ଜୀବନଶୈଳୀ

ଏପରି ସ୍ତ୍ରୀଙ୍କ ଘରେ କେବେ ପ୍ରବେଶ କରନ୍ତି ନାହିଁ ମାତା ଲକ୍ଷ୍ମୀ । ଜାଣନ୍ତୁ ଭାଗ୍ୟଶାଳୀ ସ୍ତ୍ରୀଙ୍କ ପରିଚୟ କିଭଳି ହୋଇଥାଏ

ସ୍ତ୍ରୀ ମାନଙ୍କର ଏହି ପାଞ୍ଚଟି ଅଙ୍ଗ ବଡ଼ ହେଲେ ସେହି ସ୍ତ୍ରୀକୁ ଅତ୍ୟନ୍ତ ଭାଗ୍ୟଶାଳୀ ମାନା ଯାଇଥାଏ । ଏଭଳି ମହିଳା ସବୁଠି ସୁଖ ସମୃଦ୍ଧି ନେଇ ଆସିଥାନ୍ତି ।ଲମ୍ବା କେଶ ଥିବା ମହିଳା ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ସେମାନେ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାନ୍ତି । ଏଭଳି ମହିଳା ଖୁବ ଶାନ୍ତ ଏବଂ ଦୟାଳୁ ସ୍ୱଭାବର ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ପରିବାକୁ ସବୁବେଳେ ଯୋଡ଼ିକି ରଖିଥାନ୍ତି । ଲମ୍ବା ଆଙ୍ଗୁଠି ଥିବା ମହିଳା ମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ସ୍ତ୍ରୀର ନାକ ଲମ୍ବା ହୋଇଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ସେମାନେ ଐଶ୍ୱର୍ଯ୍ୟ ପ୍ରାପ୍ତ କରିଥାନ୍ତି । ମହିଳାଙ୍କ ବକ୍ଷ ସ୍ଥଳ ବଡ଼ ହୋଇଥିଲେ ସେମାନେ ଉତ୍ତମ ସନ୍ତାନକୁ ଜନ୍ମ ଦେଇଥାନ୍ତି । ଲମ୍ବା ବେକ ଥିବା ମହିଳା ମାନେ ଧନ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି । ବେକରେ କଳା ଜାଇ ଥିଲେ ସେମାନେ ସୁଲକ୍ଷଣା ହୋଇଥାନ୍ତି । ସେମାନେ ସୌଭଗ୍ୟ ଏବଂ ଧନ ସମ୍ପତ୍ତିକୁ ଆକର୍ଷିତ କରିଥାନ୍ତି । ବେକ ପଛରେ କଳା ଜାଇ ଥିଲେ ଧନର ଅଭାବ ହୋଇଥାଏ । ବେକ ମୋଟା ଥିଲେ ସେ ସବୁବେଳେ ଦୁଃଖ ପାଇଥାଏ ।

ମହିଳାଙ୍କର ଏହି ଅଙ୍ଗରେ କଳା ଜାଇ ଥିଲେ ସୌଭଗ୍ୟ ପ୍ରାପ୍ତ ହୋଇଥାଏ :-

ଯେଉଁ ମହିଳାଙ୍କ ମୁଣ୍ଡରେ କଳା ଜାଇ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟବାନ ହୋଇଥାନ୍ତି । ସେମାନଙ୍କୁ ଜୀବନରେ ସଫଳତା ମିଳିଥାଏ । ଏଭଳି ମହିଳା ଧନ ସମ୍ପତ୍ତିକୁ ଆକର୍ଷିତ କରିଥାନ୍ତି । କାନରେ କଳା ଜାଇ ସଂସ୍କାରି ହୋଇଥାନ୍ତି । ହାତ ପାପୁଲିରେ କଳା ଜାଇ ଥିଲେ ଧନର ଆଗମନ ହୋଇଥାଏ । ବେକରେ କଳା ଜାଇ ଥିଲେ ସେଭଳି ସ୍ତ୍ରୀ ଆଭୂଷଣ ପ୍ରାପ୍ତକାରୀ ହୋଇଥାଏ ।

ମହିଳା ମାନେ ଏଭଳି ଶୋଇଲେ ଦାରିଦ୍ର୍ୟତା ଆସିଥାଏ:-

ମହିଳା ମାନେ କେଶ ଖୋଲା କରି ଏକୁଟିଆ କେବେ ଶୋଇବା ଉଚିତ ନୁହେଁ । ନିଜ ସ୍ୱାମୀ ସହିତ ଥିଲେ କେଶ ଖୋଲି ଶୋଇ ପାରିବେ । ମହିଳା ମାନେ ଉତ୍ତର ଏବଂ ପଶ୍ଚିମ ଦିଗକୁ ମୁଖ କରି ଶୋଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ । ସ୍ତ୍ରୀ ସର୍ବଦା ନିଜ ସ୍ୱାମୀର ବାପ ପାଖରେ ଶୋଇବା ଉଚିତ । ଯାହାଦ୍ୱାରା ସୌଭାଗ୍ୟରେ ବୃଦ୍ଧି ହୋଇଥାଏ । ସ୍ତ୍ରୀ ସ୍ୱାମୀ ଶୋଇବା ପରେ ଜାଗ୍ରତ ରହିବା ଉଚିତ ନୁହେଁ । ନଚେତ ସେହି ଘରେ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

ଶୋଇବା ସମୟରେ ମହିଳା ମାନେ ନିଜ ପାଖରେ ଏହି ଜିନିଷ ରଖିବା ଉଚିତ ନୁହେଁ:-

ରାତିରେ ଶୋଇବା ପୂର୍ବରୁ ମହିଳା ମାନେ ନିଜ କେଶରେ ସୁଗନ୍ଧିତ ତେଲ ଲଗାଇବା ଉଚିତ ନୁହେଁ ଏବଂ ପାଖରେ ରଖିବା ମଧ୍ୟ ଉଚିତ ନୁହେଁ । ଶୋଇବା ସମୟରେ ପାଖରେ ଜଳ ପୂର୍ଣ୍ଣ ପାତ୍ର ରଖିବା ଉଚିତ ନୁହେଁ । ଏହାଦ୍ବାରା ଚନ୍ଦ୍ରମା ଦୁର୍ବଳ ହେବା ସହିତ ମାନସିକ ରୋଗ ହୋଇଥାଏ । ଶୋଇବା ସମୟରେ ମୁଣ୍ଡ ପାଖରେ ଲୁହାରେ ନିର୍ମିତ ବସ୍ତୁ ମଧ୍ୟ ରଖିବା ଉଚିତ ନୁହେଁ । ସେଥିରେ ମ୍ୟାଗ୍ନେଟିକ ପ୍ରପର୍ଟି ଥିବାରୁ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ କେଶ ଖୋଲା କରି ଶୋଇବା ମଧ୍ୟ ଉଚିତ ହୋଇ ନଥାଏ।

କୌଣସି ମହିଳା ସକାଳୁ ଉଠିବା ମାତ୍ରେ ଏହି ଜିନିଷର ଦର୍ଶନ କରିବା ଉଚିତ ନୁହେଁ:-

ସକାଳୁ ଉଠି ମହିଳା ମାନେ ଆଇନା ଦେଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଦୁର୍ଭାଗ୍ୟ ଆସିଥାଏ । ଶାସ୍ତ୍ର ଅନୁଯାୟୀ ସକାଳୁ ଉଠିବା ପରେ ମହିଳା ମାନେ ନିଜର ଛାଇ ଦେଖିବା ଉଚିତ ନୁହେଁ । ଏହାଦ୍ବାରା ଭ୍ରମ ନିର୍ମାଣ ହୋଇଥାଏ । ଏହାବ୍ୟତୀତ ଛୁରୀ କିମ୍ବା ଅନ୍ୟ ଧାରୁଆ ଅସ୍ତ୍ର ମଧ୍ୟ ଦେଖିବା ଉଚିତ ନୁହେଁ । ନଚେତ ନକରାତ୍ମକତା ସୃଷ୍ଟି ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button