ଜୀବନଶୈଳୀ

ଯଦି ଆପଣଙ୍କ ଘରେ ବି ଜନ୍ଦା ଅଛି ତେବେ ଜାଣି ରଖନ୍ତୁ ଯେ , ବଦଳି ଯିବ ଆପଣଙ୍କ ଭାଗ୍ୟ

ପ୍ରାୟତଃ ଘରେ ଜନ୍ଦା ଦେଖାଯିବା ଏକ ସାଧାରଣ କଥା । ଜନ୍ଦାକୁ ଏକ ସାଧରଣ କୀଟ ଭାବି ଲୋକେ ଅଣଦେଖା କରିଥାନ୍ତି । ବୈଜ୍ଞାନିକଙ୍କ ଅନୁଯାୟୀ ଜନ୍ଦା ମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି , ଭଣ୍ଡାରର ସବୁ ବ୍ୟବସ୍ଥା କରିବା ଜାଣନ୍ତି ଏବଂ ସାମୁହିକ ଭାବରେ ଏକ ପାହାଡ଼କୁ କାଟିବାର ସାମ୍ୟର୍ଥ ମଧ୍ୟ ରଖନ୍ତି । ଜନ୍ଦା ଖୁବ ପରିଶ୍ରମୀ କୀଟ ଅଟେ । ଘରେ ଜନ୍ଦା ଦେଖିବା ଅର୍ଥ ତାହା କୌଣସି ଶୁଭ କିମ୍ବା ଅଶୁଭ ସଙ୍କେତ ଦେଇଥାଏ । ଶାସ୍ତ୍ରରେ ମଧ୍ୟ ଏହି ବିଷୟରେ ବର୍ଣ୍ଣନା କରାଯାଇଛି । ପୁଣି ସେହି ଭିନ୍ନ ଭିନ୍ନ ରଙ୍ଗର ଜନ୍ଦା ଅନୁଯାୟୀ ସଙ୍କେତ ଭିନ୍ନ ଭିନ୍ନ ହୋଇଥାଏ ।

କଳା ରଙ୍ଗର ଜନ୍ଦାକୁ ଭଗବାନ ବିଷ୍ଣୁଙ୍କର ଅଂଶ କୁହାଯାଉଥିବା ବେଳେ ଏହା ଉପରେ ଶନି ଦେବଙ୍କ ଆଧିପତ୍ୟ ରହିଥିବା କୁହାଯାଏ । ମନୁଷ୍ୟ ୮୪ ଲକ୍ଷ ୟୁନି ପରେ ମଣିଷ ଜନ୍ମ ନେଇଥାଏ ଏବଂ ସେଥିମଧ୍ୟରୁ ଜନ୍ଦା ଏକ ମହତ୍ୱପୂର୍ଣ୍ଣ ୟୁନି ଅଟେ । କଳା ଜନ୍ଦା ଦେଖିଲେ ଚାଉଳ ଅଟା ଖାଇବାକୁ ଦେଲେ ତାହା ଉତ୍ତମ ଭାଗ୍ୟ ଆଣିଥାଏ । ଆପଣ ଦୁର୍ଭାଗ୍ୟରେ ଘେରି ରହିଥିଲେ ଚାଉଳ ଅଟା ସହିତ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ । ବୈକୁଣ୍ଠ ପ୍ରାପ୍ତ କରିବାକୁ ଚାହୁଁଥିଲେ ଏକ ଶୁଖିଲା ନଡ଼ିଆକୁ ପାଉଡ଼ର ବନାଇ ସେଥିରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ । ଚାକିରୀ ସମ୍ବନ୍ଧୀୟ ସମସ୍ୟା ଥିଲେ ବାଦାମ ପାଉଡରରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ ।

ଶନି ଦୋଷ ଥିଲେ ବାଦାମ ପାଉଡ଼ରରେ ଚିନି ମିଶାଇ ଖାଇବାକୁ ଦିଅନ୍ତୁ । ଶୁକ୍ର ଦୁର୍ବଳ ଥିଲେ ଚିନି କିମ୍ବା ପ୍ରତି ରବିବାର ଦିନ ଚାଉଳ କ୍ଷୀରି ବନାଇ ଖାଇବାକୁ ଦିଅନ୍ତୁ । ରାହୁ କିମ୍ବା କେତୁ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଅଟାରେ ଗୁଡ଼ ମିଶାଇ ପଞ୍ଜରୀ ବନାଇ ୪୩ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ଏବଂ ଆପଣ ଚାହିଁଲେ କମ୍ବଳ ମଧ୍ୟ ଦାନ କରି ପାରିବେ । ଏହାଦ୍ବାରା ପିତୃ ଦୋଷ ଦୂର ହୋଇଥାଏ । ଗ୍ରହ ଦୋଷ ସମସ୍ୟା ଥିଲେ ଜନ୍ଦାକୁ ମିଠା ରୋଟି ବନାଇ ଖାଇବାକୁ ଦିଅନ୍ତୁ ।

ଘରେ କଳା ଜନ୍ଦା ଦେଖାଯିବା ଅର୍ଥ ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତ ହେବାକୁ ଯାଉଛି । ଘରର କାନ୍ଥରେ କଳା ଜନ୍ଦାର ଲାଇନ ଦେଖିଲେ ଆପଣଙ୍କ ଆମଦାନୀରେ ବୃଦ୍ଧି ଏବଂ ଲାଭ ହେବାକୁ ଯାଉଛି । ନାଲି ପିମ୍ପୁଡ଼ି ଅଣ୍ଡା ଧରି ଯାଉଥିବାର ନଜର ଆସିଲେ ବଡ଼ ବିପଦର ସଙ୍କେତ ଦେଇଥାଏ । ଏହାଦ୍ବାରା ଘରେ ବଡ଼ କ୍ଷତି , ରୋଗ , କଳହ ହେବାର ଆଶଙ୍କା ରହିଥାଏ । ନୂଆ ଘର ତିଆରି ସମୟରେ ନାଲି ଜନ୍ଦା ଦେଖାଗଲେ ତାହାକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button