ଦେଶ ବିଦେଶ

ସାରା ବିଶ୍ୱ ଉପରେ ଯୁଦ୍ଧର ପ୍ରଭାବ; ଭାରତର ଯୁଦ୍ଧ ଶୈଳୀକୁ ଅନୁକରଣ କରୁଛି ଇସ୍ରାଏଲ

ଇସ୍ରାଏଲ: ଇସ୍ରାଏଲ ଉପରେ ଆକ୍ରମଣ କରି ଇରାନ ଆଉ ଏକ ଯୁଦ୍ଧର ଆରମ୍ଭ କରିଛି । ଇରାନ ରବିବାର ରାତିରେ ଇସ୍ରାଏଲ ଉପରେ ଘନ ଘନ ମିସାଇଲ ମାଡ କରିଥିଲା । ଅବଶ୍ୟ ଏଥିରୁ ଅଧିକାଂଶ ଇସ୍ରାଏଲ ପକ୍ଷରୁ ନଷ୍ଟ କରି ଦିଆଯାଇଥିଲା । ଏବେ  ଏହି ଆକ୍ରମଣ ପରେ ଭାରତ ଶୈଳୀରେ ଇରାନଜୁ ଜବାବ ଦେଇଛି । ଆକ୍ରମଣ କରିବୁ ତେବେ ସ୍ଥାନ ଓ ସମୟ ଆମେ ସ୍ଥିର କରିବୁ ।

ସୂଚନାଯୋଗ୍ୟ, ପୁଲୱାମାରେ ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୪୪ ଯବାନ ଶହୀଦ ହୋଇଥିବା ବେଳେ ୨୦ଜଣ ଗୁରୁତର ଆହତ ହୋଇଥିଲେ । ସେ ସମୟର ଭାରତର ବିଦେଶ ରାଜ୍ୟ ମନ୍ତ୍ରୀ ଜେନେରାଲ ଭିକେ ସିଂ କହିଥିଲେ ଆତଙ୍କବାଦୀ ଆକ୍ରମଣର ଉଚିତ ଜବାବ ଦିଆଯିବ । ତେବେ ସ୍ଥାନ ଓ ସମୟ ଆମେ ସ୍ଥିର କରିବୁ ।

ଏହାର କିଛି ଦିନ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାକିସ୍ତାନ ସୀମା ମଧ୍ୟରେ ପ୍ରବେଶ କରି ଆତଙ୍କବାଦୀଙ୍କ ପାଇଁ କାଳ ସାଜିଥିଲେ । ଏବେ ଇସ୍ରାଏଲ ସମାନ ଶୈଳୀରେ ଧମକ ଦେବାରେ ମାନେ ଇରାନର ନ୍ୟୁକ୍ଲିୟର ଅସ୍ତ୍ର ଶସ୍ତ୍ରକୁ ଟାର୍ଗେଟ କରିବା ପାଇଁ ଇସ୍ରାଏଲ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି । ଅପରପକ୍ଷରେ ଇରାନ ମଧ୍ୟ କହିଛି ପ୍ରତିଆକ୍ରମଣ କଲେ ସ୍ଥିତି ଭୟଙ୍କର ହେବ । ଏହି ଦୁଇ ଦେଶ ମୁହାଁମୁହିଁ ହେବା ଫଳରେ ପଶ୍ଚିମ ଏସିଆରେ ଅଶାନ୍ତି ବ୍ୟାପିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button