ବିଚାର

ପାଠ ପଢିବାକୁ କଷ୍ଟ ଲାଗୁଥିଲେ ଛାତ୍ର ଛାତ୍ରୀ ମାନେ ଏହାକୁ ଥରେ ନିଶ୍ଚିତ ପଢନ୍ତୁ

ବନ୍ଧୁଗଣ ଆଜି ମୁଁ ଆପଣଙ୍କୁ ଗୋଟେ କାହାଣୀ ମାଧ୍ୟମରେ ବହୁତ ବଡ଼ କଥା କହିବାକୁ ଯାଉଛି ଯେ ପାଠପଢ଼ା ପ୍ରତି ଯେଉଁ ଭୟ ରହିଛି, କାହିଁକି ପାଠ ପଢ଼ିବା ପାଇଁ ଇଛା ହେଉନାହିଁ। ମେଥ, ଫିଜିକ୍ସ ଆଦିରେ କାହିଁକି ଉତ୍ସାହ ଆସୁ ନାହିଁ। ଆମେ ଯେଉଁ ପାଠ ପଢି ଥାଉ ଆମକୁ କଷ୍ଟ କାହିଁକି ଲାଗିଥାଏ, ଏହା ପଛର କାରଣ କଣ ଅଟେ। ଏହି ବିଷୟରେ ମୁଁ ଆପଣଙ୍କୁ କାହାଣୀ ମାଧ୍ୟମରେ କହିବାକୁ ଯାଉଛି।

ଆପଣଙ୍କ ଭଳି ଜଣେ ପିଲା ଥରେ ସେ ସିନେମା ଦେଖିବା ପାଇଁ ଯାଇ ଥିଲା। ସେ ଫିଲ୍ମ ଦେଖିବା ସମୟରେ ତାର ଆଗରେ ଗୋଟେ ସୁନ୍ଦର ଝିଅ ନଜର ଆସିଲା। ଫିଲ୍ମ ଦେଖିବା ସମୟରେ ଝିଅଟିକୁ ମଧ୍ୟ ମଝିରେ ମଝିରେ ଦେଖୁ ଥାଏ।ସେ ଝିଅଟିକୁ ଦେଖିବା ସମୟରେ ତାର ନଜର ଆସିଲା ସେହି ଝିଅ ମୁଣ୍ଡରେ ଗୋଟେ ଫୁଲ ଲଗା ଯାଇଛି। ଯେପରି ସେ ଫୁଲକୁ ଦେଖିଛି ସେହି ପିଲାଟିକୁ ଛିଙ୍କ ଆସିବା ଆରମ୍ଭ ହୋଇଗଲା, କାରଣ ସେହି ପିଲାଟିକୁ ଫୁଲରୁ ଏଲାର୍ଜି ରହିଛି। ଆପଣ ଜାଣିଥିବେ କିଛି ଲୋକଙ୍କୁ ଧୂଳିରୁ ଏଲାର୍ଜୀ ଥାଏ, ସେହିଭଳି କିଛି ଲୋକଙ୍କୁ ଫୁଲରୁ ଏଲାର୍ଜୀ ଥାଏ। ସେ ଭାବୁଥିଲା ସେହି ଝିଅଟିକୁ କହିବନି କିନ୍ତୁ ଯେତେବେଳେ ଅତିରିକ୍ତ ଛିଙ୍କ ହେଲା, ସେ ସେହି ଝିଅଟିକୁ କହିଲା ତମେ ସେହି ଫୁଲଟି ମୁଣ୍ଡରୁ କାଢି ଦିଅ କାରଣ ମୋତେ ଫୁଲରୁ ଏଲାର୍ଜୀ ଅଛି। ତାପରେ ସେହି ଝିଅଟି କହିଲା ତୁମକୁ ଏଇ ପ୍ଲାଷ୍ଟିକ ଫୁଲରୁ କିପରି ଛିଙ୍କ ଆସୁଛି। ତାପରେ ସେହି ପିଲାଟିର ଛିଙ୍କ ପୁରାପୁରି ବନ୍ଦ। ଦେଖନ୍ତୁ ଫୁଲଟି ପ୍ଲାଷ୍ଟିକରେ ଥିଲା କିନ୍ତୁ ପିଲାଟିର ଛିଙ୍କି ଛିଙ୍କି ଅବସ୍ଥା ଖରାପ ହୋଇ ଗଲାଣି। ଦେଖନ୍ତୁ ଅଫିସରେ କେତେବେଳେ କୌଣସି ଲୋକ ପଦୋନ୍ନତୀ ପାଇଥାଏ, ତାହା ପୂର୍ବରୁ ସେ ଭ-ୟକରି ରହିଥାଏ। କାରଣ ସେହି ଆଗରୁ ଶୁଣିଛି ଯେ ପଦୋନ୍ନତୀ ପାଇଲେ ଅଧିକ କାର୍ଯ୍ୟ ଭାର ବଢିଯାଏ। ଜଣେ ସୁନ୍ଦର ଝିଅ ବାହା ହେବା ପୂର୍ବରୁ ଭ-ୟ କରୁଛି ଯେ ଶ୍ଵଶୁର ଘରକୁ ଯାଇ ବହୁତ କାମ କରିବାକୁ ପଡ଼ିଥାଏ। ତେଣୁ ଆମେ ଯେଉଁ ପାଠ ପଢ଼ୁ, ପାଠ କଷ୍ଟ ନୁହେଁ। ଆମ ଭିତରେ ଯେଉଁ ମାନସିକତା ରହିଛି ଯେ ପାଠ କଷ୍ଟ ବୋଲି, ତାହାହିଁ ଆମକୁ ବେଶୀ କଷ୍ଟ ଦେଉଛି। ତାହା ହେଉଛି ଆମ ପାଠପଢ଼ା ମଧ୍ୟରେ ସବୁଠାରୁ ବଡ଼ ବାଧା। ଆମେ ସମସ୍ତଙ୍କ ପାଖରୁ ଶୁଣିକି ରଖିଥାଉ କି ଗଣିତ ଓ ପଦାର୍ଥ ବିଜ୍ଞାନ ସବୁଠାରୁ କଷ୍ଟ ଅଟେ।ଯେପରି ପ୍ଲାଷ୍ଟିକ ଫୁଲ ଦେଖିଲେ ଛିଙ୍କ ଆସି ଯାଉଛି, ସେହିପରି ପାଠକୁ ଦେଖିଲେ ଆମ ମନରେ ଆସି ଯାଉଛି ଏହା ବହୁତ କଷ୍ଟକର। ତେଣୁ ଆମ ମସ୍ତିଷ୍କରେ କିଛି ଅସୁବିଧା ପଡ଼ିଲେ ଆମେ ସଙ୍ଗେ ସଙ୍ଗେ ଏହାକୁ କଷ୍ଟ କହିଦେଇ ଛାଡ଼ି ଦେଉଛେ। ତେଣୁ ଏହାହିଁ ହେଉଛି ପ୍ରକୃତ କାରଣ। ମୋର କୁନି ଝିଅଟି ତାର ପରୀକ୍ଷାରେ ଗଣିତରେ ୯୫ ପ୍ରତିଶତ ରଖିଛି, ତଥାପି ସେ କହୁଛି , ବାପା ଗଣିତ କଷ୍ଟ। ଦେଖନ୍ତୁ ଇଏ ଭଲଭାବରେ ଗଣିତ କରି ପାରୁଛି, କିନ୍ତୁ ସାଙ୍ଗମାନେ ବା ବାହାର କ୍ଷେତ୍ରରୁ ଆପଣ କଣ ଗ୍ରହଣ କରୁଛନ୍ତି , ତାହା ଜୀବନକୁ ଅଧିକ ପ୍ରଭାବିତ କରିଥାଏ। ତେଣୁ ଥଣ୍ଡା ମୁଣ୍ଡରେ ପାଠପଢ଼ା ଆରମ୍ଭ କରନ୍ତୁ। ତେଣୁ ଧୀରେ ଧୀରେ ପ୍ରୟାସ କରିବା ଫଳରେ ଏବେ ହେଉ ବା ମାସେ ଭିତରେ ଆପଣଙ୍କର ଅଭ୍ୟାସ ହୋଇଯିବ।

 

Related Articles

Leave a Reply

Your email address will not be published. Required fields are marked *

Back to top button