ବିଚାର

ଜଣେ ବୟସ୍କ ବ୍ୟକ୍ତି କମ୍ ବୟସର ଝିଅକୁ ବାହା ହେଲେ କଣ ହେବ ? ଜାଣନ୍ତୁ ଚାଣକ୍ୟ ନୀତି କଣ କହୁଛି…

ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଗୋଟିଏ ନୀତିଗ୍ରନ୍ଥ ଅଟେ । ଏଥିରେ ଜୀବନ କୁ ସଫଳ ଏବଂ ସୁଖମୟ ବନାଇବା ପାଇଁ ଉପଯୋଗୀ ଉପାୟ ମାନ ବର୍ଣ୍ଣନା କରାଯାଇଅଛି । ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ଉଚିତ ଦିଗ ଦେଖାଇବା ଉପରେ ଆଧାରିତ ।

ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ଜିଏକି ନିଜର ନୀତି ବାଣୀ ମାଧ୍ୟମରେ ଚନ୍ଦ୍ରଗୁପ୍ତ ମୋରୟା ଙ୍କୁ ରାଜା ର ଗାଦି ରେ ବସାଇ ଦେଇଥିଲେ । ହେଲେ ଆଜି ଆମେ ଆଚାର୍ଯ୍ୟ ଚାଣକ୍ୟ ଉଲ୍ଲେଖ କରିଥିବା ନିଜଠୁ କମ ବୟସର ଯୁବତୀଙ୍କୁ ବିବାହ କଲେ କଣ ହେବ ସେ ସମ୍ବନ୍ଧରେ ଜାଣିବା।

ଯଦି ଜଣେ ବ୍ୟକ୍ତି ନିଜଠୁ କମ ବୟସର ଯୁବତୀଙ୍କୁ ବିବାହ କରୁଛନ୍ତି, ତେବେ ଜୀବନରେ କଣ ଆସିବ ଯାହା ବିଷୟରେ ଜାଣିଲେ ଜାଣିଲେ ହେବେ ତାଜୁବ! ଚାଣକ୍ୟ ନୀତିରେ ଘରୋଇ ଜୀବନରେ ଆସୁଥିବା ସମସ୍ୟା ଓ ଏଥିରୁ ମୁକ୍ତି ପାଇବାର ସୂତ୍ର ବାବଦରେ ମଧ୍ୟ କରିଛନ୍ତି। ତାଙ୍କ ନୀତି ଅନୁସରଣ କରି ପୁରୁଷ ଓ ମହିଳାମାନେ ଏକ ସୁଖୀ ଦାମ୍ପତ୍ୟ ଜୀବନ ଉପଭୋଗ କରିପାରିବେ ।

ଆଚାର୍ଯ୍ୟ ଚାଣକ୍ୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବୟସ ପାର୍ଥକ୍ୟ କ’ଣ ହେବା ଉଚିତ ବୋଲି ସେ କହିଛନ୍ତି। ସ୍ୱାମୀ ଓ ସ୍ତ୍ରୀ ପରସ୍ପରକୁ ବୁଝିଲେ ସେମାନଙ୍କ ଜୀବନ ଭଲରେ ଚାଲିଥାଏ ।
ପରସ୍ପର ପାଇଁ ଉପଯୁକ୍ତ ପୁଅ ଝିଅ ବିବାହ କରିବା ଭଲ କାରଣ ସେମାନଙ୍କୁ ପରସ୍ପରର ଆବଶ୍ୟକତା ପୂରଣ କରିବାକୁ ପଡିବ । ଅନ୍ୟଥା, ଯଦି ଜଣେ ବୃଦ୍ଧ ଜଣେ ଯୁବତୀଙ୍କୁ ବିବାହ କରନ୍ତି, ତେବେ ବିବାହ ଅଧିକ ଦିନ ତିଷ୍ଠିବ ନାହିଁ ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏପରି ଯେ ଉଭୟଙ୍କ ପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବା ଜରୁରୀ। ଉଭୟଙ୍କ ମଧ୍ୟରେ ଅଧିକ ବୟସ ପାର୍ଥକ୍ୟ ରହିଲେ ବୈବାହିକ ଜୀବନରେ କୌଣସି ସମନ୍ୱୟ ରହିବ ନାହିଁ । ସେମାନେ ପରସ୍ପରର ଆବଶ୍ୟକତା ପୂରଣ କରିପାରିବେ ନାହିଁ । ଜଣେ ବୃଦ୍ଧ ବ୍ୟକ୍ତି ଯୁବତୀଙ୍କୁ ବିବାହ କରିବା ଉଚିତ୍ ନୁହେଁ। ଏହି ବିବାହ ଅସଙ୍ଗତ । ଏହିପରି ବିବାହ କଦାପି ସଫଳ ହୁଏ ନାହିଁ ଏବଂ ଉଭୟ ପୁରୁଷ ଏବଂ ମହିଳା କଷ୍ଟ ପାଆନ୍ତି ।

ସ୍ୱାମୀ ଓ ସ୍ତ୍ରୀ ଏହି ପବିତ୍ର ସମ୍ପର୍କର ସମ୍ମାନ ରକ୍ଷା କରିବା ଉଚିତ୍ ଓ ଏହାକୁ ମଧ୍ୟ ଅନୁସରଣ କରିବା ଉଚିତ୍ । ଯେଉଁ ଘରେ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଅପମାନିତ କରନ୍ତି, ସେଠି ବିବାହିତ ଜୀବନରେ ଟେନସନ ଛଡା ଆଉ କିଛି ନାହିଁ ।ଚାଣକ୍ୟ ବିଶ୍ୱାସ କରନ୍ତି ଯେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ପବିତ୍ର ଓ ଏହାକୁ ମଜବୁତ କରିବା ଆବଶ୍ୟକ । ଯଦି ସ୍ୱାମୀ-ସ୍ତ୍ରୀ ପରସ୍ପରର ଆବଶ୍ୟକତାକୁ ଅଣଦେଖା କରନ୍ତି, ତେବେ ଜୀବନରେ ସୁଖ ମିଳିବ ନାହିଁ ।

ଚାଣକ୍ୟ କହିଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସର୍ବଦା ପ୍ରେମ ଏବଂ ସୌହାର୍ଦ୍ଦ୍ୟର ସମ୍ପର୍କ ରହିବା ଉଚିତ୍। ଏହା ବ୍ୟତୀତ ଜଣେ ଯୁବତୀ ବୟସ୍କ ବ୍ୟକ୍ତିଙ୍କୁ ବିବାହ କରିବା ମଧ୍ୟ ବିପଦଜନକ। ଚାଣକ୍ୟ କହିଥିଲେ ଯେ ଜଣେ ଯୁବତୀ ବୃଦ୍ଧ ସ୍ୱାମୀଙ୍କ ପତ୍ନୀ ହେବା ଅନେକ ସମସ୍ୟା ସୃଷ୍ଟି କରିପାରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button