ଦେଶ ବିଦେଶ

ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ,୩ ଗୁରୁତର

ତାମିଲନାଡୁ ଶିବକାଶୀ ନିକଟରେ ଥିବା ଏକ ବାଣ କାରଖାନାରେ ଭୟାନକ ବିସ୍ଫୋରଣ। ବିସ୍ଫୋରଣରେ ୫ ମହିଳାଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୩ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ବିସ୍ଫୋରଣ ବେଳେ ବାଣ କାରଖାନା ଭିତରେ ପାଖାପାଖି ୧୦ ଜଣ କର୍ମଚାରୀ ଥିଲେ । ଆଜିର ଘଟଣାକୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ,କେ ଷ୍ଟାଲିନ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ଅଧିକାରୀଙ୍କୁ ଆହାତ ମାନଙ୍କର ଚିକିତ୍ସା ନେଇ ଦେଖାରଖା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ପୋଲିସ ସୂଚନା ଅନୁଯାୟୀ, ବାଣ କାରଖାନାର ୭ ଟି ରୁମରେ ବାଣ ଷ୍ଟୋର କରାଯାଇଥିବା ବେଳେ ବିସ୍ଫୋରଣରେ ସମସ୍ତ ବାଣ ଜଳିଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button