ଦେଶ ବିଦେଶ

ଉଲ୍‌କାରେ ଅନ୍ୟ ଗ୍ରହକୁ ଯାତ୍ରା କରୁଛନ୍ତି ଏଲିଅନ୍‌

ବ୍ରହ୍ମାଣ୍ଡରେ ଏଲିଅନ୍ ଓ ଜୀବଜଗତର ସନ୍ଧାନ ସର୍ବଦା ଦ୍ୱନ୍ଦ୍ୱ ଓ କୌତୁହଳର ବିଷୟ ହୋଇଛି । ବାହ୍ୟଗ୍ରହ ଜୀବନର ସନ୍ଧାନରେ ବୈଜ୍ଞାନିକମାନେ ଏବେ ପାରମ୍ପରିକ ଚିନ୍ତାଧାରାକୁ ପଛରେ ପକାଇ ନୂଆ ତଥ୍ୟର ଖୁଲାସା କରିଛନ୍ତି ।ସଦ୍ୟ ଅଧ୍ୟୟନରେ ଦୁଇଜଣ ବୈଜ୍ଞାନିକ କହିଛନ୍ତି, ବାହ୍ୟଗ୍ରହରେ ବାସ କରୁଥିବା ଏଲିଅନ୍ ଉଲ୍କାପିଣ୍ଡରେ ପୃଥିବୀ ସମେତ ଅନ୍ୟ ପାଖ ଗ୍ରହକୁ ଯାତ୍ରା କରୁଥାଇ ପାରନ୍ତି । ସେମାନଙ୍କର ଏହି ତଥ୍ୟ ଲାଇଭ୍ ସାଇନ୍ସରେ ପ୍ରକାଶ ପାଇଛି । ପାନ୍ସପର୍ନିୟା ଥିଓରୀ ଜରିଆରେ ଏଲିଅନ୍ ଜୀବନ ବିଷୟରେ ତଥ୍ୟ ମିଳିବ ବୋଲି ଅଧ୍ୟୟନକର୍ତ୍ତା ହାରିସନ୍ ବି ସ୍ମିଥ୍ ଓ ଲାନା ସିନାପାୟେନ କହିଛନ୍ତି ।

ପାନ୍ସପର୍ନିୟା ଏକ ଥିଓରୀ ବା ସିଦ୍ଧାନ୍ତ, ଯାହା ସୂଚାଏ ଯେ ଅନ୍ୟ ଗ୍ରହର ଜୀବ ଉଲ୍କାପିଣ୍ଡ ଜରିଆରେ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯାତ୍ରା କରିପାରନ୍ତି । ଏଲିଅନ୍ଙ୍କ ଆଗମନ ବିଷୟରେ ଆମ ପାଖରେ ତଥ୍ୟ ନାହିଁ ବୋଲି ମଧ୍ୟ ଏହି ଥିଓରୀ ସ୍ପଷ୍ଟ କରିଛି । କିନ୍ତୁ ଏହି ଘଟଣାକୁ କିଭଳି ଚିହ୍ନଟ କରାଯାଇପାରିବ, ସେମାନେ ତା’ର ଏକ ଯୋଜନା ବିଷୟରେ ମଧ୍ୟ ରିପୋର୍ଟ ପ୍ରକାଶ କରିଛନ୍ତି । ବିଶ୍ୱାସ କରାଯାଏ, ଆମ ଗ୍ରହକୁ ବାଦ୍ଦେଲେ ପ୍ରାୟ ୫ ହଜାର ବାହ୍ୟଗ୍ରହରେ ଜୀବଜଗତର ସମ୍ଭାବନା ରହିଛି । ଯଦି ଏପରି ହେଉଥାଏ, ତେବେ ବାହ୍ୟଗ୍ରହର ଜୀବ ଅନ୍ୟ ଗ୍ରହକୁ ମଧ୍ୟ ଯାତ୍ରା କରୁଥାଇ ପାରନ୍ତି । କିନ୍ତୁ ଉଲ୍କାପିଣ୍ଡରେ ଯାତ୍ରା କରୁଥିବା ଏହି ପରଗ୍ରହୀଙ୍କୁ ଚିହ୍ନଟ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ୍ । କିନ୍ତୁ ଯଦି ପାନ୍ସପର୍ମିୟା ସମ୍ଭବ, ତେବେ ଏଲିଅନ୍ ଜୀବନ ଅନ୍ୱେଷଣ ପାଇଁ ବୈଜ୍ଞାନିକମାନେ ସେମାନଙ୍କ ସିଦ୍ଧାନ୍ତକୁ ପ୍ରୟୋଗ କରିପାରିବେ ।

ସେମାନଙ୍କ ଅନୁସାରେ, ଏଲିଅନ୍ ଯଦି ପାନ୍ସପର୍ମିୟା ଅନୁସାରେ ଯାତ୍ରା କରୁଥାନ୍ତି, ତେବେ ସେମାନେ ଯାତ୍ରା କରୁଥିବା ପ୍ରତ୍ୟେକ ଗ୍ରହରେ ସମାନ ପ୍ରକାର ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥାଇ ପାରନ୍ତି । ବୈଜ୍ଞାନିକଙ୍କ ଅନୁସାରେ, ଗୋଟିଏ ଗ୍ରହରେ ଜୀବନର ଆରମ୍ଭ ହୋଇଥିବ ଏବଂ ତା’ପରେ ଉଲ୍କାପିଣ୍ଡ ମାଧ୍ୟମରେ ଅନ୍ୟ ଗ୍ରହରେ ଜୀବଜଗତର ବିସ୍ତାର ହୋଇଥିବ । ଯେକୌଣସି ଜୀବ ସୃଷ୍ଟିର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଗ୍ରହର ପ୍ରାକୃତିକ ସନ୍ତୁଳନକୁ ପରିବର୍ତ୍ତନ କରିବାର ଏହାର ସାମର୍ଥ୍ୟ । ପୃଥିବୀର ପ୍ରାକୃତିକ ସନ୍ତୁଳନକୁ ବିଗାଡ଼ିବାରେ ପରଗ୍ରହ ଜୀବଙ୍କ ସାମର୍ଥ୍ୟ ଥାଇପାରେ । ସେମାନଙ୍କ ନିଜ ଗ୍ରହର ବାୟୁମଣ୍ଡଳୀୟ ସ୍ଥିତି ଭଳି ଆମ ଗ୍ରହକୁ କରିବାକୁ ସେମାନେ ଆମ ଗ୍ରହର ବାୟୁମଣ୍ଡଳକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥାଇ ପାରନ୍ତି ବୋଲି ଦୁଇ ବୈଜ୍ଞାନିକ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button