ଜୀବନଶୈଳୀ

କାଉ ସହିତ ଜଡିତ ଅନେକ ରହସ୍ୟ ଜାଣନ୍ତୁ

ପ୍ରାୟତଃ ଅଧିକାଂଶ ସ୍ଥାନରେ କାଉ ଦେଖା ଯାଇଥାନ୍ତି। ସକାଳୁ ସକାଳୁ କାଉ ରାବ ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ। କାଉ ପକ୍ଷୀକୁ ନେଇ ଲୋକମାନଙ୍କ ମନରେ ଅନେକ ଭୟ ଓ ଅନ୍ଧବିଶ୍ୱାସ ମଧ୍ୟ ରହିଥାଏ। ଯେପରି ଘରକୁ କାଉର ଆଗମନ ଶୁଭ ନା ଅଶୁଭ? ଆଜି ଆମେ ଆପଣଙ୍କୁ ଘର ସହିତ ଜଡିତ କିଛି ରହସ୍ୟ ବିଷୟରେ ଆଲୋଚନା କରିବା ପାଇଁ ଯାଉଛୁ। ଶାସ୍ତ୍ର ଅନୁସାରେ କାଉ ଆମକୁ ଭବିଷ୍ୟତ ଦର୍ଶାଇ ଥାଏ ବୋଲି କୁହାଯାଏ।

କୁଆ ସହିତ ଅନେକ ରହସ୍ୟ ଓ ସଂକେତ :-

ଶକୁନ ଶାସ୍ତ୍ର ଅନୁସାରେ ଯଦି କାଉ ଆପଣଙ୍କ ଛାତ ଉପରେ ବସିଯାଏ ବା ଘର ଭିତରକୁ ଚାଲି ଆସେ, ତାହେଲେ ଏହା ଘର ପାଇଁ ଶୁଭ ହୋଇଥାଏ। କହିବାକୁ ଗଲେ କାଉ ପକ୍ଷୀ ମଧ୍ୟରେ ଭବିଷ୍ୟତ ଦେଖିବାର ଶକ୍ତି ରହିଥାଏ।ମନୁଷ୍ୟର ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡ଼ିକ ବିଷୟରେ କାଉ ପୂର୍ବରୁ ସୂଚନା ଦେଇଥାଏ।

– କାଉ ପକ୍ଷୀକୁ ପାଣି ପିଉଥିବାର ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ କି ଏହି ଦୃଶ୍ୟ ଦେଖିଲେ ଧନ ପ୍ରାପ୍ତି ହୋଇଥାଏ। ଏହାସହିତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇଥାଏ।ଏଥିପାଇଁ ନିଜ ଘରର ଛାତ ଉପରେ ଗୋଟେ ପାତ୍ରରେ ସର୍ବଦା ପାଣି ରଖନ୍ତୁ।

– ଯଦି ଆପଣ କାଉକୁ ନିଜ ଛାତରେ ପରସ୍ପର ଲଢ଼ୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ।ଏହାର ଅର୍ଥ ଆପଣଙ୍କ ଘରକୁ ବହୁତ ବଡ଼ ବିପଦ ମାଡି ଆସିପାରେ। କାଉ ମାନଙ୍କର ଲଢେଇ ଏହା ଦର୍ଶାଇ ଥାଏ କି ଘରେ ବହୁତ ବଡ଼ ଆର୍ଥିକ ସଙ୍କଟ ଦେଖା ଦେଇଥାଏ। ତେଣୁ ବୁଝି ବିଚାରି କୌଣସି ନିଷ୍ପତ୍ତି ନିଅନ୍ତୁ। ଏହାସହିତ ଘରର ଖର୍ଚ୍ଚ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

– ଯଦି କାଉ ଉଡ଼ିବା ସମୟରେ ଆପଣଙ୍କ ପାଦକୁ ସ୍ପର୍ଶ କରି ଉଡ଼ି ଯାଉଛି, ତାହେଲେ ଏହା ବହୁତ ଶୁଭ ଅଟେ।ଏହାର ଅର୍ଥ ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ।ଏହାସହିତ ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ଅର୍ଜନ କରିବେ।

– ଯଦି ଆପଣ କାଉ ପକ୍ଷୀକୁ ରୁଟି ନେଇ ଉଡ଼ୁଥିବାର ଦେଖନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ।ଘରେ ଧନ ସମ୍ପତ୍ତି ବୃଦ୍ଧି ହେବ।

– ଯଦି କାଉ ଆପଣଙ୍କ ମୁଖ୍ୟ ଦୁଆର ସାମ୍ନାକୁ ଆସି ରାବେ, ତାହେଲେ ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଅଟେ। ଏହାର ଅର୍ଥ ଘରେ କୌଣସି ଅତିଥିଙ୍କ ଆଗମନ ହୋଇପାରେ। ଏହାସହିତ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

– ଯଦି କାଉ ଆପଣଙ୍କ ମୁଣ୍ଡ ଉପରେ ଆକ୍ରମଣ କରେ, ତାହେଲେ ଏହା ଆପଣଙ୍କ ପାଇଁ ଅଶୁଭ ସଂକେତ ଅଟେ। ଏହାର ଅର୍ଥ ଆପଣଙ୍କ ସହିତ କୌଣସି ଦୁର୍ଘଟଣା ଘଟିପାରେ। ତେଣୁ ଭଗବାନ ଶନିଙ୍କ ଆରାଧନା କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button