ବିଚାର

ମଙ୍ଗଳବାର ଦିନ ଲୁଣରେ ଏହି ଉପାୟ ବନେଇ ଦେବ କୋଟିପତି

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମଙ୍ଗଳବାର ଦିନ ଲୁଣରେ ଏହି ଉପାୟ ବନେଇ ଦେବ କୋଟିପତି। ଲୁଣ ଯେତିକି ଆମ ସାମାନ୍ୟ ଜୀବନରେ ମହତ୍ୱ ଥାଏ ତା ଠାରୁ ଜ୍ୟୋତିଷରେ ବହୁତ ଅଧିକ ଲୁଣର ମହତ୍ୱପୂର୍ଣ୍ଣ ହୋଇଥାଏ। ଲୁଣରେ ଜୀବନରେ ବହୁତ ଉପଯୋଗ କରାଯାଏ। ଲୁଣରେ ସମସ୍ତ ପ୍ରକାରରର ଆମର ଜୀବନରେ ଉପଯୋଗ ହୋଇଥାଏ ଏହା ସହିତ ଲୁଣ ଆମର ଆୟୁଷ ବି ବୃଦ୍ଧି କରିଥାଏ ଏବଂ ଲୁଣ ଆମର ଆୟୁଷ ହାନି ମଧ୍ୟ କରିଥାଏ। ଲୁଣର ବହୁତ ଉପାୟ ଅଛି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଅଦ୍ଭୁତ ଉପାୟ କହିବୁ ଯାହାକୁ କାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଲୁଣ ଅନେକ ପ୍ରକାରର ହୋଇଥାଏ ସିନ୍ଧା ଲୁଣ ଯାହାକୁ ପାହାଡ଼ି ଲୁଣ କୁହାଯାଏ। ସମୁଦ୍ର ଲୁଣ କଳା ଲୁଣ ସଫା ଵାଲା ନର୍ମାଲ ଲୁଣ ଏବଂ ଏହି ଲୁଣକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ଆମେ ଆମ ଜୀବନରେ ସୁଖ ସମୃଦ୍ଧି ଆଣିପାରିବା।

କୁହାଯାଏ ଯଦି କୁଣ୍ଡଳୀରେ ଚନ୍ଦ୍ରମା କମଜୋର ଥାଏ ତେବେ ସମୁଦ୍ର ଲୁଣ କିମ୍ବା ସାମାନ୍ୟ ଲୁଣର ବ୍ୟବହାର କରିବା ଉଚିତ ନୁହେଁ ବରଂ ସିନ୍ଧା ଲୁଣର ବ୍ୟବହାର କରିବା ଉଚିତ। ଏଥିରେ ଆପଣ ରକ୍ତଚାପ ସମସ୍ୟାରୁ ବି ମୁକ୍ତି ପାଇପାରିବେ।

ଲୁଣକୁ କୌଣସି ଡ଼ବାରେ ଭରି ଘରର କୌଣସି କୋଣରେ ରଖିବାକୁ ହେବ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହା ଆପଣଙ୍କ ଘରର ସମସ୍ତ ନଗେଟିଭ ଉର୍ଜାକୁ ଦୂର କରିବ। ଯଦି ଆପଣଙ୍କ ମନରେ କିଛି ଖରାପ ଚିନ୍ତା ଚାଲିଛି ଭୟ ରହିଛି ତେବେ ମଧ୍ୟ ଲୁଣ ରଖିଲେ ଦୂର ହୋଇଥାଏ।

ଲୁଣକୁ ଆମେ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ମାନିଥାଉ। ଚନ୍ଦ୍ର ମନର କାରକ ଶୁକ୍ର ଖୁସିର କାରକ। ଏହାକୁ ରାହୁର କାରକ ମଧ୍ୟ ମାନାଯାଏ। ଏଥିପାଇଁ ଲୁଣକୁ କେମିତି ରଖିବା ଉଚିତ ଏହା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ।

ଯେଉଁ ଲୋକମାନେ ଲୁଣକୁ ପ୍ଲାଷ୍ଟିକ ଡ଼ବାରେ କିମ୍ବା ଲୁହାର ଡ଼ବାରେ ରଖିଥାନ୍ତି ତାଙ୍କୁ ନିଜର ଜୀବନରେ ଗରିବୀ ଏବଂ ବର୍ବାଦିର ସାମ୍ନା କରିବାକୁ ପଡିଥାଏ। ଶାସ୍ତ୍ରରେ ଲୁଣକୁ ଚନ୍ଦ୍ରମା ଏବଂ ଶୁକ୍ରଙ୍କର ପ୍ରତିନିଧି ବି ମାନାଯାଏ। ଲୁଣକୁ ଆପଣ କୌଣସି ଷ୍ଟିଲ କିମ୍ବା ଲୁହାର ପାତ୍ରରେ ରଖୁଛନ୍ତି ତ ଏହା ଚନ୍ଦ୍ର ଏବଂ ଶନିଙ୍କ ମିଳନ ହେବ। ଯାହାକି ବହୁତ ହିଁ ଘାତକ ସିଦ୍ଧ ହୋଇଥାଏ। ଏହା ରୋଗ ଏବଂ ଶୋକର କାରଣ ବନିଯାଇଥାଏ ଏବଂ ଆସିଥାଏ ଘରକୁ ଗରିବୀ। ଏଥିପାଇଁ ଲୁଣକୁ କାଚ ପାତ୍ରରେ ହିଁ ରଖିବା ଉଚିତ।

ବାଥରୁମରେ ବି ମଧ୍ୟ ଆପଣ ଏମିତି କାଚ ବୋତଲରେ ଲୁଣ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ। ଲୁଣ ଏବଂ କାଚ ଏ ଦୁଇଟି ରାହୁ କେତୁଙ୍କ କାରକ ହୋଇଥାନ୍ତି। ଏଥିପାଇଁ ଯଦି ଆପଣ ଲୁଣକୁ କାଚର ବୋତଲରେ ଭରି ଶୌଚାଳୟରେ ରଖିବେ ତ ସେଠାରୁ ନକରାତ୍ମକ ଉର୍ଜାର ନାଶ ହୋଇଥାଏ। ଏହା ସହିତ ଏହି ଉପାୟରେ ସେଠାରେ ଥିବା ଜୀବାଣୁ ନଷ୍ଟ ହୋଇଯାଇଥାଏ। ଧନର ପ୍ରାପ୍ତ ହୋଇଥାଏ ଏବଂ ଘରର ଗରିବୀ ଧୀରେ ଧୀରେ ଦୂର ହୋଇଥାଏ। ସପ୍ତାହରେ ଥରେ ଏହାକୁ ଚେଞ୍ଜ କରିଦେବେ।

ଲୁଣକୁ କେବେବି କାହାରି ହାତରେ ସିଧା ଦିଅନ୍ତୁ ନାହିଁ। ଏହା ଦ୍ବାରା ବି ଆପଣଙ୍କ ଭାଗ୍ୟ ଆପଣଙ୍କ ଚନ୍ଦ୍ରମା ଅନ୍ୟ ପାଖକୁ ଚାଲିଯାଏ। ଏହା ଦ୍ବାରା ଆପଣଙ୍କର ଅନେକ ସମସ୍ୟା ଉତ୍ପନ କରିପାରେ।

ଘରର ମୁଖ୍ୟ ଦ୍ୱାରରେ ଡେଲି ଯେଉଁ ଲୁଣ ବ୍ୟବହାର କରୁଛନ୍ତି କଳା ଲୁଣକୁ ଲାଲ କପଡ଼ାରେ ବାନ୍ଧି ଦେବା ଉଚିତ।

ଯଦି ଆପଣଙ୍କ ଘରେ ଶନିଦୋଷ ଅଛି ରାହୁ ଦୋଷ ଅଛି କେତୁଙ୍କ ଦୋଷ ଅଛି ଯଦି ଆପଣଙ୍କୁ ଲାଗିଥାଏ କି ଆପଣଙ୍କ ଘରେ କେହି କିଛି କରିଛି ନକରାତ୍ମକ ଶକ୍ତି ଅଧିକ ଅଛି କେଉଁଠି କେଉଁଠି ଭୁତ ପ୍ରେତର ବାଧା ବି ଅଛି ଖରାପ ଶକ୍ତି ଘରକୁ ପ୍ରବେଶ କରିଥାଏ ତ ଏପରି ସ୍ଥିତିରେ ଆପଣଙ୍କୁ ନିଜର ଘରର ମୁଖ୍ୟ ଦ୍ୱାରରେ କଳା ଲୁଣ ବାନ୍ଧିବା ଉଚିତ। ଲାଲ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି କରି ରଖନ୍ତୁ। ଆପଣ ଦେଖିବେ କୌଣସି ବି ପ୍ରକାରର ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିପାରିବ ନାହିଁ। ଦୁକାନର ମେନ ଗେଟରେ ବି ଆପଣ ଏହାକୁ ଟାଙ୍ଗି ପାରିବେ।

ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରରେ ଡାହାଣ ପଟେ ନାଲି କପଡ଼ାରେ କିଛି ଲୁଣ ରଖି ବାନ୍ଧି ଦିଅନ୍ତୁ। ଏହାକୁ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ବାନ୍ଧି ଦିଅନ୍ତୁ। ପୁଣି ଏକ ମାସ ପରେ ସେହି କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପୁରୁଣା ଲୁଣ ପୁଟୁଳିକୁ ପାଣିରେ ବିସର୍ଜନ କରି ନୂଆ ପୁଟୁଳିଟିଏ କରି ଟାଙ୍ଗି ଦିଅନ୍ତୁ।ଏହିପରି କ୍ରମାଗତ ଭାବରେ କରନ୍ତୁ ଦେଖିବେ ଘରର ନଜର ଦୋଷ ଦୂର ହେବ। ସମସ୍ତ ନକରାତ୍ମକତା ଦୂର ହେବ। ଆର୍ଥିକ କ୍ଷେତ୍ରରେ ସମସ୍ତ ସମସ୍ୟା ମାନ ଦୂର ହୋଇ ଉନ୍ନତି ଦେଖାଦେବ। ବନ୍ଧୁଗଣ ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ଆଉ ଏକ ଭଲ ଉପାୟଟିଏ ରହିଛି।

ତାହା କଲେ ପ୍ରଚୁର ମାତ୍ରାରେ ଉନ୍ନତି ଦେଖାଦେବ। ଯଦି ଆପଣ ଯେତେ ବି ରୋଜଗାର କଲେ ମଧ୍ୟ ସଦାସର୍ବଦା ନିଅଣ୍ଟ ହେଉଥାଏ କିମ୍ବା କର୍ମ ବ୍ୟବସାୟରେ କ୍ଷତି ଘଟୁଥାଏ ସଞ୍ଚୟ ଠିକରେ ହୋଇ ପାରୁନଥାଏ ତେବେ କିଛି ଲୁଣ ନେଇ ଗୋଟିଏ କାଚ ବା ପ୍ଲାଷ୍ଟିକ ଡ଼ବାରେ ରଖିଦିଅନ୍ତୁ ଯେପରି ବାହାରକୁ ଲୁଣ ଦେଖା ଯାଉଥିବ। ସେହିପରି ଡ଼ବାରେ ରଖନ୍ତୁ ଏବଂ ସେଥିରେ କିଛି ଲବଙ୍ଗ ମଧ୍ୟ ରଖିଦିଅନ୍ତୁ ଏବଂ ସେହି ଡ଼ବାକୁ ଆଲମାରୀ ହେଉ କିମ୍ବା ଲକର ହେଉ ଅବା ସିନ୍ଦୁକ ହେଉ ଅବା ପଇସା ବାକ୍ସ କିମ୍ବା ଯେଉଁଠି ଚାଉଳ ରଖୁଥିବା ଜାଗା ଭିତରେ ଏହାକୁ ରଖିପାରିବେ। ବନ୍ଧୁଗଣ ଏପରି କରିବା ଦ୍ୱାରା ଆପଣଙ୍କର ଘରର ଆର୍ଥିକ ଅବସ୍ଥାର ସୁଧାର ଆସିଥାଏ।

ଯଦି କିଛି ନୂତନ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ନିଶ୍ଚୟ କରନ୍ତୁ ଏବଂ ତାପରେ ବ୍ୟବସାୟ ଆରମ୍ଭ କରନ୍ତୁ। ଦେଖିବେ ନିଶ୍ଚୟ ଉନ୍ନତି ହେବ। ବନ୍ଧୁଗଣ ଏହା ଧ୍ୟାନ ଦେବେକି ଘରୁ ଯେପରି ଲୁଣକୁ ସାରିବାକୁ ଦିଅନ୍ତୁ ନାହିଁ ଏବଂ ଲୁଣକୁ ମଧ୍ୟ ନଷ୍ଟ କରନ୍ତୁ ନାହିଁ। ଯେତିକି ଆବଶ୍ୟକ ସେତିକି ଲୁଣ ନିଅନ୍ତୁ ଏବଂ ଲୁଣକୁ ଏଠି ସେଠି ପକାନ୍ତୁ ନାହିଁ। ଯଦି ଖାଇବା ପାତ୍ରରେ କିଛି ଲୁଣ ବଳି ପଡୁଛି ତେବେ ତାହାକୁ ଏଠି ସେଠି ପୋକାଇ ସେଥିରେ ପାଣି କିଛି ଢାଳି ଦିଅନ୍ତୁ। ଯେପରି ଲୁଣ ପାଣିରେ ମିଳାଇ ଯିବ।

କାରଣ ଲୁଣକୁ ନଷ୍ଟ କଲେ ଋଣ ବଢିଥାଏ ଏବଂ ଲୁଣକୁ ସର୍ବଦା ସାଇତି କି ରଖିବେ। ଯେପରିକି ଘରୁ ତାହା ସରିନଯିବ କାରଣ ଲୁଣ ଘରୁ ସରିଗଲେ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି। ଲକ୍ଷ୍ମୀ ହେଉଛନ୍ତି ଚଞ୍ଚଳା ସେ ଅନ୍ୟ ଘରକୁ ଯିବା ପାଇଁ ସର୍ବଦା ଚଳ ଚଞ୍ଚଳ ଥାନ୍ତି। ତେଣୁ ଲୁଣକୁ ସର୍ବଦା ସଞ୍ଚୟ କରି ରଖନ୍ତୁ। ଏହା ଦ୍ବାରା ଆର୍ଥିକ ଅନଟନ ଦେଖା ଦେଇନଥାଏ କିମ୍ବା ମା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି ନାହିଁ। ଯେମିତି ଲୁଣକୁ ସଞ୍ଚୟ କରି ରଖିବେ ସେମିତି ଆପଣଙ୍କର ଆର୍ଥିକ ଉନ୍ନତି ହେବ।

ଲୁଣ ତଳେ ପଡ଼ିବାକୁ ବହୁତ ଅନର୍ଥ ମାନାଯାଏ। ଯେଉଁ ବ୍ୟକ୍ତିଙ୍କ ହାତରୁ ଲୁଣ ପଡ଼ିଯାଏ ତ ବୁଝିନିଅନ୍ତୁ ତା ଉପରେ ଗରିବୀ କିମ୍ବା କଷ୍ଟ ଆସିବ। ଲୁଣ ତଳେ ପଡିବାକୁ ବହୁତ ଅଶୁଭ ମାନାଯାଏ। ଲୁଣ ତଳେ ପଡିଲେ ଚନ୍ଦ୍ରମା ଏବଂ ଶୁକ୍ର ଦୁଇଜଣ କମଜୋର ହୋଇଯାନ୍ତି। ଏହା ସହିତ କୌଣସି ଦୁଷ୍ଟ ବ୍ୟକ୍ତିଙ୍କ ଲୁଣ କେବେବି ଖାଇବା ଉଚିତ ନୁହେଁ। ଲୁଣ ସର୍ବଦା କୌଣସି ସଚୋଟ ବ୍ୟକ୍ତିଙ୍କର ଖାଇବା ଉଚିତ ସଫଳତା ମିଳିଥାଏ।

ବୈଜ୍ଞାନିକ ଦୃଷ୍ଟିରେ ବି ଏହି ଉପାୟ ବହୁତ ମହତ୍ୱପୂର୍ଣ୍ଣ ଅଟେ। ଯେବେବି ଆପଣ ଘରେ ପୋଛା ଲଗେଇବେ ତ ସେଥିରେ କିଛି ଲୁଣ ମିଶେଇ ଦିଅନ୍ତୁ ସପ୍ତାହରେ ପ୍ରାୟତଃ ୧ ରୁ ୨ ଥର ଲୁଣର ପୋଛା ଅବଶ୍ୟ ଲଗାନ୍ତୁ। ଏମିତି କରିଲେ ଅନେକ ରୋଗରୁ ଦୂରେଇ ରହିବେ। ବ୍ୟକ୍ତିକୁ ଶୀଘ୍ର ହିଁ ଧନର ପ୍ରାପ୍ତ ହୋଇଥାଏ। ଏହି ଲୁଣ ପୁରା ଘରକୁ ସକାରାତ୍ମକ ଉର୍ଜାରେ ଭରି ଦେଇଥାଏ। ଘରର ପୋଛା ଗୁରୁବାର ଦିନ ଛାଡି ଅନ୍ୟ ବାକି ଦିନରେ ଘରେ ପୋଛା ନିଶ୍ଚୟ ଲଗାନ୍ତୁ। କାରଣ ସକରାତ୍ମକ ଉର୍ଜା ମା ଲକ୍ଷ୍ମୀଙ୍କୁ ଘରକୁ ପ୍ରବେଶ କରିବା ପାଇଁ ଆକର୍ଷଣ କରିଥାଏ।

ଆପଣଙ୍କ ରୋଷେଇ ଘରେ ଯେଉଁ ଲୁଣ ଥାଏ ତାହା ସବୁଠାରୁ ଅଧିକ ପବିତ୍ର ମାନାଯାଏ। କାରଣ ଏହି ଲୁଣ ଆପଣଙ୍କୁ ସୁସ୍ଥ ବି ରଖିଥାଏ। ଆପଣଙ୍କ ଜୀବନର ସମସ୍ୟାକୁ ବି ଦୂର କରିଥାଏ। ରୋଷେଇ ଘରେ କାଚ ଡ଼ବାରେ ଲୁଣ ଭର୍ତି କରି ଢାଙ୍କି କରି ରଖନ୍ତୁ ଏହା ଦ୍ୱାରା ଲୁଣର ପବିତ୍ରତା ବଢି ଥାଏ ଆଉ ଏହି ଲୁଣରେ ୨ ରୁ ୪ଟି ଲବଙ୍ଗ ପକେଇ ରଖନ୍ତୁ ଏହା ଦ୍ବାରା ଘରେ ସୁଖ ବି ରହିଥାଏ ଆଉ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଆପଣ ସମସ୍ତେ ସୁସ୍ଥ ରହିବେ।

ଯଦି କୌଣସି ବ୍ୟକ୍ତି ବହୁତ ଦିନରୁ ରୋଗରେ ପୀଡିତ ଅଛନ୍ତି ତ ତାର ପୂର୍ବ ଦିଗରେ ମୁଣ୍ଡ ପାଖରେ କାଚର ଡ଼ବାରେ ଅଳ୍ପ କଳା ଲୁଣ ରଖିଦେବା ଉଚିତ। ଏବଂ ସକାଳେ ସେହି ଲୁଣକୁ ପାଣିରେ ଭସେଇ ଦେବା ଉଚିତ। ରୋଗ ଧୀରେ ଧୀରେ ଦୂର ହୋଇଯିବ ଏବଂ ଖରାପ ସ୍ୱପ୍ନ ବି ଆସିବ ନାହିଁ।

ଯଦି ଆପଣଙ୍କ ଭାଗ୍ୟରେ ତାଲା ଲାଗିଯାଇଛି ଏବଂ ଯଦି ଆପଣ ଚାହୁଁଛନ୍ତି ଧନବାନ ହେବା ପାଇଁ ଗରିବିର ନାଶ ହୋଇଯିବ ତ ଏହି ଉପାୟ କରନ୍ତୁ ସପ୍ତାହରେ ଶନିବାର ଦିନ ୫୦୦ ଗ୍ରାମ ଚାଉଳ ଏବଂ ଅଳ୍ପ ବିରିଡାଲି ଏବଂ ଅଳ୍ପ ଲାଲ ଲାଙ୍କା ଏବଂ ଅଳ୍ପ ଲୁଣ ନେବାକୁ ହେବ ଏବଂ କୌଣସି ବି ଗରିବୀ ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତୁ। ଏହା ଦ୍ବାରା ବ୍ୟକ୍ତିର ଭାଗ୍ୟ ଖୋଲିଯାଇଥାଏ। ବନ୍ଦ ହୋଇଥିବା ଭାଗ୍ୟ ଖୋଲିଥାଏ। ଚାକିରୀ କାର୍ଯ୍ୟରେ ଅଚାନକ ଶୁଭ ସଂକେତ ମିଳିବାକୁ ଲାଗେ। ଏହି କାର୍ଯ୍ୟ ସପ୍ତାହରେ ୨ ଥର କରିବା ଉଚିତ।

ଲୁଣ ମିଶ୍ରିତ ପାଣିରେ ହାତ ଗୋଡ଼ ଧୋଇବା ଦ୍ୱାରା କିମ୍ବା ସ୍ନାନ କରିବା ଦ୍ୱାରା ବହୁତ ଅଧିକ ଲାଭ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଶରୀର ଫ୍ରେସ ରହିଥାଏ ଏବଂ ଭିତରେ ପିଜିଟିଭ ଏନର୍ଜୀ ଆସିଥାଏ ତା ସହିତ ଲୁଣ ମିଶ୍ରିତ ପାଣିରେ ସ୍ନାନ କରିବା ଦ୍ୱାରା ନିଦ ବହୁତ ଭଲ ଆସିଥାଏ ଆଉ ରୋଗ ବି ଛୁଇଁ ପାରିବ ନାହିଁ।

କେବେ କେବେ ଜୀବନରେ ସମସ୍ୟା ବଢି ଯାଇଥାଏ ଧନର ଚିନ୍ତା ବହୁତ ଚିନ୍ତିତ କରିଥାଏ ଘରେ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିନଥାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ହୋଇଥାଏ ତ ଏକ କାଚ ଗ୍ଲାସ ନିଅନ୍ତୁ ଧଳା କାଚ ଗ୍ଲାସ ହୋଇଥିଲେ ସେଥିରେ ଟିକେ ନାଲି ରଙ୍ଗର ପ୍ରିଣ୍ଟ ଲଗେଇ ଦିଅନ୍ତୁ କିମ୍ବା ନାଲି ରଙ୍ଗର ନେଲ ପଲିସ ଲଗେଇ ଦିଅନ୍ତୁ।

ଆଉ ଏହି ଗ୍ଲାସରେ ପାଣି ଭର୍ତ୍ତି କରି ଦିଅନ୍ତୁ ୩ ଭାଗ ଏବଂ ଗୋଟେ ଭାଗ ଖୋଲା ରଖିଦିଅନ୍ତୁ। ଆଉ ଏଥିରେ ଗୋଟେ ଚାମଚ ଲୁଣ ପକେଇ ଦିଅନ୍ତୁ। ଏହାକୁ ଖୋଲା ରଖିଦିଅନ୍ତୁ। ଆଉ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରଖିଦିଅନ୍ତୁ। ଏଥିରେ ପାଣି ବହୁତ ଶୀଘ୍ର ଶୁଖିଥାଏ ତ ଏଥିରେ ପାଣି ଆଉ ଭର୍ତି କରି ଦିଅନ୍ତୁ। ଆଉ ଏହାକୁ ୧ ମାସ ପରେ ବଦଳ କରି ଦିଅନ୍ତୁ। ଆଉ ଥରେ ସଫା ପାଣିରେ ଏହାକୁ ରଖିଦିଅନ୍ତୁ। ଦେଖିବେ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button