ଜୀବନଶୈଳୀ

ରୋଷେଇ ଘରେ ଭୁଲରେବି କରନ୍ତୁ ନାହିଁ ଏହି ଚାରୋଟି କାମ । କ୍ରୋଧିତ ହେବେ ମାତା ଲକ୍ଷ୍ମୀ , ବର୍ବାଦ ହୋଇଯିବେ ବିବାହିତ ଦମ୍ପତ୍ତି

ସ୍ୱାମୀ ସ୍ତ୍ରୀ ଶିବ ପାର୍ବତୀଙ୍କ ରୂପ ମାନା ଯାଇଥାଏ । ଏହାବ୍ୟତୀତ ସ୍ୱାମୀ ଏବଂ ସ୍ତ୍ରୀର ଭାଗ୍ୟ ପରସ୍ପର ମଧ୍ୟରେ ଜଡ଼ିତ ଥିବାରୁ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଙ୍ଗିନୀ କୁହାଯାଏ । ଯେଉଁଭଳି ଭାବରେ ସ୍ତ୍ରୀର ପୁଣ୍ୟର ଫଳ ସ୍ୱାମୀକୁ ପ୍ରାପ୍ତ ହୋଇଥାଏ , ସେହିଭଳି ସ୍ତ୍ରୀ ଭୁଲ କାମ କଲେ ତାହାର ଖରାପ ଫଳ ସ୍ୱାମୀକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ସବୁ କାର୍ଯ୍ୟ ସ୍ତ୍ରୀ ମାନେ କରିଲେ ତାହାର ଖରାପ ଫଳ ସ୍ୱାମୀକୁ ଭୋଗିବାକୁ ପଡ଼ିଥାଏ ।

୧ . ସନ୍ଧ୍ୟା ସମୟରେ ମହିଳା ମାନେ କେଶ ଖୋଲା କରି ଘରେ ଏଣେତେଣେ ବୁଲିବା ଉଚିତ ନୁହେଁ କିମ୍ବା କେଶ କୁଣ୍ଡାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଚାଲି ଯାଆନ୍ତି ।

୨ . ଅନେକ ମହିଳା ଘରର ମୁଖ୍ୟଦ୍ୱାରର ଚଉକାଠ ଉପରେ ବସି ଗପସପ କରିଥାନ୍ତି ଏପରିକି ଖାଦ୍ୟ ମଧ୍ୟ ଖାଆନ୍ତି । ଯାହାଦ୍ୱାରା ମାତା ଲକ୍ଷ୍ମୀଙ୍କର ଗୃହ ପ୍ରବେଶ ପଥରେ ବାଧା ସୃଷ୍ଟି ହୋଇଥାଏ । ଏଭଳି ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ତେଣୁ ମହିଳା ମାନେ ଏଭଳି କାମ କରିବା ଆଦୋୖ ଉଚିତ ନୁହେଁ ।

୩ . ବିବାହିତା ମହିଳା ସକାଳୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଛଣା ନଛାଡ଼ିଲେ ସେହି ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ରହନ୍ତି । ସେହି ଘରକୁ ଲକ୍ଷ୍ମୀଙ୍କ ପରିବର୍ତ୍ତେ ଅଲକ୍ଷ୍ମୀ ପ୍ରବେଶ କରନ୍ତି । ମହିଳା ମାନେ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରି ପୂଜା ପାଠ ଆରତୀ କଲେ ଘରର ସୁଖ ସମୃଦ୍ଧି ବଜାୟ ରହିଥାଏ ।

୪ . ଘରର ମହିଳା ମାନେ ରାତ୍ରି ଭୋଜନ ପରେ ରୋଷେଇ ଘରେ ଅଇଁଠା ବାସନ ସେମିତି ଛାଡ଼ିଲେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ତେଣୁ ତାହାକୁ ରୋଷେଇ ଘରୁ ବାହାର କରି ଦିଅନ୍ତୁ ନଚେତ ତାହାକୁ ରାତିରେ ହିଁ ଧୋଇ ରଖନ୍ତୁ । ଅଇଁଠା ବାସନରେ ନିଜେ କି ଅନ୍ୟ କାହାକୁ ମଧ୍ୟ ଖାଦ୍ୟ ପରଶିବା ଉଚିତ ନୁହେଁ ।

୫ . ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ନୁହଁନ୍ତି ବରଂ ଅଲକ୍ଷ୍ମୀ ବାସ କରନ୍ତି । ତେଣୁ ଘରେ ହସ ଖୁସିରେ ସମସ୍ତେ ବାସ କରିବା ଉଚିତ ।

୬ . ଘରର ଦ୍ୱାରକୁ ଆସୁଥିବା ଭିକ୍ଷୁକଙ୍କୁ ତିରସ୍କାର କରିବା ଉଚିତ ନୁହେଁ କିମ୍ବା ଗାଈକୁ ରୋଟି ନଖୁଆଇ ଯିବାକୁ ଦେବା ଉଚିତ ନୁହେଁ । ନଚେତ ଘରେ ସୁଖ ସମୃଦ୍ଧି ଦୂର ହେବ ।

୭ . ସକାଳୁ ଉଠି କୌଣସି ମହିଳାଙ୍କୁ କଟୁ କଥା କହିବା ଉଚିତ ନୁହେଁ । କାରଣ ମହିଳା ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ।

୮ . ସକାଳୁ ଉଠିବା ମାତ୍ରେ କିମ୍ବା ପୂଜାପାଠ କରିବା ପୂର୍ବରୁ ହିଁ କୌଣସି ବ୍ୟକ୍ତି ଆପଣଙ୍କ ଘରକୁ କିଛି ଧାର ମାଗିବା ପାଇଁ ଆସୁଛନ୍ତି ତେବେ ଭୁଲରେ ବି ଦିଅନ୍ତୁ ନାହିଁ । ଯଦି ଆପଣ ଏହି ଭୁଲ କରନ୍ତି ତେବେ ଆପଣଙ୍କୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିବ ।

୯ . ସକାଳୁ ଉଠିବା ମାତ୍ରେ କାହା ସହିତ ଲଢ଼େଇ ଝଗଡ଼ା କରନ୍ତୁ ନାହିଁ ଏବଂ ମିଥ୍ୟା ମଧ୍ୟ କୁହନ୍ତୁ ନାହିଁ । କାରଣ ସକାଳ ସମୟରେ କୁହାଯାଇଥିବା ମିଛ ନର୍କକୁ ନେଇ ଯାଇଥାଏ ବୋଲି କୁହାଯାଏ ।

୧୦ . ସକାଳୁ ସକାଳୁ ପ୍ରତ୍ୟେକ ଦିନ କ୍ଷୀର ଛିଡ଼ି ଯାଉଥିଲେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ଘରର ସମୃଦ୍ଧି ନଷ୍ଟ ହୋଇଥାଏ । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ ।

୧୧ . ଶନିବାର ଏବଂ ରବିବାର ବିଶେଷ ଭାବରେ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ଯଦି ସକାଳ ସମୟରେ ଆପଣ ଏହି କାମ କରନ୍ତି ତେବେ ଆପଣଙ୍କ ଘରକୁ ନିଶ୍ଚିତ ନକରାତ୍ମକ ପ୍ରବେଶ କରିଥାଏ ।

୧୨ . ସକାଳୁ ଉଠିବା ମାତ୍ରେ ପୁରା ଘରକୁ ସଫାସୁତୁରା କରିବା ଉଚିତ । ଏହାବ୍ୟତୀତ ଯେଉଁ ବ୍ୟକ୍ତି ସକାଳୁ ଉଠି ସ୍ନାନ କରି ତୁଳସୀରେ ଜଳ ଅର୍ପିତ କରିବା ବ୍ୟତୀତ ଭଗବାନଙ୍କ ପୂଜା ଅର୍ଚ୍ଚନା କରିଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button