ସ୍ୱାସ୍ଥ୍ୟ

ଲିଭର ଖରାପ ହେଲେ ମିଳିଥାଏ ଏହି ୫ଟି ସଂକେତ। ସମୟ ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କୌଣସି ମଣିଷ ନିଜ ଶରୀର ପ୍ରତି ଧ୍ୟାନ ଦେଇ ନଥାନ୍ତି। ଆମେ ଟଙ୍କା ସଞ୍ଚୟ କରିବା ଲୋଭରେ ନିଜ ସ୍ୱାସ୍ଥ୍ୟକୁ ବଳିଦାନ ଦେଇ ଥାଉ। ଏହାଦ୍ବାରା ପ୍ରଥମେ ହୃଦରୋଗ, ଲିଭର ସମସ୍ୟା ଆଦି ଦେଖା ଦେଇଥାଏ। ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବୁ, ଯାହାଦ୍ଵାରା ଏଭଳି ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ।

ମଣିଷ ଶରୀରରେ ସବୁ ଅଙ୍ଗ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆଜି ଆମେ ଶରୀରରେ ଥିବା ଲିଭର ବିଷୟରେ କହିବାକୁ ଯାଉଛୁ।ଆମ ଶରୀରରେ ଥିବା ଲିଭର ଖାଦ୍ୟକୁ ପଚାଇବାରେ ସାହାଯ୍ୟ କରିଥାଏ।

ଆମ ଶରୀରର ଲିଭର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାଏ। ଯେପରି ରକ୍ତ ସଫା କରିବା, ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବା। ଏହାସହିତ ଶରୀରରେ ବ୍ଲଡ ସୁଗାରକୁ ନିୟନ୍ତ୍ରଣ ରଖିଥାଏ ଏବଂ ସବୁ ହର୍ମୋନ କ୍ଷରଣ ଲିଭର ମାଧ୍ୟମରେ ହିଁ ହୋଇଥାଏ।

ଆମ ଶରୀରରେ ଲିଭର ଠିକ ଭାବରେ କାର୍ଯ୍ୟ କରିବା ପାଇଁ ଲିଭରକୁ ମଧ୍ୟ ସଠିକ ପୋଷଣ ଜରୁରୀ ଅଟେ।ଯଦି ଆପଣ ନିଜ ଖାଦ୍ୟପେୟ ଉପରେ ସର୍ବଦା ଧ୍ୟାନ ଦେବେ, ତାହେଲେ ଆପଣଙ୍କ ଲିଭର ନିଶ୍ଚିତ ଭାବରେ ସୁସ୍ଥ ରହିବ। ଲିଭର ଅସୁସ୍ଥ ବା ଖରାପ ହେଲେ, ଶରୀରରେ ଅନେକ ଲକ୍ଷଣ ଦେଖିବାକୁ ମିଳିଥାଏ।ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବା ଜରୁରୀ ଅଟେ।ତେଣୁ ଲିଭର ଖରାପ ହେବାର ପ୍ରଥମ ଲକ୍ଷଣ ହେଉଛି – ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବା ଏବଂ ପେଟ ବ୍ୟଥା ହେବା।

ପେଟର ଡାହାଣ ପଟ ଭାଗରେ ବ୍ୟଥା ହେବା, ଆଖିର ରଙ୍ଗ ହଳଦିଆ ଓ ତ୍ୱଚାର ରଙ୍ଗ ଧଳା ହୋଇଯିବା ଭଳି ଲକ୍ଷଣ ଦେଖାଗଲେ, ବୁଝି ଯାଆନ୍ତୁ କି ଆପଣଙ୍କ ଲିଭର ଅସୁସ୍ଥ ରହିଛି। ରକ୍ତରେ ପିତ୍ତ ରଙ୍ଗର ବିଲିରୁବିନର ସ୍ତର ବଢ଼ିଲେ, ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ପାରେ ନାହିଁ।ଯଦି ଆପଣଙ୍କର ବାରମ୍ବାର ଏସିଡିଟି ବା ଖାଦ୍ୟ ହଜମ ନହେବା ସମସ୍ୟା ଦେଖା ଦେଉଛି, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କ ଲିଭର ନଷ୍ଟ ହେବାକୁ ଲାଗୁଛି। ଯଦି ଆପଣଙ୍କର ବିନା ପରିଶ୍ରମରେ ଓଜନ କମି ଯାଇଛି ଏବଂ ଆପଣଙ୍କୁ ଭୋକ ଲାଗୁ ନାହିଁ, ଏପରି ପରିସ୍ଥିତିରେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏହା ଲିଭର ନଷ୍ଟ ହେବାର ସଂକେତ ଅଟେ।

ଲିଭର ଖରାପ ହେବାର ସଂକେତ ଦେଖାଗଲେ, ଆପଣ ଛୋଟ ଛୋଟ କାର୍ଯ୍ୟ କରି ଥକାପଣ ଅନୁଭବ କରିବେ। ଆପଣଙ୍କ ଶରୀରର ମାଂସପେଶୀ ଦୁର୍ବଳ ହୋଇଯିବ। ରାତିରେ ଆପଣଙ୍କୁ ଠିକ ଭାବରେ ନିଦ ଆସିବ ନାହିଁ। ଏଥିପାଇଁ ଆପଣ ସାମାନ୍ୟ କଥାରେ କ୍ରୋଧିତ ହୋଇ ଯାଇ ପାରନ୍ତି।

ବନ୍ଧୁଗଣ, ଏହି ଲେଖା ଆପଣଙ୍କୁ କିପରି ଲାଗିଲା ନିଜର ମତାମତ ଆପଣଙ୍କୁ ନିଶ୍ଚିତ ଜଣାନ୍ତୁ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ, ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button