ଦେଶ ବିଦେଶ

ଜନ ପ୍ରତିନିଧିଙ୍କ ବାକ୍ ସ୍ୱାଧୀନତା ଉପରେ କୌଣସି ଅତିରିକ୍ତ କଟକଣା ଆବଶ୍ୟକ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସାଂସଦ/ବିଧାୟକ ତଥା ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ବାକ୍ ସ୍ୱାଧୀନତା ଓ ମନ୍ତବ୍ୟ ଉପରେ କୌଣସି ଅତିରିକ୍ତ କଟକଣା ଲଗାଯାଇପାରିବ ନାହିଁ। ସମ୍ବିଧାନର ଧାରା ୧୯ରେ ଏନେଇ ପୂର୍ବରୁ ବ୍ୟବସ୍ଥା ରହିଛି । ଅପରାଧିକ ମାମଲାରେ କିମ୍ବା ଏଭଳି ମାମଲା ସହ ଜଡ଼ିତ ଲୋକ ପ୍ରତିିନିଧି/ମନ୍ତ୍ରୀ କୌଣସି ବୟାନ ସରକାରଙ୍କ ବିବୃତ୍ତି ଭାବରେ ବିବେଚନା କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟର ଏକ ସମ୍ବିଧାନ ପୀଠ ନିଜ ରାୟରେ କହିଛନ୍ତି ।

ଜଷ୍ଟିସ ଏସ ଅବଦୁଲ ନାଜିର, ଜଷ୍ଟିସ ଭୂଷଣ ଆର୍ ଗଭାଇ, ଜଷ୍ଟିସ ଏସ୍ ବୋପାନ୍ନା, ଜଷ୍ଟିସ ଭି ରାମା ସୁବ୍ରମଣ୍ୟମ ଏବଂ ଜଷ୍ଟିସ ବିଭି ନାଗରତ୍ନାଙ୍କୁ ନେ ସମ୍ବିଧାନ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଣି ହୋଇଛି।

ତେବେ ଏହି ବେଞ୍ଚର ସଦସ୍ୟ ଜଷ୍ଟିସ ବିଭି ନାଗରାତ୍ନା ଭିନ୍ନ ମତ ପୋଷଣ କରିଛନ୍ତି। ଜଷ୍ଟିସ ନାଗରତ୍ନା ସ୍ପଷ୍ଟ କରିଛନ୍ତି ଯେ ନାଗରିକଙ୍କ ମୌଳିକ ଅଧିକାର ଉପରେ ସମ୍ବିଧାନର ଧାରା ୧୯ (୨) ରେ ରହିଥିବା ଯୁକ୍ତିଯୁକ୍ତ ପ୍ରତିବନ୍ଧକ ବ୍ୟତୀତ ଜନସାଧାରଣଙ୍କ ଉପରେ ଅତିରିକ୍ତ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ।

ମନ୍ତ୍ରୀଙ୍କ ବିବୃତ୍ତିକୁ ସରକାରଙ୍କ ବିବୃତ୍ତି ଭାବରେ ଗ୍ରହଣ କରାଯିବା ଉଚିତ କି ନୁହେଁ ସେ ନେଇ ତାଙ୍କର ଭିନ୍ନ ମତ ଥିଲା। ସେ କହିଛନ୍ତି ଯେ ମନ୍ତ୍ରୀମାନେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ କ୍ଷମତାରେ ବିବୃତ୍ତି ଦେଇପାରିବେ। ଯଦି ମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସାମର୍ଥ୍ୟରେ କହୁଛନ୍ତି ତେବେ ଏହାକୁ ତାଙ୍କର ବ୍ୟକ୍ତିଗତ ବୟାନ ଭାବରେ ବିବେଚନା କରାଯିବ। କିନ୍ତୁ ଯଦି ସେ ସରକାରଙ୍କ କାର୍ଯ୍ୟ ସହ ଜଡିତ ଏକ ବିବୃତ୍ତି ଦେଉଛନ୍ତି, ତା’ହେଲେ ତାଙ୍କ ବିବୃତ୍ତିକୁ ସରକାରଙ୍କ ସାମୂହିକ ବିବୃତ୍ତି ଭାବରେ ବିବେଚନା କରାଯାଇପାରେ।

ସରକାରୀ ମନ୍ତ୍ରୀ, ସାଂସଦ, ବିଧାୟକ, ରାଜନୈତିକ ଦଳର ସଭାପତିଙ୍କ ସମେତ ସାଧାରଣ ନେତାଙ୍କୁ ସର୍ବସାଧାରଣରେ ଅଶ୍ଳୀଳ, ଭାବନାକୁ ଆଘାତ କଲାଭଳି ତଥା ଅପମାନଜନକ ବୟାନ ଦେବା ଉପରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା । ଏହା ଉପରେ ସୁପ୍ରିମକୋର୍ଟ ୧୫ ନଭେମ୍ବର ୨୦୨୨ରେ ରାୟ ସଂରକ୍ଷିତ ରଖିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button