ମନୋରଞ୍ଜନ

ଅକ୍ଷୟଙ୍କ ହାତରୁ କାମ ଛଡ଼ାଇ ନେଲେ କପିଲ, ଜାଣନ୍ତୁ ପୂରା ଘଟଣା – Utkal Mail


ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କର ମଜାଳିଆ ଶୈଳୀ ପ୍ରତ୍ୟେକ ଥର ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତେ। ବେଳେବେଳେ ସେ ତାଙ୍କ କମେଡି ସୋ’ ପାଇଁ ଏବଂ ବେଳେବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହି ଥାଆନ୍ତି। ଦେଖିବାକୁ ଗଲେ ଯଦି କପିଲ ଶର୍ମାଙ୍କ କମେଡି ସୋ’ କୁ କେହି ଅଧିକ ଥର ଆସିଛନ୍ତି, ତେବେ ସେ ହେଉଛନ୍ତି ବଲିଉଡର ଖିଲାଡି କୁମାର । ଅକ୍ଷୟ ତାଙ୍କ ଫିଲ୍ମର ପ୍ରମୋସନ ପାଇଁ କପିଲଙ୍କ ସୋ’କୁ ସବୁବେଳେ ଆସନ୍ତି। ହେଲେ ଏବେ କପିଲ ଅକ୍ଷୟଙ୍କଠାରୁ କାମ ଛଡ଼ାଇ ନେଇଛନ୍ତି।

କିଛି ମାସ ତଳେ ନିଜ ସୋ’ରେ ଅକ୍ଷୟଙ୍କ ଉପରେ ବିଜ୍ଞାପନ ଛଡ଼ାଇ ନେବାର ଆରୋପ ଆଣିଥିଲେ କପିଲ। ହେଲେ ଏବେ କପିଲ ଅକ୍ଷୟଙ୍କଠାରୁ ପ୍ରତିଶୋଧ ନେଇଥିବା ଜଣାଯାଇଛି। କପିଲ ଶର୍ମା ଏହା ପୂର୍ବରୁ ଏକ ବିଜ୍ଞାପନ କରିଥିଲେ, ଯାହା ପରେ ଅକ୍ଷୟ କୁମାରଙ୍କ ହାତକୁ ଚାଲିଯାଇଥିଲା। ବର୍ତ୍ତମାନ କପିଲ ପୁଣି ଥରେ ଏହି ବିଜ୍ଞାପନକୁ ନିଜ ହାତକୁ ନେଇଛନ୍ତି। ପଲିସି ବଜାରର ଏକ ନୂତନ ବିଜ୍ଞାପନରେ କପିଲ ଶର୍ମା ନଜର ଆସିଛନ୍ତି। ଏହି ବିଜ୍ଞାପନରେ କପିଲଙ୍କ ସହ ଇନଫ୍ଲୁଏନ୍ସର ଆଗୁ ଷ୍ଟାନଲି ମଧ୍ୟ ନଜର ଆସିଛନ୍ତି।

ତେବେ ପ୍ରଥମେ ପଲିସି ବଜାରର ବିଜ୍ଞାପନରେ କପିଲ ଶର୍ମା ନଜର ଆସିଥିଲା। ବିଜ୍ଞାପନ ଭଲ ଚାଲିବା ପରେ ପୁଣି ଥରେ କମ୍ପାନି କପିଲଙ୍କୁ ଡାକିବ ବୋଲି ହାସ୍ୟ ଅଭିନେତା ଭାବିଥିଲେ। ହେଲେ କମ୍ପାନି କପିଲଙ୍କ ବଦଳରେ ଅକ୍ଷୟଙ୍କୁ ବିଜ୍ଞାପନ ଦେଇଥିଲା। ଏହାକୁ ନେଇ ନିଜ ସୋ’ରେ ଅକ୍ଷୟଙ୍କ ସହ ମଜାକ୍ କରିଥିଲେ କପିଲ। ହେଲେ ଏବେ ପୁଣି ଥରେ କପିଲ ପଲିସି ବଜାରର ବିଜ୍ଞାପନ ହାତେଇଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button