ସ୍ୱାସ୍ଥ୍ୟ

ଖାଦ୍ୟନଳୀରେ କର୍କଟ ଚିକିତ୍ସା

ଇସୋଫୋଗସ କ୍ୟାନସର ବା ଖାଦ୍ୟନଳୀର କ୍ୟାନସର ଆଜିକାଲି ସାଧାରଣ ସମସ୍ୟା ଭାବରେ ଦେଖାଯାଉଛି। ଏହି ସମସ୍ୟା ସାଧାରଣତଃ ୫୦ରୁ ୭୦ ବର୍ଷର ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ଏହି ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି।

କାରଣ : ଖାଦ୍ୟନଳୀକୁ ଧୁମପାନ, ମଦ, ଓ ଲମ୍ବା ସମୟରୁ ଏସିଡ଼ିଟିର ସମସ୍ୟା ଥିଲେ କ୍ଷତି ପହଞ୍ଚିଥାଏ। ଏହା ଦ୍ୱାରା ଖାଦ୍ୟନଳୀର ଆକାରରେ ପରିବର୍ତ୍ତନ ଯୋଗୁ ୮ରୁ ୧୦ ବର୍ଷ ପରେ ଏସିଡ଼ି ରିଫଲକ୍ସ ବା ଜ୍ୱଳନ ଉତ୍ପନ୍ନ କରାଏ। ଏହାକୁ ଅଣଦେଖା କରିବାର ଅର୍ଥ ରୋଗକୁ ଜନ୍ମ ଦେବ। ଏସିଡ୍କୁ ସଫା କରିବା ପରେ ମଧ୍ୟ କ୍ୟାନସରର ବିପଦ ଥାଏ। ଏଥିମଧ୍ୟରେ ଖାଦ୍ୟନଳୀର ବିକାର ଯୋଗୁ ନଳୀର ଭାଲବ ଖାଦ୍ୟକୁ ଅଟକାଇ ପାରେ ନାହିଁ ଓ ଖାଦ୍ୟ ସିଧା ପେଟକୁ ଚାଲିଯାଏ।

ଲକ୍ଷଣ : ଭୋଜନ ପେଟକୁ ଯିବା ପାଇଁ ସମସ୍ୟା ଓ ଛାତିରେ ଯନ୍ତ୍ରଣା ଏହାର ପ୍ରାରମ୍ଭିକ ଲକ୍ଷଣ। ଅନେକଥର ଲୋକମାନେ ଏହାକୁ ସାମାନ୍ୟ ଭାବି ଅଣଦେଖା କରିଦିଅନ୍ତି। ଏହା ଦ୍ୱାରା ୯୦ ପ୍ରତିଶତ ମାମଲାରେ ନଳୀ କ୍ଷତିଗ୍ରସ୍ତ ହୋଇଥାଏ।

ଚିକିତ୍ସା : ପ୍ରାରମ୍ଭିକ ଅବସ୍ଥାରେ ରୋଗ ଚିହ୍ନଟ ହେଲେ ଚିକିତ୍ସା ସମ୍ଭବ ହୋଇଥାଏ। ଏଥିରେ ଦୁଇ ପ୍ରକାରର ସ୍କ୍ରିନିଙ୍ଗ କରାଯାଏ। କ୍ରୋମୋଏଣ୍ଡୋସ୍କୋପୀ ଓ ଆଇସ୍କାନ( ନ୍ୟାରେ ବ୍ୟାଣ୍ଡ ଇମେଜିଂ)। କ୍ରୋମୋଏଣ୍ଟୋସ୍କୋପୀ ଦ୍ୱାରା ଭୋଜନନଳୀରେ ଡ୍ରାଏ ସ୍ପ୍ରେ କରି ପ୍ରଭାବିତ ଅଂଶକୁ ଜାଣିହୁଏ। କ୍ୟାନ୍ସର ସୁନିଶ୍ଚିତ କରିବା ପାଇଁ ବାୟୋସ୍ପି କରାଯାଏ। ପୁଣି ଏଣ୍ଟୋସୋନୋ ଗ୍ରାଫି ଦ୍ୱାରା କ୍ୟାନସରର ଗଭୀରତା ଜଣାପଡ଼େ। ଯଦି ଭୋଜନନଳୀର ସୀମାରୁ ବାହାର ପର୍ଯ୍ୟନ୍ତ କ୍ୟାନ୍ସର କୋଷିକା ବ୍ୟାପ୍ତ ହୋଇଯାଇଥାଏ, ତେବେ ସର୍ଜରୀ କରାଯାଏ। ସୀମା ଭିତରେ ଥିଲେ ଦୂରବୀନ୍ ଦ୍ୱାରା ବିନା ସର୍ଜରୀରେ ଟ୍ୟୁମର ବାହାର କରିଦିଆଯାଏ। ନ୍ୟାରୋ ବ୍ୟାଣ୍ଡ ଇମେଜିଙ୍ଗ୍ରେ ୩ରୁ ୪ ପ୍ରକାର ଆଲୋକ ଭୋଜନସ୍ଥଳୀରେ ପକାଯାଏ। ଏଥିରେ କ୍ୟାନ୍ସର କୋଷିକାର ରଙ୍ଗ ଅଲଗା ଦେଖାଯାଏ। ବାୟୋସ୍ମି ପରେ ସର୍ଜରୀ ବା ଦୂରବୀନ ଦ୍ୱାରା ବିନା ସର୍ଜରୀରେ ଟ୍ୟୁମରକୁ ବାହାର କରାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button