ଜୀବନଶୈଳୀ

ଜୀବନରେ ଏହି ଗୁପ୍ତ କଥା ଭୁଲରେ ମଧ୍ୟ କାହାକୁ କୁହନ୍ତୁ ନାହଁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଜୀବନରେ ଏହି ଗୁପ୍ତ କଥା କାହାକୁ ବି କୁହନ୍ତୁ ନାହିଁ। ବନ୍ଧୁଗଣ ଆମ ଦେଶ ଭାରତ ନିଜର କଳା ସଂସ୍କୃତି ପାଇଁ ସମଗ୍ର ବିଶ୍ୱରେ ପରିଚିତ। ଏହି ଭାରତର ପବିତ୍ର ଭୂମିରେ ଅସଂଖ୍ୟ ଜ୍ଞାନି ବିଦ୍ୱାନ ବ୍ୟକ୍ତି ଜନ୍ମ ଗ୍ରହଣ କରିଛନ୍ତି। ପ୍ରାଚୀନ କାଳରେ ଏମିତି ଗିଛି ବିଦ୍ୱାନ ଜ୍ଞାନୀ ବ୍ୟକ୍ତି ଥିଲେ ଯେଉଁମାନେ ନିଜର ଜ୍ଞାନ ବଳରେ ପୃଥିବୀର ଲୋକମାନଙ୍କୁ ବଞ୍ଚିବାର ମାର୍ଗ ଦେଖାଇଛନ୍ତି ଓ ନିଜ ଜୀବନକୁ କିପରି ହସ ଖୁସିରେ ଅତିବାହିତ କରିବେ ତାହା ମଧ୍ୟ କହିଛନ୍ତି। ତେବେ ସେହି ବିଦ୍ୱାନ ମାନେ ଆଜି ଆମ ପାଖରେ ନାହାନ୍ତି କିନ୍ତୁ ତାଙ୍କର ତତ୍ତ୍ୱ ଜ୍ଞାନକୁ ସେମାନଙ୍କର ଦିଆଯାଇଥିବା ଜ୍ଞାନକୁ ଅନୁସରଣ କରି ଆଜିବି ଲୋକମାନେ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କର ମଧ୍ୟରୁ ଜଣେ ବିଦ୍ୱାନ ଥିଲେ ସେ ହେଉଛନ୍ତି ଆଚାର୍ଯ୍ୟ ଚାଣକ୍ୟ। ସେ ଜଣେ ବଡ ବିଦ୍ୱାନ ହେବା ସହିତ ଜଣେ ନୀତିକାର ମଧ୍ୟ ଅଟନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତି ଆଦର୍ଶ ଆଜିବି ଲୋକମାନଙ୍କର ପାଇଁ ବହୁତ ମହତ୍ୱପୂର୍ଣ୍ଣ ରହିଛି। ତେବେ ଜୀବନକୁ କିପରି ସୁଖମୟ ଭାବରେ ଅତିବାହିତ କରିବାର ଅଛି ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତିବାଣୀରେ ଉଲ୍ଲେଖ କରି ଯାଇଛନ୍ତି। ସେ ଗୁଡିକ ପାଳନ କରିବା ଦ୍ୱାରା ଜୀବନରେ କୌଣସି ପ୍ରକାରର ଅସୁବିଧା ଆସିନଥାଏ। ବନ୍ଧୁଗଣ ଆସନ୍ତୁ ଜାଣିନେବା ଆଚାର୍ଯ୍ୟ ଚାଣକ୍ୟ କଣ ସବୁ ମହତ୍ତ୍ୱପୂର୍ଣ୍ଣ ଗୁଡିକ କହିଯାଇଛନ୍ତି ଯାହା ସବୁ ପାଳନ କରିବା ଆପଣଙ୍କ ମାନଙ୍କ ଜୀବନ ସୁଖମୟ ହେବା ସହିତ ଜୀବନ ମଧ୍ୟ ଅମୂଲ୍ୟ ରହିବ। ତେବେ ଆସନ୍ତୁ ଜାଣିନେବା ସେହି କଥା ଗୁଡିକ ବିଷୟରେ ଯାହା ସବୁ ଅନ୍ୟମାନଙ୍କ ସାମ୍ନାରେ ଆଲୋଚନା କରିବା ଉଚିତ ନୁହେଁ।

ପ୍ରଥମ କଥା। ଏହି ପ୍ରତ୍ୟକ ପତି ଏବଂ ପତ୍ନୀ ମାନଙ୍କ ପାଇଁ ସବୁଠାରୁ ଗୁପ୍ତ କଥା ଅଟେ। ଏହି ସମ୍ପର୍କକୁ ଆପଣ ଅନ୍ୟ କାହା ସହ ସେୟାର କରିବା ଉଚିତ ନୁହେଁ। ଏହି କଥା ପତି ପତ୍ନୀଙ୍କ ମଧ୍ୟରେ ରଖିବା ଉଚିତ। ଯାହା ଦ୍ୱାରା ସମ୍ପର୍କ ମଜବୁତ ହୋଇଥାଏ। ସେଥିପାଇଁ ଏହି କଥା ପ୍ରତି ଧ୍ୟାନ ନିଶ୍ଚୟ ଦେବା ଉଚିତ।

ଦ୍ୱିତୀୟ କଥା। କୁହାଯାଏ ଯେ ବ୍ୟକ୍ତିକୁ କେବେବି ନିଜର ବୟସ ସୀମା କାହା ସହିତ ସେୟାର କରିବା ଉଚିତ ନୁହେଁ। ଏହାକୁ ମଧ୍ୟ ଗୁପ୍ତ ରଖିବା ଉଚିତ। ଏହି କଥା ଆପଣଙ୍କ ଶତ୍ରୁ ମାନେ ଜାଣିବା ପରେ ସେମାନେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି। ସେଥିପାଇଁ ଏହି କଥା ମଧ୍ୟ ନିଶ୍ଚୟ ଗୁପ୍ତ ରଖିବା ଉଚିତ।

ତୃତୀୟ କଥା। ନିଜ ଘରର କଥା ବନ୍ଧୁଙ୍କ ସହ ଏବଂ ବାହାର କିଛି ଲୋକଙ୍କ ସହ ସେୟାର କରିବା ଉଚିତ ନୁହେଁ। କାରଣ ନିଜ ଘର କଥା ଅନ୍ୟ କାହା ଆଗରେ ପ୍ରକାଶ କଲେ ସେମାନେ ଆପଣଙ୍କୁ ହିଁ ଖରାପ ଭାବିବେ। ନିଜ ଘରର ଇଜତ ତଳେ ପଡିବା ସହ ନିଜର ବି ମଧ୍ୟ ଇଜତ ଯାଇଥାଏ। ସେଥିପାଇଁ ଏହି କଥା ମଧ୍ୟ ଗୁପ୍ତ ରଖିବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button