ବିଚାର

ଘରର ଏହି ସ୍ଥାନରେ ରଖନ୍ତୁ ବଂଶୀ, ହୋଇଯିବ ଚମତ୍କାର। ପତିପତ୍ନୀଙ୍କ ସମ୍ପର୍କରେ ଆସିବ ମଧୁରତା

ବାସ୍ତୁଶାସ୍ତ୍ରରେ ଘରର ସକାରାତ୍ମକ ଉର୍ଜା ବୃଦ୍ଧି କରିବା ଏବଂ ନକାରାତ୍ମକ ପ୍ରଭାବକୁ ଦୂର କରିବା ପାଇଁ ଅନେକ ଉପାୟ ଗୁଡ଼ିକ ଉଲ୍ଲେଖ କରାଯାଇଛି। ବାସ୍ତୁବିତ ମାନଙ୍କ ଅନୁସାରେ, କୌଣସି ଜିନିଷକୁ ସଠିକ ଦିଗ ଏବଂ ସଠିକ ସ୍ଥାନରେ ରଖିବା ଦ୍ୱାରା ତାର ଲାଭ ପ୍ରାପ୍ତି ହୋଇଥାଏ। ତେଣୁ ଘରେ ପ୍ରତ୍ୟେକ ଜିନିଷ ତାର ସଠିକ ସ୍ଥାନରେ ରହିବା ନିହାତି ଜରୁରୀ ଅଟେ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

କହିବାକୁ ଗଲେ, ବାସ୍ତୁଶାସ୍ତ୍ରରେ କିଛି ଏଭଳି ଜିନିଷ ଗୁଡ଼ିକ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ବଂଶୀ। ବଂଶୀ ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ବାଦ୍ୟ ଅଟେ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବଂଶୀକୁ ସଠିକ ଦିଗରେ ରଖିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ଏବଂ ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ତେବେ ଆସନ୍ତୁ ଜାଣିବା ବଂଶୀକୁ କିପରି ଭାବରେ ରଖିବା ଉଚିତ।

ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ସର୍ବଦା ତାଙ୍କ ପ୍ରିୟର ବଂଶୀ ରହିଥାଏ। ଆପଣ ମାନେ ଜାଣିଥିବେ କି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ସର୍ବଦା ଦେବୀ ରାଧାରାଣୀ ରହିଥାନ୍ତି। ଦେବୀ ରାଧା ଭଗବାନ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଅଟନ୍ତି। କାରଣ ପ୍ରଭୁ ଦେବୀ ରାଧାଙ୍କୁ ବହୁତ ପ୍ରେମ କରନ୍ତି।ଏହାସହିତ ଘରେ ବଂଶୀ ଆଣି ରଖିଲେ, ଘରର ସବୁ ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ଘରର କାନ୍ଥ କିମ୍ଭା ଠାକୁର ଘର ବାହାରେ ଯୋଡ଼ା ବଂଶୀ ଲଗାଇବା ଦ୍ୱାରା ଧନସଂପତ୍ତି ବୃଦ୍ଧି ହୋଇଥାଏ।

ଯଦି କୌଣସି ବ୍ୟକ୍ତି ନୂଆ କାର୍ଯ୍ୟ ଆରମ୍ଭ କରିଛନ୍ତି ଏବଂ ସେହି କାର୍ଯ୍ୟ ଆରମ୍ଭ କରିବା ମାତ୍ରେ କାର୍ଯ୍ୟ ବିଗିଡି ଯାଉଛି, ତାହେଲେ ଘରର କାନ୍ଥରେ ମୟୂରପର ଲାଗିଥିବା ବଂଶୀ ଲଗାଇବା ଉଚିତ। ଏଭଳି କରିବା ଦ୍ୱାରା ସବୁ କାର୍ଯ୍ୟ ସଠିକ ଢଙ୍ଗରେ ସମ୍ପନ୍ନ ହୋଇଯିବ।ଏହାସହିତ ପତି-ପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ସ୍ଥାପନ ହେବା ପାଇଁ ଶୋଇବା କୋଠରୀରେ ସବୁଜ ରଙ୍ଗର ବଂଶୀ ଲଗାଇବା ଉଚିତ। କିନ୍ତୁ ଧ୍ୟାନ ରଖିବେ କି ଏହି ବଂଶୀ ଉପରେ ଯେପରି କାହାର ନଜର ପଡ଼ିବ ନାହିଁ, ଅର୍ଥାତ ଏହାକୁ ଲୋକଙ୍କ ନଜରରୁ ଲୁଚାଇ ରଖିବେ। ଏଭଳି କରିବା ଦ୍ୱାରା ପତି ଓ ପତ୍ନୀଙ୍କ ମଧ୍ୟରେ ସମ୍ମାନ ଓ ପ୍ରେମ ବୃଦ୍ଧି ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button