ଜୀବନଶୈଳୀ

ଦୈନିକ ୩ ରୁ ୪ କପ କଫି ପିଇଲେ ଦୂର ହୁଏ ହୃଦରୋଗ ସମ୍ଭାବନା

ଯଦି ଆପଣ ଦିନକୁ ୨ ରୁ ୩ କପ କଫି ପିଅନ୍ତି, ତେବେ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କୌଣସି ପ୍ରକାର ଚିନ୍ତା କରିବାକୁ ପଡ଼ିବ ନାହିଁ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଦୁଇରୁ ତିନି କପ୍ କଫି ପିଇବା ଦ୍ୱାରା ଆୟୁଷ ବଢେ ଏବଂ ହୃଦଘାତ ହେବାର ଆଶଙ୍କା କମ୍ ଥାଏ। ଅଷ୍ଟ୍ରେଲିଆର ବେକର୍ ହାର୍ଟ ଆଣ୍ଡ ଡାଇବେଟିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଏକ ଦଳ ୪୦ ରୁ ୬୯ ବର୍ଷ ବୟସ ବ୍ୟକ୍ତିଙ୍କ ତଥ୍ୟ ବ୍ୟବହାର କରି ଏହି ଅନୁସନ୍ଧାନ କରିଥିଲା।

ୟୁରୋପୀୟ ଜର୍ନାଲ୍ ଅଫ୍ ପ୍ରିଭେଣ୍ଟିଭ୍ କାର୍ଡିଓଲୋଜିରେ ପ୍ରକାଶିତ ଏହି ଅଧ୍ୟୟନରେ ୪୪୯,୫୬୩ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ସେମାନଙ୍କର ପାଖାପାଖି ବୟସ ୫୮ ବର୍ଷ ବୟସ ଥିଲା ଏବଂ ସେମାନଙ୍କ ମଧ୍ୟରୁ ୫୫.୩ ପ୍ରତିଶତ ମହିଳା ସାମିଲ ଥିଲେ। ଏମାନଙ୍କ ସ୍ୱାସ୍ଥ୍ୟ ରେକର୍ଡ ପ୍ରତି ନଜର ରଖାଗଲା। ଏଥିରୁ ଜଣାଗଲା ଯେ ପ୍ରତିଦିନ ଦୁଇରୁ ତିନି କପ୍ କଫି ପିଇବା ବ୍ୟକ୍ତିଙ୍କ ଆୟୁଷ ଭଲ ଥିଲା ଏବଂ ସେମାନଙ୍କର ହୃଦରୋଗ ଭଳି କୌଣସି ସମସ୍ୟା ନଥିଲା। ଏହି ଅଧ୍ୟାୟନର ଫଳାଫଳ ସ୍ୱରୂପ ମେଡିକାଲ ରିପୋର୍ଟ ଏବଂ ମୃତ୍ୟୁ ରେକୋର୍ଡରୁ ଜଣାପଡିଲା।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସମସ୍ତ ପ୍ରକାରର କଫି ମୃତ୍ୟୁର କମ୍ ବିପଦ ସହିତ ଜଡିତ ଅଛି। ସେ କହିଛନ୍ତି, ‘କଫିରେ ଏପରି ଗୁଣ ଅଛି ଯାହା ଆପଣଙ୍କ ଜୀବନ ଆୟୁଷକୁ ବଢାଇପାରେ। କଫିରେ କଫିନ୍ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ଏଥିରେ ୧୦୦ ରୁ ଅଧିକ ସକ୍ରିୟ ଜୈବିକ ପଦାର୍ଥ ମିଳିଥାଏ। କଫି ବିନ୍ସ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଯାହା ଶରୀରକୁ ଫ୍ରି ରେଡିକାଲ୍ ନାମକ ବିପଜ୍ଜନକ ମଲିକ୍ୟୁଲସଗୁଡିକ ବାହାର କରିବାରେ ସାହାଯ୍ୟ କରେ।

ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ କଫି ପିଉଥିବା ଲୋକଙ୍କ ମାନସିକ ସମସ୍ୟା କମ୍ ଥାଏ। କାରଣ କଫି ମସ୍ତିଷ୍କରେ ସେହି ହରମୋନର ପରିମାଣକୁ ବଢାଇଥାଏ ଯିଏ ଆପଣଙ୍କ ମୁଡକୁ ଖୁସି ଏବଂ ସକ୍ରିୟ ରଖିଥାଏ। ତେଣୁ ଏହି ଅଧ୍ୟୟନ ଅନୁଯାୟୀ ଦୈନିକ ୩ ରୁ ୪ କପ କଫି ପିଇଲେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button