ସ୍ୱାସ୍ଥ୍ୟ

ପିରିୟଡ୍‌ ସମୟରେ ଆପଣଙ୍କୁ ବି ଆସେ ରାଗ? ଜାଣନ୍ତୁ କାହିଁକି…

ସାଧାରଣତଃ ମହିଳାମାନଙ୍କ ଋତୁସ୍ରାବ ସମୟରେ ପେଟ କାଟିବା, ପିଠି ବିନ୍ଧା, ଥକ୍କାପଣ, ମୁଣ୍ଡବିନ୍ଧା, ବାନ୍ତି ଏବଂ ମାନସିକ କ୍ଷେତ୍ରରେ ଅସ୍ଥିରତା ଦେଖାଦେଇଥାଏ। ତେବେ ଏହି ଅସୁବିଧା ମହିଳାଙ୍କୁ ପ୍ରତିମାସରେ ସମ୍ମୁଖୀନ କରିବାକୁ ପଡିଥାଏ।

କିଛି ମହିଳା ଏହାର ଭୟଙ୍କର ପିଡାକୁ ଅନୁଭବ କରନ୍ତି । ସେହିପରି କିଛି ଝିଅମାନେ ପିରିୟଡ ସମୟରେ ଅଧିକ କ୍ରୋଧିତ ହୁଅନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ କ’ଣ?

ପିରିୟଡ ସମୟରେ ଅଧିକାଂଶ ଝିଅମାନଙ୍କର ମୁଡ ବହୁତ ବଦଳିଯାଏ। ବେଳେବେଳେ ସେମାନେ ବହୁତ ଖୁସି ହୁଅନ୍ତି ଆଉ ବେଳେବେଳେ ବିନା କାରଣରେ କ୍ରୋଧିତ ହୁଅନ୍ତି। ଶରୀରରେ ହରମୋନ୍ ପରିବର୍ତ୍ତନ ହେତୁ ଏହି ସବୁ ଘଟେ।

୧. ପ୍ରଥମ କାରଣ ହେଉଛି ପ୍ରୋଜେଷ୍ଟେରନ୍ ଏବଂ ଇଷ୍ଟ୍ରୋଜେନ୍ ନାମକ ହରମୋନ୍ ଋତୁସ୍ରାବ ସମୟରେ ମୁଡକୁ ପ୍ରଭାବିତ କରିଥାଏ। ସେଥିପାଇଁ ଝିଅମାନଙ୍କର ମୁଡ ବାରମ୍ବାର ବଦଳିଥାଏ।

୨. ଦ୍ୱିତୀୟ କାରଣ ହେଉଛି ଏହି ସମୟ ମଧ୍ୟରେ ହରମୋନରେ ଅସ୍ଥିରତା ଦେଖାଯାଏ, ଯାହା ମୁଡ଼ ପରିବର୍ତ୍ତନ କରିଥାଏ।

୩. ତୃତୀୟ କାରଣ ହେଉଛି ପେଟ ଯନ୍ତ୍ରଣା ଏବଂ କଷ୍ଟ କାରଣରୁ ଶାରୀରିକ ଅସୁବିଧା ଯାହା କ୍ରୋଧର କାରଣ ହୋଇଥାଏ।

୪. ଚତୁର୍ଥ କାରଣ ହେଉଛି ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାରେ ଜଣେ ନିଜକୁ ଅସହଜ ମନେ କରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button