ସ୍ୱାସ୍ଥ୍ୟ

କଥା ପଛରେ ଥିବା କଷ୍ଟକୁ ଜାଣିପାରିବ ଡିଭାଇସ୍‌; ମାତ୍ର ୨୦ ସେକେଣ୍ଟରେ ଜଣାପଡିବ ଡିପ୍ରେସନର କାରଣ

ଡିପ୍ରେସନ ବା ଉଦାସିନତା ଏମିତି ଏକ ମାନସିକ ରୋଗ ଯାହା ବ୍ୟକ୍ତିକୁ ମନ ଭିତରୁ ହିଁ ଦୁର୍ବଳ କରିଦିଏ । ଫଳରେ ସେହି ବ୍ୟକ୍ତି ନିଜକୁ ନିଜେ ଘୃଣା କରିବାକୁ ଲଗେ । ଏମିତିକି ବ୍ୟକ୍ତି ଜଣକ ସମସ୍ତଙ୍କ ଠାରୁ ଦୂରେଇ ରହିବା ସହ ମନର କଥା ମଧ୍ୟ କାହା ଆଗରେ ପ୍ରକାଶ କରିବାକୁ ସାହାସ କରେନାହିଁ । ଶେଷରେ ନିଜ ଜୀବନ ନେବାକୁ ଅର୍ଥାତ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନିଏ ବ୍ୟକ୍ତି । ତେବେ ଏହି ଉଦାସିନତା ଜାଣିବା ପାଇଁ ଏଯାଏଁ କୌଣସି ମେସିନ କିମ୍ବା ଡିଭାଇସ୍ ନଥିଲା । ଯାହାଦ୍ୱାରା ଏହି ଡିପ୍ରେସନ ବିଷୟରେ ଜଣାପଡିବ । କିନ୍ତୁ ଆପଣ ଜାଣି ଆଶ୍ଚ ର୍ଯ୍ୟ ହେବେ ଯେ ବର୍ତ୍ତମାନ ମାର୍କେଟକୁ ଏମିତି ଏକ ଡିଭାଇସ୍ ଆସିଛି ଯାହା ବ୍ୟକ୍ତିର କଥାରୁ ହିଁ ତାର ଉଦାସିନତା ବିଷୟରେ ଜାଣିପାରିବ ।

ତେବେ ନିକଟରେ ପିଜିଆଇ ଲକ୍ଷ୍‌ନୋରେ ଏମିତି ଏକ ଡିଭାଇସ ତିଆରି କରାଯାଇଛି ଯାହା ମନରେ ଚାଲୁଥିବା ଚିନ୍ତାର ଗଭିରତାକୁ ଏବଂ ଏହାର ସ୍ତରକୁ ଜାଣିପାରିବାରେ ସକ୍ଷମ ହୋଇଛି । ପିଜିଆଇ ସ୍ଥିତ ମେଡଟେକ୍ ସେଣଅଟର ଅଫ୍ ଏକ୍ସିଲେନ୍ସ ଏଆଇ ଆପ୍ “ମନୋଦୟମ୍ “ର ଉଦ୍ଭାବନ କରାଯାଇଛି । ଯାହାକି ମାତ୍ର ୨୦ ସେକେଣ୍ଡ ମଧ୍ୟରେ ଶବ୍ଦ ଶୁଣି ଜାଣିଦେବ ଜଣେ ବ୍ୟକ୍ତି ଡିପ୍ରେସନରେ ଅଛି କି ନାହିଁ ।

ଆଇଆଇଟି କାନପୁରର ବୈଦୁତିକ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ତୁଷାର ସାଙ୍ଗାନଙ୍କ ନିର୍ଦ୍ଦେଶରେ ଭଏସ୍ ନମୁନା ବିଶ୍ଳେଷଣ କରାଯାଇଥିଲା। ଏଥିରେ ଉଦାସୀନତା ପାଇଁ ୮୦ ପ୍ରତିଶତ ସଠିକତା ଏବଂ ଚିନ୍ତା ପାଇଁ ୭୬ ପ୍ରତିଶତ ସଠିକତା ମିଳିଥିଲା । ମେଡଟେକ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ COE ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ୟାମ କୁମାର କହିଛନ୍ତି ଯେ ଏହି ରୋଗର ଚିକିତ୍ସା ତଥା ନିରାକରଣ ପାଇଁ ଉପଯୋଗୀ ଉପକରଣ ପ୍ରସ୍ତୁତ କରାଯାଉଛି। ଉଦାସୀନତା ଏବଂ ଚିନ୍ତାକୁ ଚିହ୍ନିବା ପାଇଁ ଏଥିରେ ଆପ୍ସ ଅନ୍ତର୍ଭୁକ୍ତ । ଭବିଷ୍ୟତରେ ଏହା ବହୁତ ସହାୟକ ହୋଇପାରେ । ଉଦାସୀନତାକୁ ଚିହ୍ନଟ କରିବା ପାଇଁ ଏହି ଆପ୍ PGI ରେ ଅବସ୍ଥିତ ମେଡଟେକ୍ ସେଣ୍ଟର ଅଫ୍ ଏକ୍ସଲେନ୍ସର ଷ୍ଟାର୍ଟଅପ୍ ମନୋଡାୟମର ଏମଡି ଇଞ୍ଜିନିୟର ସଞ୍ଜୟ ଭରଦ୍ୱାଜଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହି ଆପରେ, 15 ରୁ 20 ସେକେଣ୍ଡର ଭଏସ୍ ନମୁନା ସହିତ ଡିପ୍ରେସନର ସ୍ତର ଚିହ୍ନଟ ହୋଇପାରିବ।

Related Articles

Leave a Reply

Your email address will not be published. Required fields are marked *

Back to top button