ଗର୍ଭନିରୋଧକ ଔଷଧ ଖାଉଥିଲେ ସାବଧାନ! ଦେଖା ଦେଇପାରେ ଏହି ୫ଟି ବଡ଼ ସମସ୍ୟା

ଆଜିକାଲି ପ୍ରାୟ ସମସ୍ତ ଦମ୍ପତ୍ତି ପରିବାର ନିୟନ୍ତ୍ରଣକୁ ନେଇ ବେସ୍ ସତର୍କ ରହୁଛନ୍ତି। ବ୍ୟସ୍ତବହୁଳ ଜୀବନ ସାଙ୍ଗକୁ ଦରଦାମ ବୃଦ୍ଧି ହେତୁ ପ୍ରାୟ ସମସ୍ତେ ଛୋଟ ଏବଂ ସୁଖୀ ପରିବାରଟିଏ ଚାହୁଁଛନ୍ତି। ତେବେ, ଏଥିପାଇଁ ସେମାନେ କଣ୍ଡୋମ ଏବଂ ଗର୍ଭନିରୋଧକ ବଟିକା ଭଳି ଉପାୟ ଅବଲମ୍ବନ କରୁଛନ୍ତି।
କେତେକ ମହିଳା ନିୟମିତ ଭାବରେ ଗର୍ଭନିରୋଧକ ବଟିକା ବ୍ୟବହାର କରିଥାନ୍ତି। ତେବେ, ଏହା କରିବା ଦ୍ୱାରା ସେମାନଙ୍କ ଅଜାଣତରେ ହିଁ ଶରୀର ଉପରେ ବହୁତ କୁପ୍ରଭାବ ପଡିଥାଏ। ମନଇଚ୍ଛା ଅନେକ ପ୍ରକାରର ଗର୍ଭନିରୋଧକ ଔଷଧ ଖାଇବା ଦ୍ୱାରା ସେମାନଙ୍କ ଠାରେ ଏହାର ଭିନ୍ନ ଭିନ୍ନ ପ୍ରକାରର ପାର୍ଶ୍ଵପ୍ରତିକ୍ରିୟା ଦେଖିବାକୁ ମିଳିଥାଏ।
୧. ନିୟମିତ ଭାବରେ ଏବଂ ଗର୍ଭନିରୋଧକ ଔଷଧର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ମହିଳାମାନଙ୍କର ହରମୋନ୍ ସାଇକେଲ୍ ପ୍ରଭାବିତ ହୋଇଥାଏ।
୨. ଗର୍ଭ ନିରୋଧକ ଔଷଧ କମ୍ୱିନେସନ ପିଲସ ହୋଇଥାଏ। ଡାକ୍ତରଙ୍କ ବିନା ପରାମର୍ଶରେ ଏହାର ବ୍ୟବହାର ବ୍ଲଡ଼ କ୍ଲାଟିଙ୍ଗ , ଫୁସଫୁସ ରେ କ୍ଳଟ , ଷ୍ଟ୍ରୋକ କିମ୍ବା ହାର୍ଟ ଆଟାକ ଭଳି ସମସ୍ୟା ସୃଷ୍ଟି କରିଥାଏ। କେତେକ ମହିଳାଙ୍କ ଠାରେ ଏଥିପାଇଁ ଟ୍ୟୁମର୍ କିମ୍ବା ମାଇଗ୍ରେନ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ।