ବିଚାର

ଘରର ଏହି ସ୍ଥାନରେ ମୟୂର ପର ରଖିବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଖାସ ଉପାୟ ଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଅନୁସାରେ ଜିନିଷପତ୍ର ଘରେ ସଠିକ ସ୍ଥାନରେ ରଖିବା ଦ୍ଵାରା ଶୁଭ ହୋଇଥାଏ, ନଚେତ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ଘରେ ମୟୂର ପର ସଠିକ ସ୍ଥାନରେ ରଖିବା ଦ୍ଵାରା କେଉଁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଧାର୍ମିକ ଗ୍ରନ୍ଥ ଅନୁସାରେ ମୟୂର ପରକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି। ଘରେ ମୟୂର ପର ରଖିଲେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଗ୍ରହ ମାନଙ୍କର ଖରାପ ପ୍ରଭାବରୁ ବଞ୍ଚିତ ହେବା ପାଇଁ ଆପଣ ନିଜ ଘରେ ମୟୂର ପର ରଖନ୍ତୁ। ମନୁଷ୍ୟ ଜୀବନରେ ଆସୁଥିବା ସମସ୍ୟାର କାରଣ ଗୁଡିକ ମଧ୍ୟରୁ ପ୍ରମୁଖ ହେଉଛି, ଘରର ବାସ୍ତୁ ଦୋଷ। ଘରର ପ୍ରତ୍ୟେକ ଜିନିଷପତ୍ର ବାସ୍ତୁ ଅନୁସାରେ ସଠିକ ସ୍ଥାନରେ ରହିବା ନିହାତି ଜରୁରୀ ଅଟେ। ଘରେ ବାସ୍ତୁ ରହିଲେ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତେଣୁ ଘରର ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଘରେ ମୟୂର ପର ରଖିବା ନିହାତି ଜରୁରୀ ଅଟେ। ଏହାଦ୍ବାରା ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ। ଏହାକୁ ଆପଣ ନିଜ ବ୍ୟବସାୟିକ କାର୍ଯ୍ୟକ୍ଷେତ୍ରରେ ବା ଅଫିସ ରୁମରେ ମଧ୍ୟ ରଖି ପାରିବେ। ଯାହାଫଳରେ ଆପଣଙ୍କ ବ୍ୟାପାରରେ ମଧ୍ୟ ବିସ୍ତାର ହେବ।

ଘରକୁ ମୟୂର ପର ଆଣିବା ପରେ ପ୍ରଥମେ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ରଖି ପୂଜାର୍ଚ୍ଚନା କରନ୍ତୁ ତାପରେ ଯେଉଁ ସ୍ଥାନର ଇଛା ସେଠାରେ ରଖନ୍ତୁ। ଯଦି କୌଣସି ବିବାହିତ ଦମ୍ପତିଙ୍କ ମଧ୍ୟରେ ବାରମ୍ବାର କଳି ଝଗଡା ଲାଗି ରହୁଛି, ତାହେଲେ ଶୋଇବା କୋଠରୀରେ ମୟୂର ପର ରଖିବା ଉଚିତ। ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ପତିପତ୍ନୀଙ୍କ ମଧ୍ୟରେ ସବୁ ମତଭେଦ ଦୂର ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button