାଇଥାଏ । ଭଗବାନଙ୍କ ଉପରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ସର୍ବଦା ଆତ୍ମବିଶ୍ୱାସରେ ଭରପୂର ହୋଇଥାନ୍ତି । ଏହି ମାଳ ପ୍ରତ୍ୟେକ କର୍ତ୍ତବ୍ୟ ପୂରଣ କରିବା ସହ ସହାୟତା ପ୍ରଦାନ କରିଥାଏ ।
-ଶାସ୍ତ୍ର ଅନୁଯାୟୀ ତୁଳସୀ ମାଳ ଧାରଣ କରିବା ଦ୍ୱାରା ଭୌତିକ ଏବଂ ଶାରୀରିକ ସୁଖ ପ୍ରାପ୍ତି ହୋଇଥାଏ । ତୁଳସୀ ମାଳି ଧାରଣ କରିଥିବା ବ୍ୟକ୍ତିଙ୍କ ଗଳା ସମ୍ବନ୍ଧିତ କୌଣସି ପ୍ରକାର ରୋଗ ହୋଇନଥାଏ । ଏହା ହହଜମ ଶକ୍ତିକୁ ମଧ୍ୟ ଠିକ୍ କରିଥାଏ । ତୁଳସୀ ମାଳି ଧାରଣ କରିବା ଦ୍ୱାରା ଛୋଟ ପିଲା, ବୟସ୍କ ବ୍ୟକ୍ତି ସମସ୍ତଙ୍କିର ଥଣ୍ଡା, ଜ୍ୱର, ମୁଣ୍ଡବିନ୍ଧା ଏବଂ ତ୍ୱଚା ଜନିତ ସମସ୍ୟା ଆଦି ଠିକ୍ ହୋଇଥାଏ ।
-ଆଜିକାଲି ଅଧିକାଂଶ ମହିଳାଙ୍କର ଥାଇରଏଡ୍ ସମସ୍ୟା ଦେଖାଯାଇଥାଏ । ଏହିକାରଣରୁ ତୁଳସୀର ମାଳି ପିନ୍ଧିବା ଦ୍ୱାରା ଥାଇରଏଡ୍ ଗ୍ରନ୍ଥି ଗୁଡିକ ସଠିକ୍ ଭାବେ କାମ କରିଥାଏ । ଏହି ମାଳି ଧାରଣ କରିବା ଦ୍ୱାରା ମହିଳାମାନଙ୍କ ଗଳା ଏବଂ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।
-ଗଳାରେ ତୁଳସୀ ମାଳି ପିନ୍ଧିବା ଦ୍ୱାରା ଶରୀରରେ ରକ୍ତ ପ୍ରବାହ ସଠିକ୍ ରୂପେ ହୋଇଥାଏ । ଯେଉଁ ଲୋକମାନଙ୍କର ହାଇ ବ୍ଲଡପ୍ରେସରର ସମସ୍ୟା ରହିଥାଏ ସେହି ବ୍ୟକ୍ତିମାନେ ନିଶ୍ଚୟ ତୁଳସୀ ମାଳି ଧାରଣ କରନ୍ତୁ ।
-ଏହାବ୍ୟତୀତ ତୁଳସୀ ମାଳି ଧାରଣ କରିବା ଦ୍ୱାରା ସମାଜରେ ଯଶ, କୀର୍ତ୍ତି , ସମ୍ମାନ ଏବଂ ସୌଭାଗ୍ୟ ବଢିଥାଏ । ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କରବିା ଦ୍ୱାରା ମଧ୍ୟ ଆପଣ ଭୟଙ୍କରରୁ ଅତି ଭୟଙ୍କର ଭାଇରସକୁ ମାତ୍ ଦେଇପାରିବେ ।