” ନବରାତ୍ରୀ “ରେ ଫିଟିକିରିର ଏହି ପ୍ରୟୋଗ ଦ୍ୱାରା ଖୋଲିଯିବ ଭାଗ୍ୟ । ରାତାରାତି ହୋଇଯିବେ କୋଟିପତି !

ସାଧରଣତଃ ନବରାତ୍ରୀରେ ଅନେକ ପ୍ରକାରର ଉପାୟ କରାଯାଇଥାଏ । ଯାହାଦ୍ୱାରା ବ୍ୟକ୍ତି ନିଜର ମନସ୍କାମନା ପୂରଣ କରିଥାଏ । ଆଜିକାର ଏହି ଲେଖାରେ ଆମେ ନବରାତ୍ରୀ ସମୟରେ ଫିଟିକିରିର ପ୍ରୟୋଗ ଦ୍ୱାରା କିଭଳି ମନସ୍କାମନା ପୂରଣ କରିହେବ ସେହି ବିଷୟରେ କହିବୁ । ଅନେକ ସମୟରେ ଘରେ ନକରାତ୍ମକତା ବଢ଼ିଯାଏ । ମାତ୍ର ଫିଟିକିରିର ଉପାୟ ଦ୍ୱାରା ନକରାତ୍ମକତାକୁ ମଧ୍ୟ ଘରୁ ବାହାର କରାଯାଇ ପାରିବ । ଏହି ଉପାୟ ଦ୍ୱାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ , ଧନର ଅଭାବ ହୁଏନାହିଁ ଏବଂ ଭାଗ୍ୟ ଉଦୟ ମଧ୍ୟ ହୋଇଥାଏ । ଯଦି ଆପଣ ନିଜ ବ୍ୟବସାୟ ସ୍ଥାନରେ କୌଣସି କୋଣରେ ଏକ ପାତ୍ରରେ ଫିଟିକିରି ରଖି ଦିଅନ୍ତି କିମ୍ବା ଚାକିରୀ କ୍ଷେତ୍ରରେ କେହି ଦେଖି ପାରୁନଥିବା ସ୍ଥାନରେ ଲବଙ୍ଗ ରଖି ଦିଅନ୍ତି ତେବେ ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଉନ୍ନତି ହେବା ସହିତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।
ଏହି ଉପାୟ ଆପଣ ନିଜ ଘରର ରୋଷେଇ ଘରେ ମଧ୍ୟ କରି ପାରିବେ । କାରଣ ରୋଷେଇ ଘରେ ମଧ୍ୟ ଅନେକ ସମୟରେ ନକରାତ୍ମକତା ସୃଷ୍ଟି ହୋଇଯାଏ । ଏକ କାଚ ପାତ୍ରରେ ଛୋଟ ଫିଟିକିରି ଖଣ୍ଡକୁ ନେଇ ରଖି ଦିଅନ୍ତୁ । କିଛି ଦିନ ପରେ ଫିଟିକିରି ରଙ୍ଗ ପରିବର୍ତ୍ତନ ହୋଇଥିଲେ ତାହାକୁ ବାହାରେ ଫିଙ୍ଗି ନୂଆ ଫିଟିକିରି ରଖି ଦିଅନ୍ତୁ । ରଙ୍ଗ ପରିବର୍ତ୍ତନ ହେବାର ଅର୍ଥ ହେଉଛି ଏହା ନକରାତ୍ମକତାକୁ ଅବଶୋଷିତ କରିଥାଏ । ଯଦି ବ୍ୟବସାୟରେ କୌଣସି ପ୍ରକାରର ସମସ୍ୟା ଥାଏ ତେବେ ଏକ କଳା କପଡ଼ାରେ ଫିଟିକିରିକୁ ବାନ୍ଧି ବ୍ୟବସାୟ କ୍ଷେତ୍ରରେ ମେନ ଗେଟରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଯଦି ଆପଣ ଚାକିରୀ ପାଇବାକୁ ଚାହୁଁଛନ୍ତି ତେବେ ଘରେ ଫିଟିକିରି ମିଶା ପାଣିରେ ପୋଛା ଲଗାନ୍ତୁ ।
ସ୍ନାନ କରୁଥିବା ପାଣିରେ ମଧ୍ୟ ଫିଟିକିରି ମିଶାଇ ପାରିବେ । ଏପରି କରିବା ଦ୍ୱାରା ଭାଗ୍ୟ ମଜବୁତ ହୋଇଥାଏ । ଯଦି ଆପଣ ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି କିମ୍ବା କେହି ଯାଦୁ ତନ୍ତ୍ର କରିଛି ବୋଲି ଭାବୁଛନ୍ତି ତେବେ ଏହି ନବରାତ୍ରୀରେ ଶୋଇବା ପୂର୍ବରୁ ଏକ କଳା କପଡ଼ା ନେଇ ସେଥିରେ ଏକ ଛୋଟ ଫିଟିକିରି ଟୁକୁଡ଼ା ବାନ୍ଧି ଦିଅନ୍ତୁ ଏବଂ ତକିଆ ତଳେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ସ୍ୱପ୍ନ ଆସିବ ନାହିଁ କିମ୍ବା କୌଣସିବି ତନ୍ତ୍ର ମନ୍ତ୍ର ଆପଣଙ୍କ ଉପରେ ପ୍ରଭାବ ପକାଇ ପାରିବ ନାହିଁ । ଏହି ଉପାୟ ଆପଣ ଘରର ମୁଖ୍ୟଦ୍ୱାରରେ ମଧ୍ୟ କରି ପାରିବେ । ଯଦି ଘରେ କଳହ ଅଶାନ୍ତି ରହିଛି ତେବେ ରାତିରେ ଶୋଇବା ପୂର୍ବରୁ ବେଡ଼ ତଳେ ଏକ କାଚ ଗ୍ଲାସରେ ପାଣି ଏବଂ ଫିଟିକିରି ପକାଇ ରଖି ଦିଅନ୍ତୁ । ଆଗାମୀ ଦିନ ଏହାକୁ ଉଠାଇ ଅଶ୍ୱତ୍ଥ ବୃକ୍ଷ ମୂଳରେ ଢ଼ାଳି ଦିଅନ୍ତୁ ।
ଏହାଦ୍ବାରା ଘରେ ପରିବାରରେ ଥିବା କଳହ କ୍ଳେଶ ଦୂର ହୋଇଯିବ । କରଜରୁ ମୁକ୍ତି ପାଇବା ପାଇଁ ଏକ ଖାସ ଉପାୟ କରନ୍ତୁ । କରଜରୁ ମୁକ୍ତି ପାଇବା ପାଇଁ ନବରାତ୍ରୀରେ ଲଗାତାର ତିନି ଦିନ ଏହି ଉପାୟ କରନ୍ତୁ । ଏକ ପାନ ପତ୍ର ନେଇ ତାହା ଉପରେ ଏକ ଟୁକୁଡ଼ା ଫିଟିକିରି ଏବଂ ସିନ୍ଦୁର ପକାଇ ପାନ ମୋଡ଼ି ଦିଅନ୍ତୁ । ତାହାକୁ ଏକ ସୂତା ଦ୍ୱାରା ବାନ୍ଧି ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ଗଛ ମୂଳରେ ରଖି କୌଣସି ଭାରି ବସ୍ତୁ ଦ୍ୱାରା ଦବାଇ ଦିଅନ୍ତୁ । ଏହି ଉପାୟ ଦ୍ୱାରା ଅତି ବଡ଼ ବଡ଼ କରଜ ମଧ୍ୟ ଦୂର ହୋଇଯିବ । ଚାକିରୀ ପାଇବାକୁ ଚାହୁଁଥିଲେ ପାଞ୍ଚଟି ଫିଟିକିରି ଟୁକୁଡ଼ା ନେଇ ଛଅଟି ନୀଳ ରଙ୍ଗର ଅପରାଜିତା ଫୁଲ ନେଇ ଏକ ନୂଆ ବେଲ୍ଟନେଇ ମାତାଙ୍କୁ ଚଢ଼ାଇ ଦିଅନ୍ତୁ । ଦଶମୀ ଦିନ ସେହି ବେଲ୍ଟକୁ କେହି ଝିଅକୁ ଦେଇ ଦିଅନ୍ତୁ କିମ୍ବା ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣ ଇଣ୍ଟରଭିଉରେ ସଫଳ ହେବେ ।