ଓଡିଶା

ଅନୁଗୋଳରେ ହାତୀ ଆତଙ୍କ, ତିନି ଜଣଙ୍କୁ ଦଳି ଦେଲା ଦନ୍ତା

ଅନୁଗୋଳ,: ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଗୋଟିଏ ଦିନରେ ତିନି ଜଣଙ୍କୁ ମାରିଲା ହାତୀ । ଅନୁଗୋଳ ରେଞ୍ଜରେ ହାତୀ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ରେଞ୍ଜର ଅଙ୍ଗାରବନ୍ଧ, ଛେଳିଆପଡା ଓ ବାରସିଂହା ଗ୍ରାମରେ ତିନି ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି ।

ଅଙ୍ଗାରବନ୍ଧ ଗ୍ରାମର ଅନିରୁଦ୍ଧ ସାହୁ ନିଜ କ୍ଷେତରେ ଥିବାବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ବାରସିଂହା ଗ୍ରାମର ରମେଶ ସ୍ୱାଇଁ ନାଳକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଛେଳିଆପଡ଼ାରେ ମଧ୍ୟ ହାତୀ ଆକ୍ରମଣରେ ସୁବାସ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ହାତୀ ଆକ୍ରମଣରେ ଜିଲ୍ଲାରେ ତିନି ଜଣଙ୍କ ମୃତ୍ୟୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button