ଦେଶ ବିଦେଶ

ନୂଆ ବର୍ଷ ଆରମ୍ଭରୁ ଝଟକା, ଗ୍ୟାସ ସିଲିଣ୍ଡର ୨୫ ଟଙ୍କା ମହଙ୍ଗା

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼ । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଜାନୁଆରୀ ୧, ୨୦୨୩ରେ ଗ୍ୟାସ୍ ସିଲିଣ୍ଡର ନୂଆ ମୂଲ୍ୟ ଜାରି କରିଛନ୍ତି। ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ହୋଇଛି। ତେବେ ଏହି ମୂଲ୍ୟ ବୃଦ୍ଧି କେବଳ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ପାଇଁ ଲାଗୁ ।‌ ଘରୋଇ ଏଲପିଜି ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ । ପୂର୍ବପରି ଏହା ପୁରୁଣା ଦରରେ ଉପଲବ୍ଧ ହେବ |

କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ପରେ ରେଷ୍ଟୁରାଣ୍ଟ, ହୋଟେଲ ଆଦିରେ ଖାଇବା ମହଙ୍ଗା ହୋଇପାରେ । ଆଜିଠାରୁ ନୂଆ ଦର ଲାଗୁ ହୋଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button