ଜୀବନଶୈଳୀ

ସିଝେଇକି ଖାଇବା ଭଲ ନା ନିଆଁରେ ପୋଡି କରି? ଜାଣନ୍ତୁ

Sweet Potato Benefits: କନ୍ଦମୂଳ ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ଆମ ଶରୀରକୁ ଅନେକ ପ୍ରକାର ଭିଟାମିନ ଓ ମିନେରାଲ୍ସ ଯୋଗାଇଥାଏ । ଅଧିକାଂଶ ଲୋକଙ୍କୁ କନ୍ଦମୂଳ ଖାଇବା ପସନ୍ଦ ହୋଇଥାଏ । କିନ୍ତୁ ଲୋକେ ଏହାକୁ ବିଭିନ୍ନ ପ୍ରକାରରେ ସେବନ କରିଥାନ୍ତି । କେହି କନ୍ଦମୂଳକୁ ସିଝାଇ ଖାଇଥାନ୍ତି ତ ଆଉ କିଏ ନିଆଁରେ ପୋଡି ଖାଇବାକୁ ପସନ୍ଦ କରି ।

ଆଜିକାଲି କିଛି ଲୋକ ଏହାକୁ ଓଭେନରେ ବେକ୍ କରି ମଧ୍ୟ ଖାଉଛନ୍ତି । ତେବେ ପ୍ରଶ୍ନ ଉଠେ କନ୍ଦମୂଳ ଖାଇବାର କେଉଁ ଉପାୟ ସବୁଠୁ ଅଧିକ ଲାଭଦାୟୀ

କଞ୍ଚା କନ୍ଦମୂଳ ଆମ ସ୍ୱାସ୍ଥ୍ୟ ପାଇଁ ସବୁଠୁ ଅଧିକ ଲାଭଦାୟୀ ହୋଇଥିବା ବେଳେ ଏହାର ସ୍ଵାଦ ସେତେ ପସନ୍ଦ ହେଉ ନଥିବାରୁ ଆମେ ଏହାକୁ ସିଝାଇ କିମ୍ବା ନିଆଁରେ ପୋଡି ଖାଇଥାଉ ।

ଏଥିରେ ସାମାନ୍ଯ ଘିଅ ପକାଇ ରାନ୍ଧିବା ଦ୍ଵାରା ଏହାର ସ୍ଵାଦ ଆହୁରି ବଢି ଯାଇଥାଏ । ତେବେ ଆସନ୍ତୁ ଜାଣିବା ଯେଉଁ ଉପାୟରେ କନ୍ଦମୂଳ ଖାଇବା ସବୁଠୁ ଅଧିକ ଲାଭଦାୟୀ ହୋଇଥାଏ ।

ତେବେ ଏହା ଆପଣ କେଉଁଥି ପାଇଁ କନ୍ଦମୂଳ ଖାଉଛନ୍ତି ତା’ ଉପରେ ନିର୍ଭର କରିଥାଏ । ଯଦି ଆପଣ ନିଜର ବ୍ଲଡ଼ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କନ୍ଦମୂଳ ଖାଉଛନ୍ତି ତେବେ ଏହାକୁ ସିଝାଇ କରି ଖାଇବା ସବୁଠୁ ବେଷ୍ଟ । କାରଣ ପୋଡିବା ବା ବେକ୍ କରିବା ଠାରୁ ସିଝିବା ଦ୍ଵାରା ଏହାର ଗ୍ଲାଇସେମିକ ଇଣ୍ଡେକ୍ସ ଅଧିକ ହୋଇଥାଏ ।

କନ୍ଦମୂଳର ଜିଆଇ ଇଣ୍ଡେକ୍ସ ୪୪ ରୁ ୨୪ ମଧ୍ୟରେ ରହିଥାଏ । ଯଦି ଆପଣ ଭିଟାମିନ-ଡି ପାଇଆନ କନ୍ଦମୂଳ ଖାଉଛନ୍ତି ତେବେ ମଧ୍ୟ ଏହାକୁ ସିଝାଇ ଖାଇବା ଉଚିତ । ପୋଡା କନ୍ଦମୂଳ ତୁଳନାରେ ସିଝିଥିବା କନ୍ଦମୂଳରେ ଭିଟାମିନ-ଡି ର ମାତ୍ରା ଅଧିକ ଥାଏ ।

ହେଲେ ଯେଉଁମାନେ କ୍ୟାଲସିୟମ ପାଇଁ କନ୍ଦମୂଳ ଖାଇଥାନ୍ତି ସେମାନେ ଏହାକୁ ନିଆଁରେ ପୋଡି କିମ୍ବା ବେକ୍ କରି ଖାଇବା ଉଚିତ । କାହିଁକି ନା କନ୍ଦମୂଳକୁ ସିଝାଇବା ଦ୍ଵାରା ଏଥିରେ ଥିବା କ୍ୟାଲସିୟମ ର ମାତ୍ରା କମି ଯାଇଥାଏ । ସେହିପରି ସିଝିଥିବା କନ୍ଦମୂଳରେ ଭିଟାମିନ-ଏ ର ମାତ୍ରା ଅଧିକ ରହିଥାଏ ।

ସିଝା ଯାଇଥିବା କନ୍ଦମୂଳରେ ଅନ୍ୟ ସବୁ ପୋଷାକତତ୍ତ୍ଵର ମାତ୍ରା ଅଧିକ ରହିଥାଏ । ସେଥିପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଅଧିକାଂଶ ସମୟରେ ସିଝା ଯାଇଥିବା କନ୍ଦମୂଳ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସବୁଠୁ ଖାସ କଥା ହେଲା କନ୍ଦମୂଳକୁ ସିଝେଇବା କିମ୍ବା ପୋଡିବା ସମୟରେ ଏହାର ଚୋପା ବାହାର କରିବା ଉଚିତ ନୁହେଁ ।

ଏହାଦ୍ବାରା କନ୍ଦମୂଳରେ ଥିବା ଅଧିକାଂଶ ପୋଷକତତ୍ତ୍ଵ ନଷ୍ଟ ହୋଇ ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button