ଜୀବନଶୈଳୀ

ଘରେ ଭୂମିରେ ଝିଟିପିଟି ଚାଲିଲେ ଦେଇଥାଏ ଏଭଳି ସଙ୍କେତ । ଏହି ବିଶେଶ ଅଙ୍ଗରେ ପଡ଼ିଲେ ଖୋଲିଯାଏ ଭାଗ୍ୟ

ହିନ୍ଦୁ ଧର୍ମରେ ଝିଟିପିଟିକୁ ପୂଜନୀୟ ମାନା ଯାଇଛି । କିନ୍ତୁ କିଛି ଲୋକ ଏହାକୁ ସାଧାରଣ ଭାବି ଝିଟିପିଟିକୁ ଘଉଡ଼ାଇ ଦେଇଥାନ୍ତି । ମନୁଷ୍ୟର ଜୀବନରେ ଝିଟିପିଟିର ଅନେକ ମହତ୍ତ୍ୱ ରହିଛି । କାରଣ ଏହା ମନୁଷ୍ୟର ଖରାପ ଭଲ ସମୟ ଏବଂ ଧନ ଆସିବାର ସଙ୍କେତ ମଧ୍ୟ ଦେଇଥାଏ । ଯାହାକୁ ମନୁଷ୍ୟ ଜାଣି ପାରିବା ଉଚିତ । ଝିଟିପିଟି ଦେଖିଲେ କିଛି ଜିନିଷ ତାହା ଉପରେ ପକାଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଶକୁନ ଶାସ୍ତ୍ର ଅନୁଯାୟୀ ଝିଟିପିଟି କୌଣସି ଖାସ ସ୍ଥାନ ଏବଂ ମନୁଷ୍ୟର କୌଣସି ଖାସ ଅଙ୍ଗ ଉପରେ ପଡ଼ିଲେ ତାହା ଖରାପ କିମ୍ବା ଭଲ ସଙ୍କେତ ଦେଇଥାଏ । ସେହିଭଳି ଦୀପାବଳି ଦିନ ଝିଟିପିଟି ଦେଖାଗଲେ ତାହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ଏବଂ ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

ସନ୍ଧ୍ୟା ସମୟରେ ଯଦି ଆପଣ ଘରର କାନ୍ଥରେ ଝିଟିପିଟି ହଠାତ ଦେଖୁଛନ୍ତି ତେବେ ତୁରନ୍ତ ପୂଜା ଘରୁ ପୂଜାରେ ଲାଗୁଥିବା ଚାଉଳ ଏବଂ ସିନ୍ଦୁର ଆଣି ନିଜର ମନସ୍କାମନା ସ୍ମରଣ କରି ଝିଟିପିଟି ଉପରକୁ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ମନସ୍କାମନା ପୂରଣ ପୂରଣ ହେବ । କିନ୍ତୁ ଏହି ଉପାୟ କରିବା ସମୟରେ ହିଁ ନିଜର ମନସ୍କାମନାକୁ ସ୍ମରଣ କରନ୍ତୁ । ଘର ସଫା କରିବା ସମୟରେ ହଠାତ ଆପଣଙ୍କ ଦ୍ୱାରା ଭୁଲରେ କୌଣସି ଝିଟିପିଟିର ମୃତ୍ୟୁ ହେଉଛି ତେବେ ତାହାକୁ ତୁରନ୍ତ ତାହାକୁ ଏକ ଗାତ ଖୋଳି ସତ୍କାର କଲେ ପାପରୁ ମୁକ୍ତି ମିଳିଥାଏ ଏବଂ ମାତା ଲକ୍ଷ୍ମୀଙ୍କ କ୍ରୋଧର ସାମ୍ନା କରିବାକୁ ମଧ୍ୟ ପଡ଼ି ନଥାଏ ।

ସ୍ୱପ୍ନରେ ମୃତ ଝିଟିପିଟି ଦେଖିଲେ ତାହା ଆପଣଙ୍କ ଜୀବନରେ ଆଗାମୀ ସମୟରେ ଆସିବାକୁ ଯାଉଥିବା ଅଶୁଭ ଘଟଣା ବିଷୟରେ ସଙ୍କେତ ଦେଇଥାଏ । ମୁଣ୍ଡ କିମ୍ବା ହାତରେ ଝିଟିପିଟି ହଠାତ ପଡ଼ିଗଲେ ଭବିଷ୍ୟତରେ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ । ଭୋଜନ କରିବା ସମୟରେ ଝିଟିପିଟି ନଜର ଆସିଲେ ତାହା ଭଲ ସମୟର ସଙ୍କେତ ଅଟେ । ଭୋଜନ କରିବା ସମୟରେ ଗୋଡ଼ ଉପରେ ଝିଟିପିଟି ପଡ଼ିଗଲେ ତାହା କୌଣସି ଗମ୍ଭୀର ରୋଗର ଆଗମନର ସଙ୍କେତ ଅଟେ । କୌଣସି ଆଲୋଚନା ଚାଲିଥିବା ସମୟରେ ଝିଟିପିଟି ଶବ୍ଦ କଲେ ସେହି କଥା ସତ ହୋଇଥାଏ ବୋଲି ମାନ୍ୟତା ରହିଛି । ଖାଇବା ସମୟରେ ଝିଟିପିଟିର ଶବ୍ଦ ଶୁଭିଲେ ଧନ ପ୍ରାପ୍ତିର ସଙ୍କେତ ଅଟେ ଏବଂ ଝିଟିପିଟିର ସଙ୍ଗମ ଦେଖିଲେ ତାହା ହଠାତ କୌଣସି ବନ୍ଧୁଙ୍କ ସାକ୍ଷାତ ହେବାର ସଙ୍କେତ ଅଟେ ।

ମଥାରେ ଝିଟିପିଟି ଧନପ୍ରାପ୍ତି ହୋଇଥାଏ । ଯଦି କୌଣସି ଝିଟିପିଟି ନିଜ ଆହାରକୁ ଧରୁଥିବାର ଦେଖନ୍ତି ତେବେ ଏହା ଉଭଟ ଧନ ପ୍ରାପ୍ତି ଏବଂ ଧନ କ୍ଷତିର ସଙ୍କେତ ଦେଇଥାଏ । ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରୁକୁ ଯିବା ସମୟରେ ଦୁଇଟି ଝିଟିପିଟିକୁ ଯଦି ଝଗଡ଼ା କରୁଥିବାରୁ ଦେଖନ୍ତି ତେବେ ଆପଣଙ୍କ ସେହି କାମରେ ଆପଣଙ୍କୁ ସଫଳତା ବହୁତ କଷ୍ଟରେ ମିଳିବ କିମ୍ବା ବିଳମ୍ବ ହେବ । ଝିଟିପିଟି ମଥାରେ ପଡ଼ିଲେ ଧନ ଲାଭ , ଡାହାଣ କାନରେ ପଡ଼ିଲେ ଆଭୂଷଣ ପ୍ରାପ୍ତି , ବାମ କାନରେ ପଡ଼ିଲେ ଆୟୁଷ ଲମ୍ବା ହୋଇଥାଏ , ମହିଳାଙ୍କ ଲମ୍ବା କେଶ ଉପରେ ପଡ଼ିଲେ କୌଣସି ଖରାପ ସମାଚାର ମିଳିବାର ସଙ୍କେତ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button