ଓଡିଶା

ପାରିବାରିକ କଳହ: ଦେହରେ ନିଆଁ ଲଗାଇ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ବଞ୍ଚାଇବାକୁ ଯାଇ ସ୍ବାମୀ ଗୁରୁତର

ସୋର: ପାରିବାରିକ କଳହର କରୁଣ ପରିଣତି । ଆତ୍ମହତ୍ୟା କରିବାକୁ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ସ୍ତ୍ରୀ । ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଆଁରେ ପୋଡ଼ି ହୋଇ ସ୍ବାମୀ ବି ଗୁରୁତର । ଉଭୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି । ସୋର ଥାନା ଜଡ଼ିଦା ପଞ୍ଚାୟତ ଆଡ଼ିଆ ଗାଁର ଅଘଟଣ ।

ସୂଚନା ଅନୁସାରେ, ସୋର ଥାନା ଆଡ଼ିଆ ଗ୍ରାମର ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ଲାଗିଥିଲା।

ଏଥିରେ ଭାରସାମ୍ୟ ହରାଇ ସ୍ତ୍ରୀ ଭାନୁମତି ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ତ୍ରୀ ଜଳିଯାଉଥିବା ବେଳେ ଶଶିକାନ୍ତ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ଶସିକାନ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button