ଜୀବନଶୈଳୀ

ଝିଅ ମାନେ କାହିଁକି ପାଦରେ ବାନ୍ଧନ୍ତି କଳା ସୂତା । ରହସ୍ୟ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ମନୁଷ୍ୟ ଜୀବନରେ ସମସ୍ୟା ଆସିବା ଏକ ସାଧାରଣ କଥା । ତେବେ ସେହି ସମସ୍ୟା କିମ୍ବା ଜୀବନରେ ଆସୁଥିବା ନକରାତ୍ମକତାର ଅନେକ କାରଣ ରହିଛି । ଘରେ ରଖାଯାଉଥିବା ପ୍ରତ୍ୟେକ ଆସବାବପତ୍ରର ସ୍ଥାନ ପାଇଁ ମଧ୍ୟ ବାସ୍ତୁ ଉତ୍ପନ୍ନ ହୋଇଥାଏ ଯେଉଁ କାରଣରୁ ସମସ୍ୟା ସୃଷ୍ଟି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନର ସମସ୍ୟା , ଦାରିଦ୍ର୍ୟତା ସବୁକିଛି ଦୂର ହୋଇଯିବ ଏବଂ ସବୁ ସମସ୍ୟାର ସମାଧାନ ହୋଇଯିବ । ମନୁଷ୍ୟ ଜୀବନର ଅଧିକାଂଶ ସମସ୍ୟା ନଜର ଦୋଷ କାରଣରୁ ହୋଇଥାଏ । ତେବେ ଏହି ଉପାୟକୁ କରିବା ପାଇଁ ରେଶମୀ କଳା ସୂତା ନେଇ ଆସନ୍ତୁ ।

ଆମ ସମସ୍ତଙ୍କ ଶରୀର ପଞ୍ଚତତ୍ୱରେ ତିଆରି ଯାହାକି ପ୍ରତ୍ୟେକ ସମୟରେ ମନୁଷ୍ୟକୁ ଶକ୍ତି ପ୍ରଦାନ କରିଥାଏ । କିନ୍ତୁ ନଜର ଦୋଷ ଏବଂ ଅନ୍ୟାନ୍ୟ ନକରାତ୍ମକତା କାରଣରୁ ସେହି ଶକ୍ତି ମନୁଷ୍ୟ ପାଖରେ ପହଞ୍ଚି ପାରେ ନାହିଁ । ନଜର ସମସ୍ୟା କଳା ସୂତା ଦ୍ୱାରା ଦୂର କରାଯାଇ ପାରିବ । ଖୁବ ପୁରା କାଳରୁ ହିଁ କଳା ସୂତା ମନୁଷ୍ୟ ନିଜର ଭିନ୍ନ ଭିନ୍ନ ଅଙ୍ଗରେ ବାନ୍ଧି ଆସୁଛି । ଯାହାଦ୍ୱାରା ନଜର ଦୋଷ ଏବଂ ନକରାତ୍ମକତା ଦୂର ହୋଇ ପାରିବ । ତେବେ ଉପାୟ କରିବା ପାଇଁ ଏକ ଲମ୍ବା କଳା ସୂତା ନେଇ ଶନିବାର ଦିନ କୌଣସି ଶନି ମନ୍ଦିର କିମ୍ବା ହନୁମାନ ମନ୍ଦିରକୁ ଯାଇ ଶନିଙ୍କୁ ଏବଂ ହନୁମାନଙ୍କୁ ଅର୍ପିତ କରିଥିବା ସୋରିଷ ତେଲରେ ତାହାକୁ ସାମାନ୍ୟ ବୁଡାଇ ନିଜର ପ୍ରତ୍ୟେକ ସମସ୍ୟା ସ୍ମରଣ କରି ଗୋଟିଏ ଗୋଟିଏ ଗଣ୍ଠି ପକାଇ ଯାଆନ୍ତୁ ।

ଏହିପରି ସାତୋଟି ଗଣ୍ଠି ଲଗାଇ ଶନିଦେଵ କିମ୍ବା ଶ୍ରୀହନୁମାନଙ୍କ ସାମ୍ନାରେ ରଖି ପ୍ରଣାମ କରି ଦୀପ ଜଳାନ୍ତୁ ଏବଂ ଓଁ ଶନିଶ୍ଚରାୟ ନମଃ ମନ୍ତ୍ରର ୨୧ ଥର ଜପ କରି କିମ୍ବା ହନୁମାନ ମନ୍ଦିର ଯାଇଥିଲେ ହନୁମାନ ଚାଳିଶା ପାଠ କରି ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଘରକୁ ନେଇ ଆସନ୍ତୁ । ଘରର ପୂଜଘରେ ତାହାକୁ ଗୋଟିଏ ରାତି ପାଇଁ ରଖି ଦିଅନ୍ତୁ । ଆଗାମୀ ଦିନ ତାହାକୁ ନିଜ ହାତରେ କିମ୍ବା ବେକରେ କିମ୍ବା ଘରର ଅନ୍ୟ ସଦସ୍ୟଙ୍କ ଅଙ୍ଗରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଏବଂ ନକରାତ୍ମକତା ଦୂର ହୋଇଯିବ । କିନ୍ତୁ ଏହି ସୂତାର କୌଣସି ଗଣ୍ଠି ଯେମିତି ଅଲଗା ନହୁଏ ।

କେବଳ ଏହିଆ ଗୋଟିଏ ସୂତାକୁ ହିଁ ନିଜ ଶରୀରରେ ଧାରଣ କରନ୍ତୁ ଏବଂ ଅନ୍ୟ ସୂତାକୁ ବାହାର କରି ଦିଅନ୍ତୁ । ଯଦି ଅପଇଁ ଏହାକୁ ଶରୀରର ନବାନ୍ଧନ୍ତି ତେବେ ଘରର ମୁଖ୍ୟଦ୍ୱାରରେ ବାନ୍ଧି ପାରିବେ । ଏହାଦ୍ବାରା ସୂତା ବାହାର ନକରାତ୍ମକତାକୁ ଅବଶୋଷିତ କରି ଘରକୁ ଠିକ ରଖିଥାଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲେ ଶୋଇବା ବିଛଣା ତଳେ ମଧ୍ୟ ଏକ କଳା ସୂତା ଅଭିମନ୍ତ୍ରିତ କରି ରଖି ପାରିବେ । ମନେ ରଖନ୍ତୁ ଆପଣ ଧାରଣ କରିଥିବା କଳା ସୂତାକୁ ମଝିରେ ମଝିରେ ଅଭିମନ୍ତ୍ରିତ କରି ନିଅନ୍ତୁ । ଘରେ କୌଣସି ବ୍ୟକ୍ତିକୁ ନଜର ଦୋଷ ଲାଗିଥିଲେ ସେହି ବ୍ୟକ୍ତିର ହାତରେ ନିଶ୍ଚିତ ଭାବରେ ଏହି କଳା ସୂତା ବାନ୍ଧିବା ଉଚିତ । ଯାହାଦ୍ୱାରା ବାସ୍ତୁ ଦୋଷ ଏବଂ ନକରାତ୍ମକତା ଦୂର ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button