ବିଚାର

ରାଗକୁ କିପରି ଶାନ୍ତ କରିବେ, ଏହାକୁ ନିଶ୍ଚିତ ପଢନ୍ତୁ

ଆଜିକାଲି ସାଧାରଣ କଥାରେ କ୍ରୋଧ କରିବା ଲୋକ ବହୁତ ଅଛନ୍ତି। ଏଭଳି ସ୍ଵଭାବ କାରଣରୁ ସେମାନେ ସାଙ୍ଗସାଥୀ, ବନ୍ଧୁବାନ୍ଧବ ମାନଙ୍କ ଆଗରେ ସମାଲୋଚନାର ଶିକାର ହୋଇଥାନ୍ତି। ଖାଲି ସେତିକି ନୁହେଁ ବେଳେବେଳେ ଏହି ସ୍ଵଭାବ ଅପ୍ରୀତିକର ପରିସ୍ଥିତି ଏବଂ ସମ୍ପର୍କରେ ଫାଟ ହେଲାଭଳି ପରିସ୍ଥିତି ସୃଷ୍ଟି କରି ଥାଏ। ତେବେ କଣ ଆପଣ ମଧ୍ୟ କ୍ରୋଧ ସ୍ଵଭାବରୁ ଚିନ୍ତିତ ଅଛନ୍ତି। ଆପଣ ଭାବୁଛନ୍ତି କି କାହିଁକି ଆପଣଙ୍କ ସ୍ଵଭାବ କ୍ରୋଧିତ ହେଉଛି , ଆସନ୍ତୁ ଜାଣିବା ଏହି ଭିଡ଼ିଓରେ।

ମନୁଷ୍ୟ ସ୍ୱଭାବରେ କାହିଁକି ଆସିଥାଏ କ୍ରୋଧ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କର ଗତିବିଧିକୁ ନେଇ ମନୁଷ୍ୟ ସ୍ୱଭାବରେ କ୍ରୋଧ ସୃଷ୍ଟି ହୋଇଥାଏ। ବେଳେବେଳେ ମଙ୍ଗଳଙ୍କ ସହିତ ଶନିଙ୍କ ମେଳନ ଦ୍ଵାରା ମନୁଷ୍ୟ ସ୍ୱଭାବରେ କ୍ରୋଧ ଆସିଥାଏ। ଏହାଛଡା ମଙ୍ଗଳ ଏବଂ ସୂର୍ଯ୍ୟ ଜ୍ୱଳନ୍ତ ଗ୍ରହ, ଯେଉଁମାନେ ଆମ ରାଶିରେ ଆକ୍ରୋଶ, ଆତ୍ମବିଶ୍ବାସ ଏବଂ କାର୍ଯ୍ୟକୁ ପ୍ରତିନିଧିତ୍ଵ କରନ୍ତି। ବେଳେବେଳେ ଏହି ସଂଯୋଗ ହିଂସ୍ର ମଧ୍ୟ ହୋଇପାରେ, ଯେଉଁ କାରଣରୁ ଆମ ସ୍ୱଭାବରେ କ୍ରୋଧ ସୃଷ୍ଟି ହୋଇଥାଏ। ରାହୁ ଏବଂ କେତୁ ସହିତ ମଙ୍ଗଳର ମିଳନ ହେଲେ ଅନେକ କ୍ଷେତ୍ରରେ କ୍ରୋଧ ସୃଷ୍ଟି ହୋଇଥାଏ, ସେହି ବ୍ୟକ୍ତି ଅପଶବ୍ଦ କହି ଥାଆନ୍ତି ଏବଂ ବିରକ୍ତ ମଧ୍ୟ ହୋଇ ଯାଆନ୍ତି ଯାହାଦ୍ଵାରା ଆମେ ଅପମାନ ହୋଇ ଯାଇ ଥାଉ। ଲୋଭ ବା କିଛି ଅପୂରଣୀୟ ଇଛା ମଧ୍ୟ କ୍ରୋଧର କାରଣ ହୋଇଥାଏ। ଏଠାରେ ଲୋଭର ଅର୍ଥ ହେଉଛି ବସ୍ତୁବାଦୀ ଶୁକ୍ର । ତେଣୁ ଏହା ମନୁଷ୍ୟର ମାନସିକତା ମଧ୍ୟରେ ଉଗ୍ର ରୂପ ଏବଂ ଅପଶବ୍ଦକୁ ବଢେଇ ଦେଇଥାଏ। ଅପର ପକ୍ଷରେ କ୍ରୋଧ ହେଉଛି ଆମର ଭାବପ୍ରବଣତାର ଏକ ତୀବ୍ର ଅଭିବ୍ୟକ୍ତି। କ୍ରୋଧ କରୁଥିବା ବ୍ୟକ୍ତି ଶାରିରୀକ ଏବଂ ମାନସିକ ରୂପରେ ଅସୁସ୍ଥ ଅନୁଭବ କରିଥାନ୍ତି, ଯେପରି ହୃଦ ରୋଗ, ରକ୍ତଚାପ ସହିତ ଚନ୍ଦ୍ର ଜଡ଼ିତ ତେଣୁ ସେହି ବ୍ୟକ୍ତି କ୍ରୋଧିତ ସର୍ବଦା ରହିଥାନ୍ତି। ଶୁକ୍ର ହେଉଛନ୍ତି ଦକ୍ଷିଣ ପୂର୍ବ ଦିଗର ଉତ୍ତପ୍ତ ଗ୍ରହ। ଶୁକ୍ର ମଙ୍ଗଳ ଅପେକ୍ଷା ଜ୍ୱଳନ୍ତ ଅଟେ। ଉଭୟ ମଧ୍ୟରେ ପାର୍ଥକ୍ୟ ହେଉଛି ମଙ୍ଗଳ ଅପରିପକ୍ବ ଅର୍ଥାତ ଯୁଦ୍ଧ କରିବାକୁ ସର୍ବଦା ପ୍ରସ୍ତୁତ ଏବଂ ଦିତୀୟ ପକ୍ଷରେ ଶୁକ୍ର ହେଉଛନ୍ତି ଜ୍ଞାନୀ ଓ ନିଜ ପକ୍ଷରେ କ୍ରୋଧ ପୋଷଣ କରିଥାନ୍ତି। ଏହାସହିତ ବାହ୍ୟ ପରିବେଶ ମଧ୍ୟ ଆମ କ୍ରୋଧ ବୃଦ୍ଧି ହେବାର କାରଣ ହୋଇଥାଏ, ଯେପରି ବାରମ୍ବାର କୌଣସି ବିଷୟକୁ ନେଇ ଚର୍ଚ୍ଚା କରିବା ବା ଦ୍ଵନ୍ଦ ହେବା।ଆର୍ଥିକ ପରିସ୍ଥିତି ଖରାପ ହେଲେ ମଧ୍ୟ ଆମର କ୍ରୋଧରେ ବୃଦ୍ଧି ହୋଇଥାଏ। ଜମିବାଡ଼ି , ଅନ୍ୟ କୌଣସି ସମସ୍ୟାର ସମାଧାନ ନ ହୋଇ ପାରିଲେ ମଧ୍ୟ କ୍ରୋଧରେ ବୃଦ୍ଧି ହୋଇଥାଏ।ଆପଣଙ୍କ ସ୍ୱଭାବରେ ଅଧିକ କ୍ରୋଧ ଅଧିକ ଆସିଲେ ଚିନ୍ତା କରନ୍ତୁ ନାହିଁ, ଏଥିରେ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ ଏବଂ ଏହାର ଉପଚାର ପାଇଁ ଜ୍ୟୋତିର୍ବିଦଙ୍କ ପରାମର୍ଶ ନିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button