ଜୀବନଶୈଳୀ

ଏମିତି ଶୋଉଥିବା ଲୋକମାନେ ବହୁତ ଭାଗ୍ୟବାନ ହେଇଥାନ୍ତି, ଜାଣନ୍ତୁ ରାତିରେ କେମିତି ଶୋଇବେ

ଯେତେବେଳେ ଜଣେ ବ୍ୟକ୍ତି ଶୋଇ ନଥାଏ ସେତେବେଳେ ତା ଶରୀର କାମ କରେ ଏବଂ ଯେତେବେଳେ ସେ ଶୋଇପଡ଼େ ସେତେବେଳେ ତା ମନ କାମ କରେ। ଶୋଇବା ସମୟରେ ଜଣେ ବ୍ୟକ୍ତି କେମିତି ଶୋଇଛି ତାକୁ ଦେଖି ଆପଣ ସେ ବ୍ୟକ୍ତିଜଣଙ୍କ କଣ ଭାବୁଛନ୍ତି ତାହା ଆପଣ ଜାଣିପାରିବେ। ଶୋଇବା ଶୈଳୀରେ ପରିବର୍ତ୍ତନ ହେଲେ ଆମ ମନ ମଧ୍ୟ ପରିବର୍ତ୍ତନ ହେଇଯାଏ।

ଯଦି ଆପଣ ଶୋଇବା ସମୟରେ ଘୁଗୁଣ୍ଡି ମାରୁଛନ୍ତି ତେବେ ଆପଣ ଜଣେ ଶନି କିମ୍ବା ଶୁକ୍ର ପ୍ରାଧାନ୍ୟ ବ୍ୟକ୍ତି। ଏପରି ଲୋକମାନେ ସବୁବେଳେ ନିଜ ମନ ଭିତରେ ବହୁତ୍ କଥା ଲୁଚେଇ ରଖନ୍ତି। ସେମାନେ ନିଜ ମନ କଥା କାହାକୁ କୁହନ୍ତି ନାହିଁ। ଜୀବନରେ ଯେତେ ଖରାପ ଦିନ ଦେଖିବାକୁ ପଡୁ ନା କାହିଁକି, ଏହି ଲୋକମାନେ କେବେବି ନିଜ ମନ କଥା କାହାକୁ କୁହନ୍ତି ନାହିଁ।

ଜ୍ୟୋତିଷଙ୍କ କହିବ ଅନୁସାରେ ଯେଉଁମାନେ ଅଧିକ ଶୋଇବାକୁ ପସନ୍ଦ କରନ୍ତି, ସେମାନେ ମଙ୍ଗଳ କିମ୍ବା ସୂର୍ଯ୍ୟଙ୍କ ଦ୍ୱାରା ପ୍ରଭାବିତ ହେଇଥାନ୍ତି। ଜୀବନରେ କିଛି ପାଇବା ପାଇଁ ଅଧିକ ଶୋଇବାକୁ ପସନ୍ଦ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡେ। ସେମାନେ ନିଜ ମନ ଉପରେ ନିୟନ୍ତ୍ରଣ କରିପାରନ୍ତି ନି।

ଯେଉଁ ଲୋକମାନେ ନିଘୋଡ଼ ନିଦରେ ଶୁଅନ୍ତି ସେମାନଙ୍କ ଉପରେ ସୂର୍ଯ୍ୟ ଏବଂ ଶନିଙ୍କର ମିଶ୍ରିତ ପ୍ରଭାବ ରୁହେ। ନିୟମ ଏବଂ ଅନୁଶାସନ ଦୃଷ୍ଟିରୁ ଏଭଳି ଲୋକମାନେ ବହୁତ କଠୋର ହେଇଥାନ୍ତି। ସେମାନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥାଏ। ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସେମାନେ ଧ୍ୟାନ ଦେବା ଉଚିତ୍।

ଶାନ୍ତିରେ ସୋଇଥିବା ଲୋକମାନେ ସଂପୂର୍ଣ୍ଣ ରୂପେ ଶୁକ୍ର ଗ୍ରହ ପ୍ରଭାବରେ ଥାଆନ୍ତି। ସାଧାରଣତଃ କିଛି ଖରାପ କିମ୍ବା ଭଲ କିଛି ସେମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଭାବିତ କରେ ନାହିଁ । ଫଳାଫଳ ଯାହା ହେଉନା କାହିଁକି, ଏହି ଲୋକମାନେ ନିଜ ଇଚ୍ଛାନୁସାରେ କାମ କରନ୍ତି। ଭାଗ୍ୟ ଏବଂ ଖ୍ୟାତି ସବୁବେଳେ ସେମାନଙ୍କ ସହିତ ଥାଏ। ସେମାନେ ଜୀବନରେ ବହୁତ ଟଙ୍କା ରୋଜଗାର କରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button