ନୀତିବିଚାର

ଯେଉଁ ସ୍ତ୍ରୀର ପୂଜା ଘରେ ଏହି ଚାରୋଟି ଜିନିଷ ଥାଏ , ସେତେବେଳେ ଘର ପଇସାରେ ଭରିଯାଏ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପୂଜା ଘରେ ଖାସ ତିନୋଟି ଜିନିଷ ରହିବା ନିତାନ୍ତ ଜରୁରୀ ଅଟେ । ଏହାକୁ ଘରେ ରଖିଲେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ । ଯେଉଁ କାରଣରୁ ଘର ପରିବାରରେ ସୁଖ ଶାନ୍ତି ବଜାୟ ରହିଥାଏ ଏବଂ ପରିବାର ସଦସ୍ୟଙ୍କୁ ସୁଖ ସମୃଦ୍ଧି ମଧ୍ୟ ମିଳିଥାଏ । ତେବେ ଚାଲନ୍ତୁ ଭାରତୀୟ ସଂକୃତି ଅନୁଯାୟୀ ଥିବା ପୂଜାର କିଛି ନିୟମ ବିଷୟରେ ଜାଣିନେବା । ବାସ୍ତୁ ଶାସ୍ତ୍ରରେ କିଛି ନିୟମ ବିଷୟରେ କୁହାଯାଇଛି । ପୂଜାରେ ବ୍ୟବହୃତ ସବୁ ପୂଜା ସାମଗ୍ରୀର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଥାଏ ।

ପ୍ରତିଦିନ ସକାଳୁ ଉଠି ସ୍ନାନ କରି ସ୍ୱଚ୍ଛ ପୋଷାକ ଧାରଣ କରି ନିୟମ ପୂର୍ବକ ପୂଜା କରିବା ଆବଶ୍ୟକ । ସକାଳ ସନ୍ଧ୍ୟାରେ ଈଶ୍ୱରଙ୍କ ସାମ୍ନାରେ ନିହାତି ଦୀପ ମଧ୍ୟ ଜାଳିବା ଉଚିତ । ମନ୍ଦିରର ଆଖପାଖ ସ୍ଥାନକୁ ସଫାସୁତରା ରଖିବା ଉଚିତ । ଭଗବାନଙ୍କୁ ସିନ୍ଦୁର ଲଗାଇ ହିଁ ପୂଜା ଆରାଧନା କରନ୍ତୁ । ପୂଜା ଘର ଘରର ଐଶାନ୍ୟ କୋଣରେ ରହିବା ଉଚିତ । ଏହାଦ୍ବାରା ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ । ପୂଜା ଘରେ ଠାକୁରଙ୍କ ଫୋଟ ବ୍ୟତୀତ ଅନ୍ୟ କୌଣସି ଫୋଟ ଯେମିତିକି କୌଣସି ସାଧୁ ସନ୍ଥ କିମ୍ବା ପୂର୍ବଜଙ୍କ ଫୋଟ ରଖିବା ଉଚିତ ନୁହେଁ । ଭଗବାନଙ୍କ ପ୍ରସାଦକୁ କେବେବି ପୂଜା ଆଗରୁ ଅର୍ପଣ କରନ୍ତୁ ନାହିଁ ।

କୌଣସି ପୂଜା ସାମଗ୍ରୀକୁ ନଶୁଙ୍ଘି ଚଢ଼ାଇବା ଉଚିତ । ଶାସ୍ତ୍ର ଦୃଷ୍ଟିରୁ ଏହା ଅନୁଚିତ ଅଟେ । ଭଗବାନଙ୍କ କ୍ରୋଧିତ ଫୋଟ ବ୍ୟତୀତ ମାତା କାଳୀ , ଭୈରବ ଏବଂ ଶନିଦେବଙ୍କ ଫୋଟ ଘରେ ରଖିବା ଉଚିତ ନୁହେଁ । କୌଣସି ଦେବଦେବୀଙ୍କ ଛିଡ଼ା ହୋଇଥିବା ଫୋଟ କିମ୍ବା ମୂର୍ତ୍ତି ରଖନ୍ତୁ ନାହିଁ ନଚେତ ଘରେ ଅଶାନ୍ତି ଆସିଥାଏ । ଘରର ବେଡ଼ ରୁମରେ ପୂଜା ଘର ବନାଇବା ଅନୁଚିତ । ଏହାଦ୍ବାରା ଘରକୁ ସମସ୍ୟା ଆସିଥାଏ । ବର୍ତ୍ତମାନ ଆମେ ଆପଣଙ୍କୁ ପୂଜା ଘରେ କେଉଁ ତିନୋଟି ଜିନିଷ ରଖାଯିବା ଉଚିତ , ସେହି ବିଷୟରେ କହିବୁ।

୧ . ଗଙ୍ଗା ଜଳ:-

ଶାସ୍ତ୍ର ଅନୁଯାୟୀ ଏହା ଖୁବ ପବିତ୍ର ଅଟେ । ଏହା ପାପ ନଷ୍ଟ କରିଥାଏ । ତେଣୁ ଆପଣ ଘରର ପୂଜା ଘରେ ଏକ ତମ୍ବା ପାତ୍ରରେ ଜଳ ରଖିବା ଭଲ ହୋଇଥାଏ । ଏହାଦ୍ବାରା ପୂଜାର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇଥାଏ ।

୨ . ଶଙ୍ଖ:-

ଏହାକୁ ପୂଜା ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ଧ୍ୱନି ନକରାତ୍ମକ ଶକ୍ତିକୁ ନଷ୍ଟ କରି ସକାରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଏଥିପାଇଁ ପ୍ରତିଦିନ ଘରେ ଶଙ୍ଖ ବଜାଇବା ଉଚିତ ।

୩ . କଳସ:-

ଏହାକୁ ପୂର୍ଣ୍ଣତାର ପ୍ରତୀକ ମାନାଯାଏ । କୌଣସିବି ପୂଜା ହେଉ ନା କାହିଁକି , ତାହା କଳସର ସ୍ଥାପନା ବିନା ଅଧୁରା ହୋଇଯାଏ । ପୂଜାରେ କଳସର ବ୍ୟବହାର ଦେବତାଙ୍କୁ ଆବାହନ ପାଇଁ କରାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button