କ୍ୟାନସର ର କାରଣ ସାଜୁଛି ଏହି ବାସନରେ ଖାଇବା, ବ୍ୟବହାର ନକରିବାକୁ ଡାକ୍ତର ଦେଲେ ପରାମର୍ଶ

କଣ ଆପଣ ଜାଣନ୍ତି କି ଆପଣ ବ୍ୟବହାର କରୁଥିବା ବାସନରୁ ଆପଣଙ୍କୁ ହୋଇପାରେ କ୍ୟାନ୍ସର । ଆଜ୍ଞା ହଁ , ଏ କଥା ସତ ଯେ ଏ ପର୍ଯ୍ୟନ୍ତ କ୍ୟାନ୍ସରର ନିରାକରଣ ପାଇଁ କୌଣସି ସଠିକ୍ ଔଷଧ ବାହାରି ନାହିଁ । ହେଲେ ଆପଣ ନିଜେ ଚାହିଁଲେ ଏ ମାରାତ୍ମକ ରୋଗ ଠାରୁ ନିଜକୁ ବଞ୍ଚାଇ ପାରିବେ
ଏପରି ଏକ ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଗବେଷଣାରୁ ଏହା ଜଣା ପଡ଼ିଥିଲା ଯେ ପ୍ଲାଷ୍ଟିକ କ୍ୟାନ୍ସରର ଏକ ପ୍ରମୁଖ କାରଣ ଅଟେ । ହେଲେ କେବଳ ପ୍ଲାଷ୍ଟିକ ନୁହେଁ ଏହି ବାସନରୁ ମଧ୍ଯ ଆପଣଙ୍କୁ ହୋଇପାରେ କ୍ୟାନ୍ସର ।

ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ବାସନ ଗୁଡିକରେ କାର୍ସିନୋ ଜେନିକ୍ ନାମକ ଏକ ବିଷାକ୍ତ ପଦାର୍ଥ ବ୍ୟବହାର କରାଯାଉଛି । ଡାକ୍ତରଙ୍କ କହିବା ଅନୁସାରେ ଏହା ସୂର୍ଯ୍ୟଙ୍କ ଅତି ବାଇଗଣି ରଶ୍ମି ଠାରୁ ବି ବେଶୀ କ୍ଷତିକାରକ ଅଟେ । ଏହା ନିଆଁରେ ପଡିଗଲେ ଏଥିରୁ ବିଷାକ୍ତ ଗ୍ୟାସ ବାହାରିଥାଏ ।
କେବଳ ସେତିକି ନୁହେଁ ବଜାରରୁ ମିଳୁଥିବା ସଫେଇ ସାମଗ୍ରୀ ଡିଟରଜେଣ୍ଟ , ଗ୍ରୀସ ଆଦି ପଦାର୍ଥ ମଧ୍ଯ କ୍ୟାନ୍ସର ହେବାର କାରଣ ଅଟେ । ସେହିଭଳି ପରଫ୍ୟୁମ୍ , ଧୂପ , ପେଟ୍ରୋଲ ଆଦି ମଧ୍ଯ କ୍ୟାନ୍ସର ହେବାର ଗୋଟିଏ ଗୋଟିଏ ଲକ୍ଷଣ ।